• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖ ଓଡିଶା ଇତିହାସର ଏକ ଲୋମଟାଙ୍କୁରା ଅଧ୍ୟାୟ। ଭଦ୍ରକ ର "ଇରମ" ଠାରେ ଦେଶପ୍ରେମୀଙ୍କ ଉପରେ ବର୍ଷିଯାଇଥିଲା ଇଂରେଜମାନଙ୍କ ଅମାନୁଷିକ ଗୁଳିକାଣ୍ଡ। ଏଥିରେ ପ୍ରାଣ ହରାଇଥିଲେ ୨୯ ଜଣ ସ୍ୱାଧୀନତା ସଂଗ୍ରମୀ। ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ ଭଳି ଅତ୍ୟନ୍ତ ଲୋମହର୍ଷଣକାରୀ ଥିଲା ସେଦିନର ଏହି ଦୃଶ୍ୟ। ଦେଶପ୍ରେମ ପାଇଁ ସମୂହ ପ୍ରାଣବଳି ର ସେଇ ମହାନ୍ ଗାଥାକୁ ସ୍ମରଣ କରିବାକୁ ତରଙ୍ଗ ଟିମ୍ ପ୍ରସ୍ତୁତ କରିଛି ଏକ ଦେଶାତ୍ମବୋଧକ ୱେବ୍ ସିରିଜ୍ ଯାହାର ନା’ “ରକ୍ତତୀର୍ଥ”।

ରବିବାର ‘ତରଙ୍ଗ ପ୍ଲସ୍’ରେ ଏହାର ଅଫିସିଆଲ୍ ଟ୍ରେଲର୍ ରିଲିଜ୍ ହୋଇଛି। ଟ୍ରେଲର ପୋଷ୍ଟ୍ ହେବାର ମାତ୍ର କେଇ ଘଣ୍ଟା ମଧ୍ୟରେ ଏହାକୁ ପାଖାପାଖି ୫ ହଜାର ଭିୟୁ ମିଳିସାରିଛି। ଟ୍ରେଲର୍‌ରୁ ସ୍ପଷ୍ଟ ବାରିହୋଇଯାଉଛି ଯେ ଏହି ସିରିଜ୍ ଖୁବ୍ ଦମଦାର୍ ହେବାକୁ ଯାଉଛି।

ଟ୍ରେଲର୍ ଆରମ୍ଭ ହେଉଛି ଦେଶପ୍ରେମର ଝଲକରେ। ‘ବନ୍ଦେ ମାତରମ୍‌’ ସ୍ୱରରେ ଝଙ୍କୃତ ହେଉଛି ଜଙ୍ଗଲ। ଏହି ଏତିକି ବେଳେ ବ୍ୟାକ୍ ଗ୍ରାଉଣ୍ଡରୁ ଭାସିଆସୁଛି ଏକ ଗମ୍ଭୀର ସ୍ୱର, “ଏ ଗାଥା ଓଡିଆଙ୍କ ଗର୍ବ ଓ ଗୌରବର।” ଠିକ୍ ଏହା ପରର ଦୃଶ୍ୟ ମନେପକେଇ ଦେଉଛି ସେ ସମୟର ଗରିବୀ ଉପରେ ଜମିଦାରର ଜୁଲମ ଆଉ ଚାବୁକ୍ ପ୍ରହାର।

ଦେଶକୁ ଇଂରେଜ କବଳରୁ ମୁକ୍ତ କରିବା ନେଇ ଓଡିଆଙ୍କ ରକ୍ତ ଫୁଟିଉଠୁଛି। ମଧୁବାବୁ ଓ ଗୋପବନ୍ଧୁଙ୍କ ଦାୟାଦମାନେ ବ୍ରିଟିସ୍ ଶାସନ ବିରୋଧରେ ଲଢିବା ନେଇ ଶପଥ ନିଅନ୍ତି। ସ୍ୱାଭିମାନୀ ଓଡିଆ ଇଂଗ୍ରେଜ ଶାସନ ତଳେ ଆତ୍ମସମର୍ପଣ ନକରି ବିରୋଧ କରିବାକୁ ଆଗେଇ ଆସନ୍ତି। ଏହି ସିରିଜ୍ ଓଡିଆର ବିରତ୍ୱର କାହାଣୀ ମନେପକେଇ ଦେବାକୁ ଯଥେଷ୍ଟ।

ଅଧିକ ପଢ଼ନ୍ତୁ: ବର୍ବରତାର କାହାଣୀ କହିବ ‘ରକ୍ତତୀର୍ଥ’

ଏଥିରେ ଅଭିଶେଖ ଗିରି, କୁକିଜ୍ ସ୍ୱାଇଁ, ଋଷି, ଧରିତ୍ରୀ, ଅଳକା ଶତପଥୀ, ମନୋଜ ପଟ୍ଟନାୟକ, ଆଶୁତୋଷ ମହାପାତ୍ର, ପୃଥ୍ୱୀରାଜ୍, ପ୍ରସନ୍ନଜିତ୍ ପ୍ରମୁଖ ବଳିଷ୍ଠ ଭୂମିକାରେ ଅଭିନୟ କରିବାର ନଜର ଆସିବେ। ଏଥିରେ ଦିଲ୍ଲୀପ ଚୌଧୁରୀଙ୍କ ଦମଦାର ସଂଳାପ ସାଙ୍ଗକୁ ସୁଶାନ୍ତ ମଣିଙ୍କ ଜବରଦସ୍ତ ନିର୍ଦ୍ଦେଶନା ଲୋକଙ୍କୁ ସେଇ ବାସ୍ତବ ଦୁନିଆକୁ ନେଇଯିବ। ଏହାର ପ୍ରଯୋଜନା ଦାୟିତ୍ୱ ସଞ୍ଜିବ ଦ୍ୱିବେଦୀ ଓ ଶୁଭଲକ୍ଷ୍ମୀ ପଟ୍ଟନାୟକ ନେଇଛନ୍ତି।

ଏହାର ମ୍ୟୁଜିଜ୍ ଗୌରବ ଆନନ୍ଦ ଦେଇଥିବା ବେଳେ ସୁଶାନ୍ତ ମଣି ଲିରିକ୍ସ ରଚନା କରିଛନ୍ତି। ରଞ୍ଜନ ଶତପଥୀ କ୍ରିଏଟିଭ୍ ହେଡ୍ ଓ ଚିଫ୍ ଏକ୍‌ଜିକ୍ୟୁଟିଭ୍ ପ୍ରଡ୍ୟୁସର ଦାୟିତ୍ୱ ଦେବୀଦତ୍ତ ମହାନ୍ତି ନେଇଛନ୍ତି। ଏହି ପାଟ୍ରିଓଟିକ୍ ଥ୍ରୀଲର୍ ସିରିଜ୍ ଚଳିତ ମାସ ଗଣତନ୍ତ୍ର ଦିବସ ବା ୨୬ ତାରିଖରେ ତରଙ୍ଗ ପ୍ଲସ୍‌ରେ ଷ୍ଟ୍ରିମିଙ୍ଗ୍‌ ହେବାକୁ ଯାଉଛି।

OTV is now on Whatsapp

Join and get latest news update delivered to you via whatsapp

Join Now