Throwback video viral when rajamouli compared hrithik roshan with prabhas
ଗତ ବର୍ଷ ବଲିଉଡ୍-ଟଲିଉଡ୍ ମଧ୍ୟରେ ଦମଦାର ଲଢେଇ ଚାଲିଥିଲେ ବି ସାଉଥ୍ ଇଣ୍ଡିଆନ୍ ଫିଲ୍ମ ବଲିଉଡ୍ ଉପରେ ଭାରି ପଡିଥିଲା। ବର୍ତ୍ତମାନ ୨୦୨୫ ଆରମ୍ଭରୁ ପୁଣି ଥରେ ବଲିଉଡ୍ ଏବଂ ଟଲିଉଡ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି।
ତେବେ ପ୍ରଭାସଙ୍କ ଅଭିନୀତ ‘ବାହୁବଲୀ’ ପରେ ସାଉଥ୍ରୁ ଅଧିକରୁ ଅଧିକ ଫିଲ୍ମ ଆସୁଛି ଏବଂ ବିଶେଷ କରି ହିନ୍ଦୀ ଦର୍ଶକମାନେ ମଧ୍ୟ ଏସବୁକୁ ବହୁତ ପସନ୍ଦ କରୁଛନ୍ତି।
ଏ କଥା କହିବାର କିଛି ବର୍ଷ ପରେ ରାଜାମୌଲି ପ୍ରଭାସଙ୍କୁ ‘ବାହୁବଲୀ’ରେ କାଷ୍ଟ୍ କରିଥିଲେ ଏବଂ ‘ବାହୁବଲୀ’ ମଧ୍ୟ ରେକର୍ଡ କରିଥିଲା। କିନ୍ତୁ ‘ବାହୁବଲୀ’ ଏବଂ ଏହାର ସିକ୍ୱେଲ ପରେ ଆସିଥିବା ପ୍ରଭାସଙ୍କ ସବୁ ଫିଲ୍ମ ବକ୍ସ ଅଫିସ୍ରେ କାମ ଦେଇନି। ସବୁ ଫିଲ୍ମ ବିଫଳ ହୋଇଛି।
ଅଧିକ ପଢ଼ନ୍ତୁ: ଏହି ପୌରାଣିକ କାହାଣୀକୁ ନେଇ କାମ କରିବେ ରାଜାମୌଲି; ଅଂଶ ହେବେ ଜଣେ ଖାନ୍
ଏହା ପରେ କିନ୍ତୁ ରାଜାମୌଲି କହିଥିଲେ ଯେ ଏଭଳି କହିବା ପଛରେ ତାଙ୍କର ଉଦ୍ଦେଶ୍ୟ ନୁହେଁ ଯେ ହ୍ରିତିକ ରୋଶନଙ୍କୁ ଅସମ୍ମାନ କରିବା। ସେ ହ୍ରିତିକଙ୍କୁ ଜଣେ ଭଲ ଅଭିନେତା ଭାବନ୍ତି ଏବଂ ତାଙ୍କୁ ବହୁତ ସମ୍ମାନ ମଧ୍ୟ କରନ୍ତି।
ପ୍ରଭାସଙ୍କୁ ଜୋକର କହିଲେ ଅର୍ଶଦ:
ନିକଟରେ ବଲିଉଡ୍ ଅଭିନେତା ଅର୍ଶଦ ୱାର୍ସି ମଧ୍ୟ ପ୍ରଭାସଙ୍କୁ ନେଇ ଏକ ମତ ଦେଇଛନ୍ତି। ଫିଲ୍ମ ‘କଲ୍କୀ ୨୮୯୮ ଏଡି’ରେ ଅଭିନୟ ପାଇଁ ସେ ପ୍ରଭାସଙ୍କୁ ଜୋକର ବୋଲି କହିଛନ୍ତି। ଏହା ପରେ ଯେତେବେଳେ ପ୍ରଭାସଙ୍କ ପ୍ରଶଂସକମାନେ ଏହାକୁ ବିରୋଧ କରିଥିଲେ ସେତେବେଳେ ହ୍ରିତିକଙ୍କ ପ୍ରଶଂସକମାନେ ରାଜାମୌଲିଙ୍କର ଏହି ପୁରୁଣା ଭିଡିଓକୁ ଭାଇରାଲ୍ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737365476.jpg)