Advertisment

ବିବାଦ, ବୟକଟ୍, ହଙ୍ଗାମା ଭିତରେ ‘ପଠାନ’ ରିଲିଜ୍‌...ଫାଷ୍ଟ ଡେ’ ଫାଷ୍ଟ ଶୋ’ ଦେଖିବାକୁ ଖଚାଖଚ୍ ଭିଡ଼

ବିବାଦ, ବୟକଟ୍, ହଙ୍ଗାମା ଭିତରେ ଏବର୍ଷର ସବୁଠୁ ଚର୍ଚ୍ଚିତ ବଲିଉଡ୍‌ ଫିଲ୍ମ ‘ପଠାନ’ ରିଲିଜ ହୋଇଛି। ସିଙ୍ଗେଲ୍ ସ୍କ୍ରିନ୍‌ରୁ ମଲ୍ଟି ପ୍ଲେକ୍ସ ଫୁଲ୍‌ ପ୍ୟାକ୍‌। ସବୁଠି ଖଚାଖଚ୍ ଭିଡ଼ ସହ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Pathaan Film Relesed Today

Today Bollywood Film Pathaan Released

Advertisment

ବିବାଦ, ବୟକଟ୍, ହଙ୍ଗାମା ଭିତରେ ଏବର୍ଷର ସବୁଠୁ ଚର୍ଚ୍ଚିତ ବଲିଉଡ୍‌ ଫିଲ୍ମ ‘ପଠାନ’ ରିଲିଜ ହୋଇଛି। ସିଙ୍ଗେଲ୍ ସ୍କ୍ରିନ୍‌ରୁ ମଲ୍ଟି ପ୍ଲେକ୍ସ ଫୁଲ୍‌ ପ୍ୟାକ୍‌। ସବୁଠି ଖଚାଖଚ୍ ଭିଡ଼ ସହ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ୪ ବର୍ଷ ପରେ ବଡ଼ ସ୍କ୍ରିନ୍‌କୁ ବଲିଉଡ୍‌ ବାଦଶାହ ଶାହରୁଖ ଖାନ କମ୍‌ବ୍ୟାକ୍ କରିଥିବାରୁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଅଧିକ ରହିଛି। ବିଗ୍‌ ସ୍କ୍ରିନ୍‌ରେ ପଠାନ ରିଲିଜ୍‌ ହୋଇଛି। 

Advertisment

ପ୍ରଥମ ଥର ପାଇଁ କୌଣସି ହିନ୍ଦୀ ସିନେମା ୬ ହଜାରରୁ ଅଧିକ ପରଦାରେ ରିଲିଜ୍ ହୋଇଛି। ହିନ୍ଦୀ ସମେତ ଇଂରାଜୀ, ତେଲୁଗୁ, ତାମିଲରେ ବି ଏହା ରିଲିଜ୍‌ ହୋଇଥିବା ବେଳେ ରିଲିଜ୍ ପୂର୍ବରୁ ୩ ଲକ୍ଷ ୯୦ ହଜାରରୁ ଅଧିକ ଟିକେଟ୍ ବିକ୍ରି ହୋଇ ସାରିଥିଲା। ବେଶରମ୍ ରଙ୍ଗ ଗୀତକୁ ନେଇ ବିବାଦରେ ଘେରିଥିବା କିଙ୍ଗ ଖାନ୍‌ଙ୍କ ଏହି ଫିଲ୍ମ ରିଲିଜ୍ ପୂର୍ବରୁ ଏକାଧିକ ରେକର୍ଡ କରିଛି।

ଆଜି ସକାଳୁ ଦେଶର ଏକାଧିକ ହଲ୍‌ରେ ଫାଷ୍ଟ ଡେ’ ଫାଷ୍ଟ ଶୋ’ ଦେଖିବାକୁ ଦର୍ଶକଙ୍କ ଖଚାଖଚ୍ ଭିଡ଼ ଜମିଛି। ତେବେ ରିଲିଜ୍ ପୂର୍ବରୁ ପଠାନ୍ ବିବାଦରେ ଫସିଥିଲ। । ଫିଲ୍ମର ବେଶରମ୍ ରଙ୍ଗ ଗୀତ, ଦୀପିକା ପାଦୁକୋନଙ୍କ କଷ୍ଟ୍ୟୁମ୍‌, ଡାଇଲଗ୍ ଓ ଶାହରୁଖଙ୍କ ଲୁକ୍ସକୁ ନେଇ ଅନେକ କଟ୍ଟୁ ସମାଲୋଚନା ସହିବାକୁ ପଡ଼ିଛି।  ବଲିଉଡ୍ ପାଇଁ ଥିବା ବୟକଟ୍ ଟ୍ରେଣ୍ଡ୍ ବି ପଠାନର ସମସ୍ୟା ବଢ଼ାଇଥିଲା।

Advertisment

ହେଲେ ରିଲିଜ୍ ପୂର୍ବରୁ ଆଡଭାନ୍ସ ବୁକିଂକୁ ଦେଖିଲେ ଯେପରି ଏସବୁ କିଛି ଫରକ ପକାଇ ପାରିନଥିବା ଭଳି ଅନୁମାନ ହେଉଛି। 

Advertisment
Deepika Padukone Shah Rukh Khan Bollywood Pathan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