• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲିଉଡ୍‌ ଜଗତର ଲିଜେଣ୍ଡାରୀ ଆକ୍ଟର ଧର୍ମେନ୍ଦ୍ରଙ୍କ ଜନ୍ମ ଦିନ (ଡିସେମ୍ବର-୮) । ଏବେ ତାଙ୍କୁ ୮୭ ଛୁଇଁଲା । ସେ ନିଜ ଜନ୍ମଦିନକୁ ଜୋରଦାର ସେଲିବ୍ରେସନ କରିଛନ୍ତି । ଫ୍ୟାନ୍‌ମାନଙ୍କ ସହ ମିଶି କେକ୍‌ କାଟିବା ସହ ବିନ୍ଦାସ ଅନ୍ଦାଜରେ ଜନ୍ମଦିନ ପାଳନ କରିଛନ୍ତି । ଖାଲି ଫ୍ୟାନ୍‌ମାନଙ୍କ ସହ ନୁହେଁ ନିଜ ପରିବାର ସଦସ୍ୟଙ୍କ ସହ ମଧ୍ୟ ସେ ଖୁବ୍‌ ମସ୍ତି କରିଛନ୍ତି ।

ତାଙ୍କ ପରିବାର ଲୋକ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଖୁବ୍‌ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ସହ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଧର୍ମେନ୍ଦ୍ର ନିଜେ ମଧ୍ୟ କେକ୍‌ କାଟିବାର ଫଟୋ ପୋଷ୍ଟ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଧର୍ମେନ୍ଦ୍ର ନିଜ ପୋଷ୍ଟରେ ଲେଖିଛନ୍ତି, ‘ଜି ହାଁ ସେ ଶୁକ୍ରଗୁଜାର ହୁଁ । ଆପ୍‌କେ ପ୍ୟାର୍‌ ଆପ୍‌କି ଦୁଆଓଁ କେ ଲିଏ’ । ଧର୍ମେନ୍ଦ୍ରଙ୍କ ଏହି ପୋଷ୍ଟରେ ତାଙ୍କ ଫ୍ୟାନ୍‌ ମାନେ ହାର୍ଟ ଇମୋଜି ଦେଇ ରିପ୍ଲାଏ ଦେଇଛନ୍ତି । ଏହାରି ଭିତରେ ଧର୍ମେନ୍ଦ୍ରଙ୍କ ଝିଅ ଇଶା ଦେଓଲ ଲେଖିଛନ୍ତି, ଲଭ୍‌ ୟୁ ପାପା ।

ଅଧିକ ପଢ଼ନ୍ତୁ: ଆଜି ସେ ବଲିଉଡ୍‌ର ‘ହୀମ୍ୟାନ୍’; ଦିନେ ଭୋକ ଉପାସରେ କରୁଥିଲେ ସଂଘର୍ଷ

ଏହି ୮୭ତମ ଜନ୍ମ ଦିବସରେ ତାଙ୍କ ପତ୍ନୀ ହେମାମାଳିନୀ ତାଙ୍କୁ ସ୍ୱତନ୍ତ୍ର ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆରେ ଏକ ମଜାଳିଆ ଢ଼ଙ୍ଗରେ ଡ୍ରିମ୍‌ଗର୍ଲ ତାଙ୍କୁ ୱିସ୍‌ କରିଛନ୍ତି । ଯାହାକି ଏବେ ଭାଇରାଲ ହେବାରେ ଲାଗିଛି । ସେଥିରେ ସେ ଦୁଇଟି ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି । ଆଉ ଲେଖିଛନ୍ତି, ‘ଧରମ ଜୀ’ଙ୍କ ଶୁଭ ଜନ୍ମ ଦିବସରେ ତାଙ୍କର ସୁସ୍ଥ ଲମ୍ବା ଜୀବନ ପାଇଁ ମୁଁ ପ୍ରାର୍ଥନା କରୁଛି । ତାଙ୍କୁ ଭଗବାନ ଦୁନିଆର ସବୁ ଖୁସି ଦିଅନ୍ତୁ । ମୋ ପ୍ରାର୍ଥନା ସବୁବେଳେ ତାଙ୍କ ସହ ରହିଛି । ହାପିବାର୍ଥଡେ ଟୁ ଦ ଲଭ୍‌ ଅଫ୍‌ ମାଇ ଲାଇଫ୍ ।’

 

ଇଶା ଦେଓଲ ମଧ୍ୟ ବାପାଙ୍କ ଜନ୍ମଦିନରେ କିଛି ଫଟୋ ସେୟାର କରିଛନ୍ତି । ତେବେ ପ୍ରଥମ ଫଟୋରେ ଇଶା ପୋଜ ଦେଉଥିବା ଦେଖାଯାଇଛି । କିନ୍ତୁ ଦ୍ୱିତୀୟ ଫଟୋରେ ଇଶାଙ୍କ ସହ ଆହନା ଦେଓଲ ମଧ୍ୟ ନଜର ଆସୁଛନ୍ତି । ଏହି ଫଟୋ ସେୟାର କରି ଇଶା ଲେଖିଛନ୍ତି, ହାପି ବାର୍ଥ ଡେ ପାପା । ଆପଣ ସବୁବେଳେ ସୁସ୍ଥ ଏବଂ ଖୁସି ରୁହନ୍ତୁ ବୋଲି ମୁଁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରୁଛି । କାରଣ ଆପଣ ହିଁ ହେଉଛନ୍ତି ଆମର ଶକ୍ତି...ଆମର ମଜଭୁତ ପିଲାର । ଆମେ ଆପଣଙ୍କୁ ଖୁବ୍‌ ଭଲ ପାଉ ।

 

ଅନ୍ୟପଟେ ବବି ଦେଓଲ ମଧ୍ୟ କିଛି ଫଟୋ ସେୟାର କରି ସୋସିଆଲ ମିଡିଆରେ ଧର୍ମେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହି ଫଟୋରେ ବବି ଦେଓଲ ଏବଂ ସନି ଦେଓଲଙ୍କ ପୁଅ କରନ୍ ଦେଓଲ ନଜର ଆସିଛନ୍ତି । ସେଥିରେ ସେ ଲେଖିଛନ୍ତି, ଆମେ ଆପଣଙ୍କର ପୁଅ ଓ ନାତି ହୋଇ ଖୁବ୍‌ ସୌଭାଗ୍ୟବାନ୍ ମନେ କରୁଛୁ । ହାପି ବାର୍ଥ ଡେ ବଡ଼େ ପାପା ଧମେନ୍ଦ୍ର ।