Jaat Trailer: ଅଢେଇ କିଲିଆ ହାତର ଶକ୍ତି ଏବେ ସାଉଥ୍ ଦେଖିବ; ଜାଟ୍ ହୋଇ ରଣଦୀପଙ୍କ ସହ ଲଢିବେ ସନ୍ନି

ସନ୍ନି ଦେଓଲଙ୍କ ଆକ୍ସନ୍ ଫିଲ୍ମ 'ଜାଟ୍'ର ଟ୍ରେଲର୍‌ ରିଲିଜ ହୋଇଛି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୁଣି ଥରେ ସନ୍ନି ଦେଓଲଙ୍କ ଦମଦାର ଡାଏଲଗ ଶୁଣିବାକୁ ମିଳିଛି।

ଅଢେଇ କିଲିଆ ହାତର ଶକ୍ତି ଏବେ ସାଉଥ୍ ଦେଖିବ

ସନ୍ନି ଦେଓଲଙ୍କ ଆକ୍ସନ୍ ଫିଲ୍ମ 'ଜାଟ୍'ର ନିର୍ମାତା ଏହାର ଟ୍ରେଲର୍‌ ରିଲିଜ କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେଲୁଗୁ ନିର୍ଦ୍ଦେଶକ ଗୋପୀଚାନ୍ଦ ମଲିନେନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଭିନୀତ କୁମାର ସିଂହ, ସୈୟାମୀ ଖେର ଏବଂ ରେଜିନା କୈସଣ୍ଡ୍ରାଙ୍କ ଭଳି ଅଭିନେତା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

ଏହାର ସଂଗୀତକୁ ତେଲୁଗୁ ଏବଂ ତାମିଲ ସଂଗୀତ ନିର୍ଦ୍ଦେଶକ ଥମନ ଏସ୍ ରଚନା କରିଛନ୍ତି। ଏହି ଫିଲ୍ମର ସିନେମାଟୋଗ୍ରାଫି ଋଷି ପଞ୍ଜାବୀ ଏବଂ ସମ୍ପାଦନା ନବୀନ ନୁଲି କରିଥିବାବେଳେ ଅବିନାଶ କୋଲା ପ୍ରଡକ୍ସନ୍ ଡିଜାଇନ୍ କରିଛନ୍ତି।

ଏହି ଫିଲ୍ମରେ ରଣଦୀପ ହୁଡା ଭିଲେନ୍‌ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମରେ ତାଙ୍କ ଚରିତ୍ର 'ରଣତୁଙ୍ଗା' ଥିବାବେଳେ ଏହି ଚରିତ୍ରରେ ନିଜକୁ ବାସ୍ତବ କରିବା ପାଇଁ ସେ ନିଜ ଓଜନ ବଢାଇବା ସହିତ ସେ ନିଜ ସ୍ୱର ଉପରେ ମଧ୍ୟ ବିଶେଷ କାମ କରିଛନ୍ତି, ଯାହାର ପ୍ରଭାବ ଟ୍ରେଲର୍‌ରେ ମଧ୍ୟ ଦେଖାଯାଉଛି। ଏହା ସହିତ ସନ୍ନି ଦେଓଲଙ୍କ ଆକ୍ସନ୍ ଅବତାର ମଧ୍ୟ ପ୍ରଶଂସକଙ୍କ ହୃଦୟ ଜିତୁଛି।

ଅଧିକ ପଢ଼ନ୍ତୁ: ଚର୍ଚ୍ଚାରେ ସଲମାନ ଖାନ ଏବଂ ସନ୍ନି ଦେଓଲ; କିଏ ଛାଣିବ ଟଙ୍କା, 'ସିକନ୍ଦର' ନା 'ଜାଟ୍‌'

ନିକଟରେ ପ୍ରଡକ୍ସନ୍ ସହିତ ଜଡିତ ଏକ ସୂତ୍ରରୁ ପ୍ରକାଶ କରାଯାଇଥିଲା - ସେ ଜଣେ ଭିଲେନ୍ ହୁଅନ୍ତୁ କି ହିରୋ ହୁଅନ୍ତୁ, ରଣଦୀପ ଏଥିରେ ବୁଡି ଯାଆନ୍ତି ଏବଂ ଏହାକୁ ଜୀବନ୍ତ କରିବା ପାଇଁ କଠିନ ପରିଶ୍ରମ କରନ୍ତି। 'ଜାଟ୍' ମଧ୍ୟ ଏଥିରୁ ବାଦ ପଡି ନାହିଁ। ସେ ତାଙ୍କ ଭିଲେନ୍ ଚରିତ୍ର ରଣତୁଙ୍ଗାକୁ ମଜବୁତ କରିବା ପାଇଁ ପ୍ରଥମ ଦିନରୁ ପରିଶ୍ରମ କରିଆସୁଛନ୍ତି।

