Advertisment

ଏଥର ପୂଜାରେ ମେଢ ଦୁଲୁକିବ, ତରଙ୍ଗ ପ୍ଲସରେ ମନୋରଞ୍ଜନ ଜମିବ

ପୂଜା ବଜାରରେ ଧମାକା ଆଣିଛି ତରଙ୍ଗ ପ୍ଲସ। ଓଟିଟି ପ୍ଲାଟଫର୍ମ ତରଙ୍ଗ ପ୍ଲସରେ ପ୍ରସାରିତ ୱେବ ସିରିଜ ଏଥର ଦର୍ଶକଙ୍କ ମନ କିଣି ନେଇଛି। ଗୋଟିଏ ପରେ ଗୋଟିଏ ହିଟ୍‌ ସିରିଜ ଭେଟି ଦେଉଛି ତାହା ପୁଣି ସୁଲଭ ପ୍ରାଇସ୍‌ରେ। ୨ ବର୍ଷର କୋଭିଡ କଟକଣା ପରେ ଏଥର ପୂଜାରେ ସାହି ସାହିରେ ମେଢ ଦୁଲୁକିବ ତା ସହ ତରଙ୍ଗ ପ୍ଲସରେ ମନୋରଞ୍ଜନ ବି ଜମିବ।

ଅଦ୍ୟତନ ହୋଇଛି
Tarang Plus Premium Plan

taranga plus web series in OTT platform

Advertisment

ପୂଜା ବଜାରରେ ଧମାକା ଆଣିଛି ତରଙ୍ଗ ପ୍ଲସ। ଓଟିଟି ପ୍ଲାଟଫର୍ମ ତରଙ୍ଗ ପ୍ଲସ ରେ ପ୍ରସାରିତ ଏକାଧିକ ୱେବ ସିରିଜ ଏଥର ଦର୍ଶକଙ୍କ ମନକୁ କିଣି ନେଇଛି। ଗୋଟିଏ ପରେ ଗୋଟିଏ ହିଟ୍‌ ସିରିଜ ଭେଟି ଦେଉଛି ତରଙ୍ଗ ପ୍ଲସ। ତାହା ପୁଣି ସୁଲଭ ପ୍ରାଇସ୍‌ରେ। ୨ ବର୍ଷର କୋଭିଡ କଟକଣା ପରେ ଏଥର ପୂଜାରେ ସାହି ସାହିରେ ମେଢ ଦୁଲୁକିବ ତା ସହ ତରଙ୍ଗ ପ୍ଲସରେ ମନୋରଞ୍ଜନ ବି ଜମିବ। ତେଣୁ ତରଙ୍ଗ ପ୍ଲସର ଆନୁଆଲ ସବ୍‌ସ୍କ୍ରାଇବ୍‌ ପ୍ୟାକ ୩୬୫ ଥିବାବେଳେ ପୂଜା ପାଇଁ ୨୯୯ ଟଙ୍କା ରଖାଯାଇଛି। ତେବେ ଅକ୍ଟୋବର ୩ ତାରିଖରୁ ୫ ତାରିଖ ଭିତରେ ସବ୍‌ସ୍କ୍ରାଇବ କଲେ ଏହି ସୁବିଧା ପାଇ ପାରିବେ।  ତରଙ୍ଗ ପ୍ଲସର  ୱେବ ସିରିଜ ଗୁଡିକ ହେଉଛି, ରକ୍ତତୀର୍ଥ, ମହିଷାସୁର, ପୁଷ୍କରା, ବିଶ୍ୱକର୍ମା, ସୁଇସାଇଡ ଏବଂ ଶାଲା। 

Advertisment

ସେପ୍ଟେମ୍ବର ୨୮ରେ ରିଲିଜ ହୋଇଛି ତରଙ୍ଗ ପ୍ଲସର ରକ୍ତତୀର୍ଥ। ୧୯୪୨ ସେପ୍ଟେମ୍ବର ୨୮ ତାରିଖରେ ଇରମରେ ଘଟିଥିଲା ଆଉ ଏକ ଦ୍ୱିତୀୟ ଜାଲିଆଁଓ୍ୱାଲାବାଗ୍ ଘଟଣା। ବ୍ରିଟିଶ ଗୁଳିର ଶିକାର ହୋଇଥିଲେ ବହୁ ଓଡ଼ିଆ ସ୍ୱଧୀନତା ସଂଗ୍ରାମୀ । ସେଇ ରକ୍ତଭିଜା ମାଟିର କାହାଣୀକୁ ଦର୍ଶକଙ୍କ ଆଗରେ ତରଙ୍ଗ ପ୍ଲସ ଭେଟି ଦେଇଛି ରକ୍ତତୀର୍ଥ। ଏହି ୱେବସିରିଜରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅଭିଷେକ, କୁକିଜ୍ ଓ ରିଷି ପ୍ରମୁଖ କଳାକାର । ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି, କାହାଣୀ ଲେଖିଛନ୍ତି ଓଡ଼ିଶା ଟେଲିଭିଜନ୍ ଲିମିଟେଡର କ୍ରିଏଟିଭ୍ ହେଡ୍ ରଞ୍ଜନ ଶତପଥି ।

