Advertisment

Tarang Plus Web Series Cheat Fund: ରିଲିଜ୍ ହେଲା ତରଙ୍ଗର ନୂଆ ୱେବ୍ ସିରିଜ୍ ‘ଚିଟ୍‌ଫଣ୍ଡ’ର ଟ୍ରେଲର୍

ଆସନ୍ତା ବର୍ଷ ଜାନୁଆରୀ ୨ରେ ମୁକ୍ତି ଲାଭ କରିବାକୁ ଯାଉଥିବା ଏହି ସିରିଜ୍‌ର ଟ୍ରେଲର ଇତିମଧ୍ୟରେ ରିଲିଜ୍ ହୋଇସାରିଛି। ସମୁଦାୟ ସିରିଜର କାହାଣୀ ବିଷୟରେ କହିବାକୁ ଗଲେ ଏହା ଏକ ଗରିବ ଯୁବକର ଆକାଶଛୁଆଁ ସ୍ୱପ୍ନକୁ ନେଇ ଆଗକୁ ଯାଉଛି। ଚିଟ୍‌ଫଣ୍ଡ ମାଧ୍ୟମରେ ଗରିବିରୁ ବାହାରି କ୍ଷମତାର ସ୍ୱଦ ଚାଖିବାର ଇଚ୍ଛାଟିଏ ତା’ମନ ଭିତରେ ବସା ବାନ୍ଧିଛି।

author-image
Prasan Subudhi
ଅଦ୍ୟତନ ହୋଇଛି
Tarang Plus Web Series Cheat Fund Trailer Out

ଚିଟ୍‌ଫଣ୍ଡ ଟ୍ରେଲର୍ ରିଲିଜ୍

ଚିଟ୍‌ଫଣ୍ଡ। ଏଇ ଶବ୍ଦଟି ଦିନେ ସାରା ଓଡ଼ିଶାରେ ଛାଇ ଯାଇଥିଲା। ଗାଁ ଗହଳି ଯୋଉଠି ଦେଖିଲେ ଏଇ ଶବ୍ଦଟି ଉପରେ ଚର୍ଚ୍ଚା। ଲକ୍ଷ ଲକ୍ଷ ଗରିବ ଏଥିରେ ଟଙ୍କା ଜମା କରି ତଳିତଳାନ୍ତ ହୋଇଥିଲେ। ଏହି ପ୍ରସଙ୍ଗକୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା। ବହୁଦିନ ଧରି ଏହାକୁ ନେଇ ଆନ୍ଦୋଳନ ମଧ୍ୟ ଚାଲିଥିଲା। ଏଇ ଚର୍ଚ୍ଚିତ ଶବ୍ଦର ଖେଳ ଉପରେ ତରଙ୍ଗ ପ୍ଲସ୍ ରିଲିଜ୍ କରିବାକୁ ଯାଉଛି ଏକ ନୂଆ ୱେବ୍ ସିରିଜ୍ ‘ଚିଟ୍‌ଫଣ୍ଡ’।

Advertisment

ଆସନ୍ତା ବର୍ଷ ଜାନୁଆରୀ ୨ରେ ମୁକ୍ତି ଲାଭ କରିବାକୁ ଯାଉଥିବା ଏହି ସିରିଜ୍‌ର ଟ୍ରେଲର ଇତିମଧ୍ୟରେ ରିଲିଜ୍ ହୋଇସାରିଛି। ସମୁଦାୟ ସିରିଜର କାହାଣୀ ବିଷୟରେ କହିବାକୁ ଗଲେ ଏହା ଏକ ଗରିବ ଯୁବକର ଆକାଶଛୁଆଁ ସ୍ୱପ୍ନକୁ ନେଇ ଆଗକୁ ଯାଉଛି। ଚିଟ୍‌ଫଣ୍ଡ ମାଧ୍ୟମରେ ଗରିବିରୁ ବାହାରି କ୍ଷମତାର ସ୍ୱଦ ଚାଖିବାର ଇଚ୍ଛାଟିଏ ତା’ମନ ଭିତରେ ବସା ବାନ୍ଧିଛି।

