• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘OMG 2’ `। ଏହି ବଲିଉଡ୍‌ ଫିଲ୍ମକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା । ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଯେତିକି ଚର୍ଚ୍ଚାରେ ଥିଲା ସେତିକି ବିବାଦରେ ବି ରହିଥିଲା । ଆଉ ରିଲିଜ୍‌ ହେଲା ପରେ ବି ସେହି ଚର୍ଚ୍ଚା ଥମିବାର ନାଁ ଧରୁନି । ଆଉ ଏହାରି ଭିତରେ ଆସିଛି ଆଉ ଏକ ବଡ଼ ଖବର । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତାହା ହେଲା, ପଙ୍କଜ ତ୍ରିପାଠିଙ୍କ ପୁଅକୁ ଫିଲ୍ମ ଦେଖିବାକୁ ମନା !

ଆଜ୍ଞା ହଁ । ଫିଲ୍ମରେ ମୁଖ୍ୟ ଭୁମିକାରେ ନଜର ଆସୁଛନ୍ତି ରିଅଲିଷ୍ଟିକ୍ ଆକ୍ଟର ପଙ୍କଜ ତ୍ରିପାଠି ଓ ଖିଲାଡ଼ି ଅକ୍ଷୟ କୁମାର । ଫିଲ୍ମରେ ପଙ୍କଜଙ୍କ ପୁଅ ହୋଇଛନ୍ତି ୧୬ ବର୍ଷିୟ ଆକ୍ଟର ରୁଷ ବର୍ମା । ସେ ଏହି ଫିଲ୍ମ ପାଇଁ ଖୁବ୍‌ ଉତ୍ସାହିତ ଥିଲେ । ଯାହାକି ତାଙ୍କ ସୋସିଆଲ ମିଡିଆ ହାଣ୍ଡେଲ ଇନ୍‌ଷ୍ଟାଗ୍ରାମ୍‌ରୁ ସ୍ପଷ୍ଟ ଜଣାପଡ଼ୁଛି । କିନ୍ତୁ ବାସ୍ତବରେ ଦେଖିବାକୁ ଆରୁଷଙ୍କୁ ତାଙ୍କ ନିଜ ଫିଲ୍ମ ଦେଖିବାକୁ ବାରଣ କରାଯାଇଛି । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, କହିଁକି ? ଯିଏ ଏହି ଫିଲ୍ମରେ ଅଭିନୟ କରିଛନ୍ତି ତାଙ୍କୁ ପୁଣି ଫିଲ୍ମ ଦେଖିବାକୁ କିଏ ବାରଣ କରିବ ?

ଅଧିକ ପଢ଼ନ୍ତୁ: କାହିଁକି ଏମିତି ଘୋଷଣା ? ଅଭିନେତା ଅକ୍ଷୟ କୁମାରଙ୍କୁ ଚାପୁଡ଼ା ମାରିଲେ ମିଳିବ ୧୦ ଲକ୍ଷ ଟଙ୍କା !

ତେବେ ଏହାର ଉତ୍ତର ହେଉଛି ସେନ୍‌ସର୍‌ ବୋର୍ଡ । OMG 2, A ସାର୍ଟିଫିକେଟ୍‌ ପାଇଛି । ସେନ୍‌ସର ବୋର୍ଡର ରିଭ୍ୟୁ ବେଳେ ଫିଲ୍ମରୁ ଅନେକ ଡାଇଲଗ୍‌ କାଟି ଦିଆଯିବା ସତ୍ତ୍ୱେ ବି ଫିଲ୍ମକୁ A ସାର୍ଟିଫିକେଟ୍ ମିଳିଛି । ଅର୍ଥାତ ଏହି ଫିଲ୍ମ କେବଳ ଆଡଲ୍ଟମାନେ ଦେଖିପାରିବେ । ଆଉ ଆରୁଷଙ୍କୁ ମାତ୍ର ୧୬ ବଷଁ ।

ଫିଲ୍ମଟି ସମ୍ପୂର୍ଣ୍ଣରୂପେ ସେକ୍ସ ଏଜୁକେସନ ଉପରେ ଆଧାରିତ । ଫିଲ୍ମରେ ଆରୁଷ ବା ପଙ୍କଜ ତ୍ରିପାଠିଙ୍କ ପୁଅ ସ୍କୁଲ୍‌ ୱାସ୍‌ରୁମ୍‌ରେ ହସ୍ତମୈଥୁନ କରୁଥିବା ବେଳେ ଧରାପଡ଼ିଥିଲେ । ତା’ପରେ ତାଙ୍କୁ ଏହି ସମାଜରେ ସମସ୍ତେ ଲଜ୍ଜା ଜନକ ନଜରରେ ଦେଖିବା ଆରମ୍ଭ କଲେ । ଆଉ ତାଙ୍କ ପୁଅକୁ ସବୁଠି ଅପମାନିତ କଲେ । ଏହି ଅପମାନ ବିରୋଧରେ ପଙ୍କଜ ତ୍ରିପାଠି ଲଢ଼େଇ ଆରମ୍ଭ କଲେ । ଆଉ ସ୍କୁଲରେ ସେକ୍ସ ଏଜୁକେସନ୍‌ ବାଧ୍ୟତାମୂଳକ ହେବା ଜରୁରି ବୋଲି ସେ ଦାବି କରିବା ଆରମ୍ଭ କଲେ । ଆଉ ତାଙ୍କର ଏହି ଲଢ଼େଇ ହିଁ ଫିଲ୍ମର ପୁରା କାହାଣୀ ।

ଫିଲ୍ମରେ ଅକ୍ଷୟ କୁମାର ଭଗବାନ ଶିବଙ୍କ ଅବତାର ଭାବେ ଅଭିନୟ କରିଛନ୍ତି । ଫିଲ୍ମଟି ଅଗଷ୍ଟ ୧୧ ତାରିଖରେ ରିଲିଜ୍‌ ହୋଇଥିଲା । ରିଲିଜ୍‌ ହେବା ଦିନଠାରୁ ଏବେ ସୁଦ୍ଧା ଫିଲ୍ମ ହଲ୍‌ରେ ଦର୍ଶକଙ୍କ ଭିଡ଼ ଜମୁଛି । ଆଗକୁ ଏହି ଫିଲ୍ମ ନୂଆ ରେକର୍ଡ କରିବ ବୋଲି ସମସ୍ତେ ଆଶା ରଖିଛନ୍ତି ।

ଅଧିକ ପଢ଼ନ୍ତୁ: କାହାଣୀ ପୂରା ଫିଟ୍: ଅତି ଚତୁରତା ସହ ଦିଆଯାଇଛି ଯୌନ ଶିକ୍ଷା