Advertisment

କାହିଁକି ଏମିତି ଘୋଷଣା ? ଅଭିନେତା ଅକ୍ଷୟ କୁମାରଙ୍କୁ ଚାପୁଡ଼ା ମାରିଲେ ମିଳିବ ୧୦ ଲକ୍ଷ ଟଙ୍କା !

ବଲିଉଡ୍‌ର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କୁ ଯଦି କେହି ଚାପୁଡ଼ା ମାରନ୍ତି କିମ୍ବା ତାଙ୍କ ଉପରେ ଛେପ ପକାନ୍ତି, ତା’ହେଲେ ପୁରସ୍କାର ସ୍ୱରୂପ ତାଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ। ଏନେଇ ଆଗ୍ରାର ଏକ ହିନ୍ଦୁ ସଂଗଠନ ଘୋଷଣା କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Hindu outfit will give Rs 10 lakh to anyone who slaps bollywood actor Akshay Kumar

Hindu outfit will give Rs 10 lakh to anyone who slaps bollywood actor Akshay Kumar

ବଲିଉଡ୍‌ର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କୁ ଯଦି କେହି ଚାପୁଡ଼ା ମାରନ୍ତି କିମ୍ବା ତାଙ୍କ ଉପରେ ଛେପ ପକାନ୍ତି, ତା’ହେଲେ ପୁରସ୍କାର ସ୍ୱରୂପ ତାଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ। ଏନେଇ ଆଗ୍ରାର ଏକ ହିନ୍ଦୁ ସଂଗଠନ ଘୋଷଣା କରିଛି। ନିକଟରେ ରିଲିଜ ହୋଇଥିବା ଫିଲ୍ମ OMG 2(Oh My God 2)ରେ ଅକ୍ଷୟ, ଭଗବାନ ଶିବଙ୍କ ଦୂତ ଭାବେ ଅଭିନୟ କରିଛନ୍ତି। ହେଲେ ଫିଲ୍ମରେ ସେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇ ଥିବା ସଂଗଠନ ଅଭିଯୋଗ ଆଣିଛି। 

Advertisment

ଏନେଇ ଗୁରୁବାର ଦିନ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଭାରତ ଅକ୍ଷୟଙ୍କ କୁଶପୁତ୍ତଳିକା ଦାହ କରିବା ସହ ପିଲ୍ମ ପୋଷ୍ଟରରେ ନିଆଁ ଲଗାଇ ଦେଇଛନ୍ତି। OMG 2 ଫିଲ୍ମରେ ଅକ୍ଷୟ, ଭଗବାନ ଶିବଙ୍କ ଦୂତ ଭାବେ ଅଭିନୟ କରିଥିବା ନଜର ଆସିଛି। ହେଲେ କେତେବେଳେ ସେ କଚୋଡି କିଣୁଛନ୍ତି ତ ଆଉ କେତେବେଳେ ଅପରିଷ୍କାର ପୋଖରୀରେ ଗାଧୋଉଥିବା ଦେଖିବାକୁ ମିଳିଛି।

ଯାହାକି ହିନ୍ଦୁଙ୍କ ଧାର୍ମିକ ଭାବନା ପ୍ରତି ଏହା ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି। ତେଣୁ ସେନ୍‌ସର୍‌ ବୋର୍ଡ ଏହି ଫିଲ୍ମକୁ ବ୍ୟାନ୍‌ କରିବା ଲାଗି ଦାବି ହୋଇଛି। ଏହାସହ ଉଜ୍ଜୈନର ମହାକାଳ ମନ୍ଦିରରେ ଶୁଟିଂ ହୋଇଥିବା କିଛି ଦୃଶ୍ୟକୁ ହଟାଇବା ପାଇଁ ମଧ୍ୟ ଦାବି ହୋଇଛି। 

Advertisment

OMG 2 ର କାହାଣୀ ଜଣେ ଶିବ ଭକ୍ତଙ୍କ ଉପରେ, ଯେଉଁଥିରେ ପଙ୍କଜ ତ୍ରିପାଠୀ ଅଭିନୟ କରିଛନ୍ତି। ସେ ସଂପୂର୍ଣ୍ଣ ଭକ୍ତି ସହିତ ଶିବଙ୍କୁ ପୂଜା କରନ୍ତି। କିନ୍ତୁ ତାଙ୍କ ପୁଅ ସହିତ ଏମିତି କିଛି ହୁଏ ଯେ ତାଙ୍କୁ ସ୍କୁଲରୁ ବହିଷ୍କାର କରିଦିଆଯାଏ। ତାଙ୍କୁ ଖରାପ କଥା କୁହାଯିବା ଅଭିଯୋଗ ହୁଏ। ପରିସ୍ଥିତି ଏପରି ହୋଇଯାଏ ଯେ ପଙ୍କଜ ତ୍ରିପାଠୀ ଏବଂ ତାଙ୍କ ପରିବାରରକୁ ସହର ଛାଡିବା ପର୍ଯ୍ୟନ୍ତ କଥା ଯାଏ। ଠିକ ଏହି ସମୟରେ ଶିବ ଦୂତ ଅକ୍ଷୟ କୁମାରଙ୍କ ଏଣ୍ଟ୍ରୀ ହୁଏ। ଏହା ପରେ ପଙ୍କଜ ତ୍ରିପାଠୀଙ୍କ ସାହସ ବଢେ ଏବଂ ସେ କୋର୍ଟର ସାହାରା ନିଅନ୍ତି।

Advertisment
Advertisment