Advertisment

Katrina Birthday : ୪୨ ‍ବର୍ଷରେ କ୍ୟାଟ୍ରିନା, ସ୍ବାମୀ କଲେ ଏଭଳି ଉଇସ୍

ଭିକ୍କି କୌଶଲଙ୍କ ଏହି ପୋଷ୍ଟ ଆସିବା ମାତ୍ରେ ହିଁ ଫ୍ୟାନ୍ସଙ୍କ କମେଣ୍ଟର ସୁଅ ଛୁଟିଛି। ଜଣେ ଲେଖିଛନ୍ତି ଫଟୋଗୁଡ଼ିକ ବହୁତ ଭଲ ହୋଇଛି । ଅନ୍ୟ ଜଣେ ଲେଖିଛନ୍ତି ଅଭିନେତ୍ରୀଙ୍କ ସ୍ଵାମୀ ତାଙ୍କର ବହୁତ ଯତ୍ନ ନିଅନ୍ତି।

author-image
Manasranjan Mohanty
ଅଦ୍ୟତନ ହୋଇଛି
Katrina Birthday

Katrina Birthday

ଆଜି ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କର ଜନ୍ମଦିନ । ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଅଭିନେତ୍ରୀଙ୍କ ସ୍ଵାମୀ ତଥା ଅଭିନେତା ଭିକ୍କି କୌଶଲ ତାଙ୍କ ଫଟୋ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

Advertisment

ଅଭିନେତା ଭିକ୍କି କୌଶଲ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ କିଛି ଫଟୋ ସେୟାର କରିଛନ୍ତି। ପ୍ରଥମ ଫଟୋରେ କ୍ୟାଟ୍ରିନା କୈଫ ମଜାଦାର ଅନ୍ଦାଜରେ ଦେଖାଯାଉଛନ୍ତି, ଯେଉଁଥିରେ ସେ ଗୋଟିଏ ରୁମ ଭିତରକୁ ଦେଖୁଛନ୍ତି । ଦ୍ୱିତୀୟ ଫଟୋରେ କ୍ୟାଟ୍ରିନା ସେଲଫି ନେଉଛନ୍ତି ଏବଂ ଭିକ୍କି କୌଶଲ ତାଙ୍କୁ କିସ୍ କରୁଛନ୍ତି।

Advertisment

ସେହିପରି ପରବର୍ତୀ ଫଟୋରେ ସ୍ୱାମୀ-ସ୍ତ୍ରୀ ମରୁଭୂମିରେ ଏକାଠି ସମୟ ବିତାଉଛନ୍ତି । ଶେଷ ଫଟୋରେ କ୍ୟାଟ୍ରିନା କୈଫ ସମୁଦ୍ର କୂଳରେ ପୋଜ ଦେଉଥିବାର ଦେଖିବାକୁ ମିଳିଛି । ଭିକ୍କି କୌଶଲ କ୍ୟାପସନରେ ଲେଖିଛନ୍ତି, ‘ହ୍ୟାପି ବର୍ଥଡେ ଗାର୍ଲ। ମୁଁ ତୁମକୁ ଭଲପାଏ।’

ଭିକ୍କି କୌଶଲଙ୍କ ଏହି ପୋଷ୍ଟ ଆସିବା ମାତ୍ରେ ହିଁ ଫ୍ୟାନ୍ସଙ୍କ କମେଣ୍ଟର ସୁଅ ଛୁଟିଛି। ଜଣେ ଲେଖିଛନ୍ତି ଫଟୋଗୁଡ଼ିକ ବହୁତ ଭଲ ହୋଇଛି । ଅନ୍ୟ ଜଣେ ଲେଖିଛନ୍ତି ଅଭିନେତ୍ରୀଙ୍କ ସ୍ଵାମୀ ତାଙ୍କର ବହୁତ ଯତ୍ନ ନିଅନ୍ତି। ଏହା ବ୍ୟତୀତ ଅନ୍ୟ ଫ୍ୟାନ୍ସ ମାନେ ଅଭିନେତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

କ୍ୟାଟ୍ରିନା କୈଫ ଏବଂ ଅଭିନେତା ଭିକ୍କି କୌଶଲଙ୍କ ବିବାହ ୯ ଡିସେମ୍ବର ୨୦୨୧ରେ ହିନ୍ଦୁ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଥିଲା। ସୋସିଆଲ ମିଡିଆରେ ଏହି ବିବାହର ଫଟୋଗୁଡ଼ିକ ଦୀର୍ଘ ସମୟ ଧରି ଟ୍ରେଣ୍ଡ କରୁଥିଲା। ଆଜି କ୍ୟାଟ୍ରିନା ଭିକ୍କିଙ୍କ ସହିତ ସୁଖୀ ପାରିବାରିକ ଜୀବନ ବିତାଉଛନ୍ତି।

Katrina Kaif Vicky Kaushal
Advertisment
Related Articles
Advertisment