/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664371282.jpg)
RaktaTirtha
୨୮ ସେପ୍ଟେମ୍ବର ୧୯୪୨। ସାରା ଭାରତକୁ ଦୋହଲାଇ ଦେଇଥିଲା ଓଡ଼ିଶାର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁରର ଇରମ୍। ଇଂରେଜଙ୍କ ବିରୋଧରେ ସ୍ୱର ଉଠାଇଥିବା ଓଡ଼ିଆ ପୁଅ ନିଜ ମାଟି ମାଆ ପାଇଁ ଜୀବନ ଉତ୍ସର୍ଗ କରି ଦେଇଥିଲେ। ଇଂରେଜଙ୍କୁ ନ ଡରି ଛାତି ପତାଇ ଛିଡ଼ା ହୋଇଥିଲେ ୨୯ ଜଣ। ଫିରିଙ୍ଗଙ୍କ ଗୁଳି ଖାଇ ମାଟିରେ ସିନା ଲୋଟିଗଲେ, ହେଲେ ହଜାର ହଜାର ଲୋକଙ୍କ ମନରେ ଜାଳି ଦେଇଗଲେ ସ୍ୱାଧୀନତାର ବହ୍ନି । ଓଡ଼ିଆଙ୍କ ଏହି ଗର୍ବ ଓ ଗୌରବର ଗାଥାକୁ ନେଇ ପ୍ରସ୍ତୁତ ହୋଇଛି ୱେବ ସିରିଜ୍ ‘ରକ୍ତତୀର୍ଥ’।
ଫିରିଙ୍ଗି ଶାସନର ବର୍ବରତା ଯେତେବେଳେ ସୀମା ଟପି ଯାଇଥିଲା, ଧୀରେ ଧୀରେ ବ୍ୟାପୁଥିଲା ବିଦ୍ରୋହର ବହ୍ନି। ସ୍ୱାଧୀନତା ସଂଗ୍ରାମର ପୃଷ୍ଠଭୂମିରେ ବୋହି ଯିବା ଲାଗି ବାଟ ଖୋଜୁଥିଲା ପ୍ରେମର ସ୍ରୋତଟିଏ। ୮୦ ଦୀର୍ଘ ବର୍ଷ ପରେ ବି ଆତ୍ମାକୁ ଦୋହଲାଇ ଦେଉଥିବା ଏଇ ଘଟଣାକୁ ନେଇ ଆଗକୁ ବଢିଛି ‘ରକ୍ତତୀର୍ଥ’।
ତରଙ୍ଗ ସିନେ ପ୍ରଡକସନ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ନିଚ୍ଛକ ଓଡ଼ିଆ କାହାଣୀ ରକ୍ତତୀର୍ଥର ଟ୍ରେଲର ଏବେ ସାମ୍ନାକୁ ଆସିଛି। ପୁରା କାହାଣୀକୁ ଖୁବ୍ ଶୀଘ୍ର ଦର୍ଶକ ଦେଖିପାରିବେ। ଇରମ ଦିବସ ଅବସରରେ ଆଜି ରକ୍ତ ତୀର୍ଥ ଟିମ୍ ଇରମ୍ ଗସ୍ତ କରି ସହିଦଙ୍କ ସ୍ମୃତିଚାରଣ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)