Advertisment

Ikkis Teaser Out: ରିଲିଜ୍ ହେଲା ଧର୍ମେନ୍ଦ୍ରଙ୍କ ନୂଆ ଫିଲ୍ମର ଟିଜର୍; ଏହି ଦିନ ଫିଲ୍ମ ରିଲିଜ୍; ଦେଖିବାକୁ ମିଳିବ ଭାରତ-ପାକ୍ ଯୁଦ୍ଧ

ଅଗସ୍ତ୍ୟ ନନ୍ଦା ପରମବୀର ଚକ୍ର ପୁରସ୍କାର ପ୍ରାପ୍ତ ଅରୁଣ ଖେତ୍ରପାଲ ଭୂମିକାରେ ଅଭିନୟ କରିବେ। ସେହିପରି ଧର୍ମେନ୍ଦ୍ର ତାଙ୍କ ବାପାଙ୍କ ଭୂମିକାରେ ନଜର ଆସିବେ। ଏମାନଙ୍କ ବ୍ୟତୀତ ଜୟଦୀପ ଅହଲାୱତ ଜଣେ ପାକିସ୍ତାନୀ ସେନା ଅଧିକାରୀଙ୍କ ଭୂମିକାରେ ଅଭିନୟ କରିବେ।

author-image
Pramod Behera
ଅଦ୍ୟତନ ହୋଇଛି
Upcoming film ikkis teaser

Upcoming film ikkis teaser

ବୟସ ହେଲାଣି ପାଖାପାଖି ୯୦। ତଥାପି ସେ ଥକି ନାହାନ୍ତି। ଏ ବୟସରେ ବି ତାଙ୍କର ଅଛି ଭରପୂର ଜୋସ୍। ୮୯ ବର୍ଷୀୟ ସୁପରଷ୍ଟାର ଧର୍ମେନ୍ଦ୍ର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଇକ୍କିସ୍’ ପାଇଁ ପ୍ରସ୍ତୁତ, ଯାହାର ନିର୍ଦ୍ଦେଶନା ପ୍ରଖ୍ୟାତ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀରାମ ରାଘବନ ଦେଇଛନ୍ତି। ଏହି ଫିଲ୍ମର ପ୍ରଥମ ଟିଜର ରିଲିଜ୍ ହୋଇଛି, ଏବଂ ରିଲିଜ୍ ତାରିଖ ମଧ୍ୟ ପ୍ରକାଶ ପାଇଛି। ଏହା ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଆଧାରିତ।

Advertisment

ଏହି ଚଳଚ୍ଚିତ୍ରଟି ୨ ଅକ୍ଟୋବର ୨୦୨୫ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବ। ଏହାର କାହାଣୀ ଭାରତୀୟ ସେନାର ଦ୍ୱିତୀୟ ଲେଫ୍ଟନାଣ୍ଟ ଅରୁଣ ଖେତ୍ରପାଲଙ୍କ ଜୀବନୀ ଉପରେ ଆଧାରିତ। ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧରେ ଚମତ୍କାର ବୀରତ୍ୱ ପ୍ରଦର୍ଶନ କରୁଥିବା ବେଳେ ଅରୁଣ ଖେତ୍ରପାଲ ୧୬ ଡିସେମ୍ବର ୧୯୭୧ରେ ଶହୀଦ ହୋଇଥିଲେ।

ସେତେବେଳେ ତାଙ୍କର ବୟସ ମାତ୍ର ୨୧ ବର୍ଷ ଥିଲା। ଏହି କାରଣରୁ ଫିଲ୍ମର ନାମ 'ଇକ୍କିସ୍' ରଖାଯାଇଛି। କିନ୍ତୁ ନିର୍ମାତା ଏକ ଭୁଲ କରିଦେଇଛନ୍ତି, ଯାହାକୁ ନେଇ ଆଲୋଚନା ଜୋର୍ ଧରିଛି।

Advertisment

ଅଧିକ ପଢ଼ନ୍ତୁ:ବଲିଉଡ୍‌କୁ ପୁଣି ଏକ ଦୁଃଖ; ଚାଲିଗଲେ 'ସନ୍ ଅଫ୍ ସର୍ଦ୍ଦାର'ର ଏହି ଫେମସ୍ ଅଭିନେତା

ଯୁଦ୍ଧ ସମୟରେ ତାଙ୍କର ସାହସିକତା ଏବଂ ବଳିଦାନକୁ ଦୃଷ୍ଟିରେ ରଖି, ଅରୁଣ ଖେତ୍ରପାଲଙ୍କୁ ମରଣୋତ୍ତର ପରମବୀର ଚକ୍ର ପ୍ରଦାନ କରାଯାଇଥିଲା। ଅରୁଣ ତାଙ୍କର ବାକି ଦୁଇଟି ଟ୍ୟାଙ୍କ୍‌ ସହିତ ସାହସର ସହିତ ଲଢ଼ିଥିଲେ। ସେ ୧୦ଟି ପାକିସ୍ତାନୀ ଟ୍ୟାଙ୍କ୍‌କୁ ନଷ୍ଟ୍‌ କରିଦେଇଥିଲେ, କିନ୍ତୁ ଯୁଦ୍ଧ ସମୟରେ ଶହୀଦ ହୋଇଯାଇଥିଲେ।

ନିର୍ଦ୍ଦେଶକ ରାଘବନ୍ 'ଏକ୍ ହସିନା ଥି', 'ଜାନୀ ଗଦ୍ଦାର' ଏବଂ 'ଅନ୍ଧାଧୂନ୍' ଭଳି ଦମଦାର୍ ଚଳଚ୍ଚିତ୍ର ପାଇଁ ଜଣାଶୁଣା। ଏହି ଫିଲ୍ମରେ ବଲିଉଡ୍‌ର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର, ୱେବ୍ ସିରିଜ୍ 'ପାତାଲ୍ ଲୋକ'ର ଅଭିନେତା ଜୟଦୀପ ଅହଲାୱତ ଏବଂ ବିଗ୍ ବି’ଙ୍କ ନାତି ଅଗସ୍ତ୍ୟ ନନ୍ଦା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ।

ଅଗସ୍ତ୍ୟ ନନ୍ଦା ପରମବୀର ଚକ୍ର ପୁରସ୍କାର ପ୍ରାପ୍ତ ଅରୁଣ ଖେତ୍ରପାଲ ଭୂମିକାରେ ଅଭିନୟ କରିବେ। ସେହିପରି ଧର୍ମେନ୍ଦ୍ର ତାଙ୍କ ବାପାଙ୍କ ଭୂମିକାରେ ନଜର ଆସିବେ। ଏମାନଙ୍କ ବ୍ୟତୀତ ଜୟଦୀପ ଅହଲାୱତ ଜଣେ ପାକିସ୍ତାନୀ ସେନା ଅଧିକାରୀଙ୍କ ଭୂମିକାରେ ଅଭିନୟ କରିବେ।

ଅଧିକ ପଢ଼ନ୍ତୁ:ସାନ ଭାଇର ଦେହାନ୍ତରେ ଶୋକରେ ରାହୁଲ୍ ଦେବ; ମନୋଜ ବାଜପେୟୀ କହିଲେ ଏ ଦୁଃଖ ଶବ୍ଦରେ ପ୍ରକାଶ କରିବା ଅସମ୍ଭବ

Bollywood Dharmendra Dharmendra Deol India Pakistan War
Advertisment