ଅଧିକ ପଢ଼ନ୍ତୁ: ତରଙ୍ଗ ପ୍ଲସର ନୂଆ ୱେବସିରିଜ ରକ୍ତତୀର୍ଥ

ସେହିପରି ତରଙ୍ଗ ପ୍ଲସର ଆଉ ଏକ ଭେଟି ହେଉଛି ମହିଷାସୁର। କଟକ ରେ ହିନ୍ଦୁ-ମୁସଲ୍‌ମାନ ଭାଇଚାରା, ତା ଭିତରେ ଆତଙ୍କବାଦୀ କାର୍ଯକଳାପ ଏବଂ ଏହାକୁ ନେଇ ଚାଲିଛି ରାଜନୀତି । ଶେଷରେ ହାରଯାଇଛି ଆତଙ୍କବାଦୀ କୁଚକ୍ରାନ୍ତ, ହୀନ ରାଜନୀତି। ଜିତିଛି ପୁରୁଣା ସହରର ପାରମ୍ପରିକ ଭାଇଚାରା। ଏମିତି ଏକ କାହାଣୀକୁ ନେଇ ହୋଇଛି ମହିଷାସୁର। ଏହାର କାହାଣୀ ଓ ଚିତ୍ରାନାଟ୍ୟ ଲେଖିଛନ୍ତି ଦେବୀଦତ୍ତ ମହାନ୍ତି, ସଂଳାପ ଲେଖିଛନ୍ତି ଚନ୍ଦନ କୁମାର। ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅର୍ଚ୍ଚିତା, ବବି ମିଶ୍ର, ପରାଗ ପଟ୍ଟନାୟକ, ବିରଞ୍ଚି ଓ ରାଜା ଡି। ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ। ପ୍ରଯୋଜକ ଅଛନ୍ତି ଅଜୟ ରାଉତ।

Advertisment

ଅଧିକ ପଢନ୍ତୁ: ଏଥର ପୂଜା ବଜାରକୁ ଗରମ କରିଦେବ ମହିଷାସୁର

ତରଙ୍ଗପ୍ଲସର ଆଉ ଏକ ଧମାକା ହେଉଛି ସବ୍ୟ-ସୁପ୍ରିୟାଙ୍କ ପୁଷ୍କରା। ପୁଷ୍କରାରେ ରହିଛି ଏକ ଭିନ୍ନ ସ୍ୱାଦର କାହାଣୀ। ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ ‘ନାଦବିନ୍ଦୁ’କୁ ଆଧାର କରି ଚିତ୍ରନାଟ୍ୟର ରୂପ ଦେଇଛନ୍ତି ଚିତ୍ରା ପଟ୍ଟନାୟକ, ଜନ୍ମେଞ୍ଜୟ ସିଂହ ଓ ଦେବୀଦତ୍ତ ମହାନ୍ତି। ସଂଳାପ ନିଜେ ଲେଖିଛନ୍ତି ଶଙ୍କର ତ୍ରିପାଠୀ। ଏହାର ମୁଖ୍ୟ ଚରିତ୍ରରେ ଅଛନ୍ତି ସବ୍ୟସାଚୀ ଓ ସୁପ୍ରିୟା। ଗୀତ ଓ ସଙ୍ଗୀତ ଦାୟିତ୍ୱରେ ଅଛନ୍ତି ଦେବୀଦତ୍ତ ମହାନ୍ତି ଓ ବିଭୂତି ଗଡନାୟକ। ଏହାର ପ୍ରଯୋଜକ ଅଛନ୍ତି ରେମେଶ ବାରିକ।

ବିଶ୍ୱକର୍ମା କହେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମା ଗଢାର କଥା ଆଉ ଏକ ମଦ୍ୟପ କାରିଗରର ଜୀବନ କାହାଣୀ।  ଜଣେ ମଦ୍ୟପ ଶିଳ୍ପୀ ପ୍ରଭୁ ଜଗନ୍ନାଥଙ୍କ ଜୀବନ୍ତ ଆକାରର କାଠ ପ୍ରତିମା ତିଆରି କରିବାର ଏକ ଆଦେଶ ପାଇଛି। ଏହା ପୁଣି ବର୍ଷକର ମଦ୍ୟପାନର ଖର୍ଚ୍ଚ ବଦଳରେ।  ବିଦେଶୀ ଦମ୍ପତିଙ୍କ ଠାରୁ ଅଗ୍ରୀମ ରାଶି ପାଇବା ପରେ କାରିଗର ମଦ ପିଇବା ଜାରି ରଖେ ଆଉ ଭୁଲିଯାଏ ମୂର୍ତ୍ତି ଗଢା କାମ।  ମୁଖ୍ୟ ଭୂମିକାରେ ଅଛନ୍ତି ଚୌଧୁରୀ ବିକାଶ ଦାଶ, ଅଲି ଅଲି, ନୟା ଜିଦାନ, ଦେବ, ବିଘ୍ନେଶ୍ୱର, ମନସ୍ୱିନୀ, ଶମ୍ବୁ, ଅନନ୍ତ, ଲଲାଟେନ୍ଦୁ, ବିଘ୍ନେସ୍, ବିଜୟ ପଟ୍ଟନାୟକ ପ୍ରମୁଖ । ଫିଲ୍ମ କାହାଣୀ ଓ ନିର୍ଦ୍ଦେଶନା ଦାୟିତ୍ୱ ସୋମିଓ ନେଇଛନ୍ତି। ଏହାର କ୍ରିଏଟିଭ୍ ହେଡ୍ ଦାୟିତ୍ୱରେ ଅଛନ୍ତି ଶାନ୍ତନୁ କୁମାର ସିଆ। 

