• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

 ଅମୃତସର ଜାଲିଆଁଓ୍ୱାଲାବାଗ୍ ଗଣହତ୍ୟା କଥା କିଏ ବା ନଜାଣେ । ହେଲେ ଜାଣିଛନ୍ତି କି, ଭାରତର ଦ୍ୱିତୀୟ ଜାଲିଆଁଓ୍ୱାଲାବାଗ୍ କାହାକୁ କୁହାଯାଏ ? ଭଦ୍ରକ ଜିଲ୍ଲା ବାସୁଦେବପୁର ନିକଟସ୍ଥ ଇରମକୁ। ଏକଥା ହୁଏତ ବହୁ ଓଡ଼ିଆଙ୍କୁ ବି ଜଣାନଥିବେ । ୧୯୪୨ ମସିହା ଆଜିର ଦିନରେ ଇରମରେ ବ୍ରିଟିଶ ଗୁଳିର ଶିକାର ହୋଇଥିଲେ ବହୁ ଓଡ଼ିଆ ସ୍ୱଧୀନତା ସଂଗ୍ରାମୀ । ସେଇ ରକ୍ତଭିଜା ମାଟିର କାହାଣୀକୁ ଦର୍ଶକଙ୍କ ଆଗରେ ୱେବସିରିଜ ଭାବେ ଭେଟିଦେବାକୁ ଯାଉଛି ତରଙ୍ଗ ପ୍ଲସ । ଓଟିଟି ପ୍ଲାଟଫର୍ମ ତରଙ୍ଗ ପ୍ଲସରେ ରିଲିଜ ହେବାକୁ ଯାଉଛି ୱେବସିରିଜ ରକ୍ତତୀର୍ଥ

ସ୍ବାଧୀନତା ସଂଗ୍ରାମ ତଥା ଭାରତ ଛାଡ଼ ଆନ୍ଦୋଳନ ପୃଷ୍ଠଭୂମିରେ ଖାଲି ମାଟିର କଥା ନୁହେଁ; ଏକ ମୌଳିକ କାହାଣୀକୁ ନେଇ ଓଟିଟି ପ୍ଲାଟଫର୍ମ ତରଙ୍ଗ ପ୍ଲସ ରେ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଓଡ଼ିଆ ୱେବସିରିଜ ରକ୍ତତୀର୍ଥ । ଇରମ୍ ଗଣହତ୍ୟା ଉପରେ ଆଧାରିତ ତରଙ୍ଗ ପ୍ଲସର ଏହି ୱେବସିରିଜରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅଭିଷେକ, କୁକିଜ୍ ଓ ରିଷି ପ୍ରମୁଖ କଳାକାର । ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି, କାହାଣୀ ଲେଖିଛନ୍ତି ଓଡ଼ିଶା ଟେଲିଭିଜନ୍ ଲିମିଟେଡର କ୍ରିଏଟିଭ୍ ହେଡ୍ ରଞ୍ଜନ ଶତପଥି ।

ଆଜିକୁ ୮୦ ବର୍ଷ ତଳର କଥା । ଦେଶସାରା ଜଳୁଥାଏ ଭାରତ ଛାଡ଼ ଆନ୍ଦୋଳନର ବହ୍ନି । ୧୯୪୨ ସେପ୍ଟେମ୍ବର ୨୮ରେ ଇରମରେ ଇଂରେଜ ସରକାର ବିରୋଧରେ ମେଳି କରୁଥାନ୍ତି ୫ହଜାରରୁ ଅଧିକ ସ୍ୱାଧୀନତା ସଂଗ୍ରାମୀ । ହେଲେ ଏହାକୁ ଦମନ କରିବା ପାଇଁ ଚାରିପଟୁ ଘେରି ନିରସ୍ତ୍ର ସଂଗ୍ରାମୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲା କ୍ରୁର ବ୍ରିଟିଶ ପୋଲିସ । ସେଇଠି ଟଳିପଡ଼ିଲେ ଓଡ଼ିଶାର ଏକମାତ୍ର ମହିଳା ସହିଦ ପରି ବେଓ୍ୱାଙ୍କ ସମେତ ୨୯ ଜଣ ଓଡ଼ିଆ ବୀର । ଆହତ ହେଲେ ୫୦ରୁ ଅଧିକ ।

ଏହି ଘଟଣାକୁ ପରଦାରେ ଉତାରିବାକୁ ବେଶ୍ ପରିଶ୍ରମ କରିବାକୁ ପଡ଼ିଛି ରକ୍ତତୀର୍ଥ ଟିମକୁ । ପ୍ରାକ୍-ସ୍ୱାଧୀନ ଭାରତର ପରିବେଶ ଓ ପରିପାଟୀକୁ ଓଡ଼ିଆ ଦର୍ଶକଙ୍କ ଆଗରେ ଅବିକଳ ପରସିବାକୁ ହୋଇଛି ଭରପୁର ପ୍ରୟାସ । ଭିଣ୍ଟେଜ୍ କାର୍, ବ୍ରିଟିଶ ଅମଳର କୋଠା, ଇଂରେଜ ଭୂମିକାରେ ବିଦେଶୀ କଳାକାରଙ୍କୁ ସାମିଲ କରାଯାଇଛି । ଏଥିରେ ମୌଳିକ କାହାଣୀ ସହିତ ୱେବସିରିଜର ରିଟ୍ରୋ ଲୁକ୍ ଦର୍ଶକଙ୍କ ମନକୁ ଛୁଇଁପାରିବ ବୋଲି ଆଶା ରଖିଛନ୍ତି ନିର୍ମାତା ।

ଆଜି ସେଇ ସେପ୍ଟମ୍ବର ୨୮, ଇରମ୍ ସହିଦ ଦିବସ । ଏହି ପବିତ୍ର ତିଥିରେ ରକ୍ତତୀର୍ଥ ୱେବସିରିଜର ଟିଜର୍ ରିଲିଜ ହୋଇଥିବା ବେଳେ ଇରମ୍ ସହିଦ ସ୍ମୃତିସ୍ତମ୍ଭ ନିକଟରେ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏହାର ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା ଓ ଅଭିନେତ୍ରୀ ପ୍ରମୁଖ ।

OTV is now on Whatsapp

Join and get latest news update delivered to you via whatsapp

Join Now