ସୂତ୍ର କହିଛି ଯେ “ରଣଦୀପ ହୁଡା ତାଙ୍କ ଚରିତ୍ର ପାଇଁ ଚୁଟି ବଡ କରିଛନ୍ତି ଏବଂ ତାଙ୍କ ଚରିତ୍ରକୁ ଅଧିକ ଭୟଙ୍କର କରିବା ପାଇଁ ତାଙ୍କ ଶରୀର ଉପରେ କାମ କରିଛନ୍ତି।”

ଟ୍ରେଲର୍‌:

ଟ୍ରେଲର୍‌ ଆରମ୍ଭରେ ସନ୍ନି ଦେଓଲଙ୍କ ଆକ୍ସନ୍ ଅବତାର ଦେଖିବାକୁ ମିଳେ। ଟ୍ରେଲର୍‌ ଆରମ୍ଭରେ, ସୈୟାମୀ ଖରେଙ୍କ ପ୍ରଥମ ଏଣ୍ଟ୍ରି ହେଉଛି, ଯିଏକି ଜଣେ ପୋଲିସ ଭୂମିକାରେ ନଜର ଆସିଛନ୍ତି। ଗାଁରେ ଭୟର ବାତାବରଣ ଦେଖିବା ପରେ ସୈୟାମୀ ପଚରାଉଚରା କରିଛନ୍ତି। ଏହି ସମୟରେ ସମସ୍ତ ଗ୍ରାମବାସୀ ଭୟଭୀତ ହେବା ଦେଖାଯାଏ। ଏହାପରେ ଜଣେ ପିଲା 'ରଣତୁଙ୍ଗା' ନା’ ନେଇଥାଏ।

ଦମଦାର ଡାଏଲଗ୍:

ସନ୍ନି ଦେଓଲ୍ ଟ୍ରେଲରରେ ଏଣ୍ଟ୍ରୀ କରିବା ମାତ୍ରେ ସବୁ ଗୁଣ୍ଡା ତାଙ୍କୁ ମାରିବା ପାଇଁ ଆଗକୁ ଆସନ୍ତି, କିନ୍ତୁ ଅଭିନେତା ସେମାନଙ୍କ ଉପରେ ଭାରି ପଡନ୍ତି। ଏହି ସମୟରେ ତାଙ୍କର ୟୁନିକ୍ ଡାଏଲଗ୍‌ ଶୁଣିବାକୁ ମିଳେ। ଡାଏଲଗ୍‌ରେ ସେ କୁହନ୍ତି, “ଢାଇ କିଲୋ କା ହାତ୍‌ର ତାକତ୍ ତୋ ପୂରା ନର୍ଥ ଦେଖ୍ ଚୁକା ହେ, ଅବ୍ ସାଉଥ୍ ଦେଖେଗା”। ଏହା ପରେ ସେ ରଣଦୀପ ହୁଡାଙ୍କ ସହ ଫାଇଟ୍ କରୁଥିବା ଦେଖିବାକୁ ମିଳେ।

‘ମୈତ୍ରୀ ମୁଭି ମେକର୍ସ ଆଣ୍ଡ୍ ପିପଲ୍ ମିଡିଆ ଫ୍ୟାକ୍ଟ୍ରୀ ଏହି ଫିଲ୍ମ ନିର୍ମାଣ କରିଛନ୍ତି। ଫିଲ୍ମଟି ଏପ୍ରିଲ ୧୦ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହାପୂର୍ବରୁ, ୨୦୨୩ରେ ସନ୍ନି ଦେଓଲଙ୍କ ‘ଗଦର ୨’ ମୁକ୍ତିଲାଭ କରିଥିଲା, ଯାହା ୬୦ କୋଟି ଟଙ୍କା ବଜେଟ୍‌ରେ ତିଆରି ହୋଇଥିବା ବେଳେ ବକ୍ସ ଅଫିସରେ ୫୦୦ କୋଟିରୁ ଅଧିକ ଆୟ କରିଥିଲା।

ଅଧିକ ପଢ଼ନ୍ତୁ: ଭିଲେନ ହେବାକୁ ରଣଦୀପ ହୁଡା ପରିବର୍ତ୍ତନ କରିଦେଲେ ଶରୀର ଆଉ ସ୍ୱର; ଦେଖିଲେ ବିଶ୍ୱାସ କରିପାରିବେନି