Advertisment

‘ବ୍ରହ୍ମାସ୍ତ୍ର’ର ସଫଳତା; ୧୫୦ କୋଟି କ୍ଲବ୍‌ରେ ସାମିଲ ହେଲା

ବୟକଟ୍ ବିରୋଧ ପରେ ବି ‘ବ୍ରହ୍ମାସ୍ତ୍ର’ର ରୋଜଗାରରେ କୌଣସି ଫରକ ପଡିନି। ଆରମ୍ଭରୁ ଫିଲ୍ମ ଭଲ ରୋଜଗାର କରୁଥିବା ବେଳେ ଏବେ ବି ଏହାର ରୋଜଗାରରେ କୌଣସି ଫରକ ପଡିନି। ୧୫୦ କୋଟି କ୍ଲବ୍‌ରେ ସାମିଲ ହେବାରେ ସଫଳ ହୋଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Brahmastra Box Office Collection Day 5

Brahmastra day 5 box office collection

ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଜିଜ୍ ହେବା ଦିନରୁ ହିଁ ବକ୍ସ ଅଫିସ୍‌ରେ ଧମାଲ୍ କରିଆସୁଛି। ଫିଲ୍ମକୁ ମିଳିଥିବା ମିଶ୍ରିତ ପ୍ରତିକ୍ରିୟା ଓ ବୟକଟ୍ ସତ୍ତ୍ୱେ ଏହା ଓପେନିଂ ଦିନରେ ବି ଭଲ ରୋଜଗାର କରିପାରିଥିଲା।

Advertisment

ଏହି ଫିଲ୍ମକୁ କେବଳ ଭାରତରେ ନୁହେଁ ବରଂ ସାରା ଦୁନିଆରେ ଦେଖାଯାଉଛି। ଫଳରେ ଫିଲ୍ମ ମଧ୍ୟ ସପ୍ତାହାନ୍ତରେ ୧୨୫ କୋଟି ରୋଜଗାର କରିବାରେ ସଫଳ ହୋଇଛି। ତେବେ ସୋମବାର ଓ ମଙ୍ଗଳବାର ଏହାର ରୋଜଗାରରେ ସାମାନ୍ୟ ଫିକା ପଡିଥିଲା। ତଥାପି ଏହି ଫିଲ୍ମ ରିଲିଜ୍‌ର ପଞ୍ଚମ ଦିନରେ ପାଖାପାଖି ୧୩.୭୫ କୋଟି ରୋଜଗାର କରିବାରେ ସକ୍ଷମ ହୋଇଥିଲା।

ସପ୍ତାହାନ୍ତ ପରେ ବି ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଏହାର ଦୃଢତା ବଜାୟ ରଖିଛି। ବିଶ୍ୱାସ କରାଯାଉଛି ଯେ ଏହାର ରୋଜଗାର ଆହୁରି ବଢିବ। ଏହା ସହିତ ଫିଲ୍ମ ମଧ୍ୟ ନିଜ ନାମରେ ଅନେକ ରେକର୍ଡ କଲାଣି ଆଗକୁ ଆହୁରି ମଧ୍ୟ କରିବ।

Advertisment

‘ବ୍ରହ୍ମାସ୍ତ୍ର’ ସବୁ ଶଙ୍କାକୁ ଦୂର କରି ଓପେନିଂ ଦିନରେ ବହୁତ ଭଲ ରୋଜଗାର କରିଛି। ଏହା ପରେ ମଧ୍ୟ ରୋଜଗାର ବଢିଚାଲିଛି। ଶନିବାର ୪୨.୪୧ କୋଟିର ଜବରଦସ୍ତ ରୋଜଗାର ପରେ ରବିବାର ଏହାର ସଂଖ୍ୟା ବଢି ୪୫.୬୬କୋଟି ହୋଇଥିଲା। ଏହି ରୋଜଗାର ଫିଲ୍ମ ନିର୍ମାତାଙ୍କ ମନରେ ଖୁସି ଆଣିବାରେ ସଫଳ ହୋଇଛି।

ଆଜିକାଲି ବଲିଉଡ୍‌ରେ ରଣବୀର ଆଲିଆ ଙ୍କ ଯାଦୁ ଚାଲିଥିବା ଦେଖାଯାଉଛି। ତେବେ ସପ୍ତାହାନ୍ତ ପରେ ଫିଲ୍ମ ରୋଜଗାର କରିବାରେ ସାମାନ୍ୟ କୋହଳ ପଡିଯାଇଛି।

  • ପ୍ରଥମ ଶୁକ୍ରବାର – ୩୬.୪୨ କୋଟି
  • ଶନିବାର – ୪୨.୪୧ କୋଟି
  • ରବିବାର – ୪୫.୬୬ କୋଟି
  • ସୋମବାର – ୧୬.୫ କୋଟି
  • ମଙ୍ଗଳବାର – ୧୪ କୋଟି

ତେବେ ପାଞ୍ଚ ଦିନର ହିସାବ ଦେଖିଲେ ଫିଲ୍ମ ମୋଟ୍ ୧୫୫ କୋଟି ଟଙ୍କା ରୋଜଗାର କରିଛି। ବିଶ୍ୱାସ କରାଯାଉଛି ଯେ ଫିଲ୍ମ ୨୫୦କୋଟି କ୍ଲବ୍‌ରେ ଫହଞ୍ଚି ଯିବ। କାରଣ ଅଗ୍ରିମ ବୁକିଂ ହିଁ ଏ ଦିଗ ପ୍ରତି ଇଶାରା ଦେଉଛି।

‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ହିନ୍ଦୀ ସହିତ ତାମିଲ୍, ତେଲୁଗୁ, କନ୍ନଡ ଓ ମାଲାୟଲମ ଭାଷାରେ ରିଲିଜ୍ ହୋଇଥିଲା। ଆୟାନ ମୁଖାର୍ଜୀଙ୍କ ଏହି ଫିଲ୍ମରେ ରଣବୀର ଓ ଆଲିଆଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ମୌନୀ ରାୟ ଓ ନାଗାର୍ଜୁନ ମଧ୍ୟ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ଶାହରୁଖ ଖାନ ଙ୍କ କୈମିୟୋ ମଧ୍ୟ ଦେଖିବାକୁ ମିଳେ।

‘ବ୍ରହ୍ମାସ୍ତ୍ର’କୁ ଦର୍ଶକ ଓ ସମୀକ୍ଷକଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳୁଛି। ଏହାର ଭିଏଫ୍‌ଏକ୍ସ ପାଇଁ ଫିଲ୍ମକୁ ବହୁତ ପ୍ରଶଂସା ମିଳୁଛି। 

Bollywood Alia Bhatt Ranbir Kapoor Brahmastra
Advertisment
Advertisment