Advertisment

ଅଧିକ ପଢନ୍ତୁ: ‘ବିଶ୍ୱକର୍ମା’, କହିବ କଳାକାରର କାହାଣୀ

ତରଙ୍ଗ ସିନେ ପ୍ରଡକ୍ସନ ର ଆଗାମୀ ଚଳଚିତ୍ର "ସାଲା ମିଡଲ୍ କ୍ଳାସ" ର କାହାଣୀ l ମିଡଲ୍ କ୍ଳାସ ଫ୍ୟାମିଲିର  ଦୁଃଖ  ଓ ସମସ୍ୟା ଉପରେ ଆଧାରିତ ।  ପ୍ରତି ମିଡଲ୍ କ୍ଳାସ ଫ୍ୟାମିଲିରେ ରୋଜଗାର କଲା  ଵାଲା ଜଣେ ଥାଏ । ତାଙ୍କ ଉପରେ ବୋଝ ହେଇଯାଏ  ବ୍ୟାଙ୍କ କିସ୍ତି, ଘର ଭଡା, ଘର ଖର୍ଚ୍ଚ, ପୂଜା ଚାନ୍ଦା ସାଙ୍ଗକୁ ପ୍ରତି ମାସରେ ତା ଉପରେ ଲଦି ହେଇଯାଏ ଅନେକ ଆଦେଖା ଅପ୍ରତ୍ୟାଶିତ ଖର୍ଚ୍ଚ।
 ଜୀବନ ଜଂଜାଳ ଭିତରେ ପେଷି ହେଇ, ନିଜ ସ୍ୱାଭିମାନ ଏବଂ ଅଭାବ ଭିତରେ ଚାପିହେଇ ହେଇ ଚାଲିଥାଏ ମିଡଲ୍ କ୍ଳାସ ଲୋକଟି । ମିଡଲ୍ କ୍ଳାସ ଲୋକ ଗରିବ ନୁହେଁ କି ଧନୀ ନୁହଁ , ବାସ ଗୋଟେ ନିଆରା ଶ୍ରେଣୀର ମଣିଷl  ଏଇପରି ଅନେକ ସମସ୍ୟା ବହୁଳ ଜୀବନକୁ ନେଇ ତିଆରି "ସାଲା ମିଡଲ୍ କ୍ଳାସ " ର କାହାଣୀ l ମୁଖ୍ୟ ଭୂମିକାରେ ଅଛନ୍ତି ଅଶ୍ରୁ ମୋଚନ ମହାନ୍ତି। ଅନ୍ୟ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ସୁଭାଶିଷ,ତନୁଶ୍ରୀ,ମହାପ୍ରସାଦ, ମହିମା, ଆକାଶ,ବିଜୟିନୀ,ସୋମୁ। ସନ୍ତୋଷ ଦାଶଙ୍କ କାହାଣୀକୁ ଚିତ୍ରନାଟ୍ୟ ଓ ସଂଳାପରେ ସଜେଇଛନ୍ତି ଚନ୍ଦନ କୁମାର ଏବଂ ନିର୍ଦ୍ଦେଶନା ଦେଇଛନ୍ତି ରାଶେସ ମହାନ୍ତି l ସଙ୍ଗୀତ ଦେଇଛନ୍ତି ଅଭିଜିତ ମଜୁମଦାର l ପ୍ରଯୋଜନା ଭାର ସମ୍ଭାଲିଛନ୍ତି ସଞ୍ଜୀବ ଦିୱେଦି ଓ ଉମେଶ ପଟ୍ଟନାୟକ।

ସେହିପରି ସୁଇସାଇଡର କାହାଣୀ ମଧ୍ୟ ବେଶ୍ ଦମଦାର ରହିଛି ଯାହା ଦର୍ଶକଙ୍କ ମନକୁ ଛୁଇଁବାରେ ସମର୍ଥ ହେବ।

Tarang App Tarang TV Tarang Cine Productions Taraga Plus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