ଖାଲି ତା’ ମନ ଭିତରେ ନୁହେଁ ତା’ ଭଳି ଅନେକ ଯୁବକଙ୍କ ଡେଣାରେ ଚିଟ୍‌ଫଣ୍ଡର ପକ୍ଷୀ ଲଗାଇ ସିଏ ତା’ ଉଡ଼ାଣରେ ସାମିଲ କରିବାକୁ ଚେଷ୍ଟା କରୁଛି। ବାସ୍…ଏଥିରେ ସେ ସଫଳ ହୋଇଛି ମଧ୍ୟ। ପରେ ପରେ ସେ ଏଇ ଚିଟ୍‌ଫଣ୍ଡ ସଂସ୍ଥାର ନାଁ ଦେଇଛି ‘ଅର୍ଥମନ୍ତ୍ର’ ଏବଂ ଏହାର ଡାଇରେକ୍ଟର ପଦବୀ ମଧ୍ୟ ନେଇଛି। ଖୁବ୍ କମ୍ ସମୟରେ ଟଙ୍କାକୁ ଦୁଇ ଗୁଣ କରିବାର ଲୋଭ ଦେଖାଇ ଏହି ସଂସ୍ଥା ଗାଁ ଗହଳିର ଲକ୍ଷ୍ୟ ଲକ୍ଷ୍ୟ ଗରିବଙ୍କ ଝାଳବୁହା ଧନକୁ ନିଜ ପାଖରେ ଜମା ରଖେ।

Advertisment

ସମୟ ବଦଳିଯାଏ। ଲୋକେ ଧାଇଁ ଧାଇଁ ସେମାନଙ୍କ ଟଙ୍କା ଫେରି ପାଇପାରନ୍ତି ନାହିଁ। ଅଫିସ୍ ଭାଙ୍ଗି କର୍ମଚାରୀ ଛୁ ମାରନ୍ତି। ସଂସ୍ଥାର ମୁଖ୍ୟ ଜେଲ୍ ଯାଆନ୍ତି। ତା’ପରେ କ’ଣ ହୁଏ, କେମିତି କଟେ ଜମାକାରୀଙ୍କ ଜୀବନ। ଏସବୁର ଉତ୍ତର ଦେବ ଏହି ୱେବ୍ ସିରିଜ୍ ‘ଚିଟ୍‌ଫଣ୍ଡ’।

ଏଥିରେ ଅଭିନୟ କରିଛନ୍ତି ସାର୍ଥକ, ମୀରା, ବିରଞ୍ଚି ନାୟକ, ଶ୍ୱେତଧା, କଲ୍ୟାଣ, ଉମାକାନ୍ତ ସାହୁ,ସୌମ୍ୟରଂଜନ ଜେନା, ଶାରଦା, ସିଦ୍ଧି,ସୌରଭ ମହାପାତ୍ର, ଅଜୟ ଆଚାର୍ଯ୍ୟ, ତଥାଗତ, ଦିଲ୍ଲୀପ, ଅଶୋକ, ମାନସ, ଜୟ, ସୁଶୀଲ ମିଶ୍ର, ପ୍ରଦୀପ ଦେବତା, ସନ୍ତୋଷ ନାୟକ, ସଂବିତ, ସତ୍ୟଜିତ, ଅଶନ ରାଜା, ଅଂଶୁମାନ, ସିଲୁ, ସିଜନ୍ ମହାପାତ୍ର, ଓ ଚନ୍ଦନ ଭେଦୁଲା। ରଂଜନ ଶତପଥି କାହାଣୀ ରଚନା କରିଥିବା ବେଳେ ସ୍କ୍ରିନ୍‌ପ୍ଲେ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ମୟଙ୍କ ସତପଥି। ସଂଳାପ ଲେଖିଛନ୍ତି ଅଭିଷେକ ଦାସ। ଲକ୍ଷ୍ମୀଧର ପଟ୍ଟନାୟକ ସିରିଜର ପ୍ରଯୋଜନା କରୁଥିବା ବେଳେ କାର୍ଯ୍ୟନିର୍ବାହୀ ପ୍ରଯୋଜକ ଦାୟିତ୍ୱରେ ଅଛନ୍ତି ଦେବୀଦତ୍ତ ମହାନ୍ତି । ଚିଟ୍‌ଫଣ୍ଡ ଘୋଟାଲାର ସତ ଘଟଣା ଉପରେ ଆଧାରିତ ଏହି ସିରିଜ୍ ଓଡ଼ିଶାରେ ପ୍ରଥମ। 

Odisha Web Series Tarang Plus Tarang App
Advertisment
Advertisment