jaat song oh rama shri rama released on ram navami
ବଲିଉଡ୍ ସୁପର୍ଷ୍ଟାର୍ ସନ୍ନି ଦେଓଲ ତାଙ୍କର ଆଗାମୀ ଫିଲ୍ମ 'ଜାଟ୍' ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ଫିଲ୍ମର ଟ୍ରେଲର୍ ରିଲିଜ ହୋଇଥିଲା, ଯେଉଁଥିରେ ସନ୍ନି ଦେଓଲଙ୍କୁ ପୂରା ଆକ୍ସନ୍ ଅବତାରରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ଆଗାମୀ କିଛି ଦିନ ମଧ୍ୟରେ ପ୍ରେକ୍ଷାଳୟକୁ ଆସିବାକୁ ପ୍ରସ୍ତୁତ।
ବର୍ତ୍ତମାନ ନିର୍ମାତା ରାମ ନବମୀର ବିଶେଷ ଉତ୍ସବରେ ଫିଲ୍ମର ଦ୍ୱିତୀୟ ଗୀତ 'ହେ ରାମା ଶ୍ରୀରାମା' ରିଲିଜ୍ କରିଛନ୍ତି। ଭଗବାନ ଶ୍ରୀରାମଙ୍କ ସ୍ତୁତିରେ ନିର୍ମିତ ଏହି ଗୀତକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଛନ୍ତି।
ଭିଡିଓ ଗୀତରେ ଏହା ଦେଖିବାକୁ ମିଳେ ଯେ ସନ୍ନି ଦେଓଲ ଏକ ଶୋଭାଯାତ୍ରା ମଧ୍ୟରେ ବୁଲୁଛନ୍ତି, ଯେଉଁଠାରେ ଲୋକମାନେ ଶ୍ରୀରାମଙ୍କୁ ନେଇ ଗୀତ ଗାଉଛନ୍ତି ଏବଂ ନାଚୁଛନ୍ତି। ପୂରା ଏନର୍ଜୀରେ ପରିପୂର୍ଣ୍ଣ ଏହି ଗୀତର ସଂଗୀତ ରଚନା କରିଛନ୍ତି ଥମନ ଏସ୍।
ଅଧିକ ପଢ଼ନ୍ତୁ: ଅଢେଇ କିଲିଆ ହାତର ଶକ୍ତି ଏବେ ସାଉଥ୍ ଦେଖିବ; ଜାଟ୍ ହୋଇ ରଣଦୀପଙ୍କ ସହ ଲଢିବେ ସନ୍ନି
ଏହି ଗୀତକୁ ଅଦ୍ୱିତୀୟ ଭୋଜ୍ଜଲା ଏବଂ ଶ୍ରୁତି ରଞ୍ଜନୀ ଲେଖିଛନ୍ତି। ଏହାକୁ ଧନୁଞ୍ଜୟ ସୀପାନା, ସାକେତ କୋମାଜୋସ୍ୟୁଲା, ସୁମନସ କସୁଲା, ସାତ୍ୱିକ ଜି ରାଓ ଏବଂ ବାଗ୍ଦେବୀ କୁମାରା ଗାଇଛନ୍ତି। ଏହି ଗୀତ ରିଲିଜ୍ ହେବା ମାତ୍ରେ ସୋସିଆଲ ମିଡିଆରେ ଛାଇ ଗଲାଣି।
‘ଟଚ୍ କିୟା’ ଗୀତକୁ ପସନ୍ଦ:
ଏହାପୂର୍ବରୁ ସନ୍ନି ଦେଓଲଙ୍କ ଆକ୍ସନ୍ ଫିଲ୍ମ 'ଜାଟ୍'ର ପ୍ରଥମ ଗୀତ 'ଟଚ୍ କିୟା 'ରିଲିଜ୍ ହୋଇଥିଲା ଯେଉଁଥିରେ ଉର୍ବଶୀ ରୌତେଲା ଏକ ଚମତ୍କାର ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା।
ଏହି ଗୀତକୁ ମଧୁବନ୍ତୀ ବାଗ୍ଚି ଏବଂ ଶାହିଦ ମାଲ୍ୟା ଗାଇଛନ୍ତି। ଏହି ଗୀତକୁ କୁମାର ଲେଖିଛନ୍ତି ଏବଂ ସଙ୍ଗୀତରେ ସଜାଇଛନ୍ତି ଥମନ ଏସ୍। 'ଟଚ୍ କିୟା' ଗୀତରେ ଉର୍ବଶୀଙ୍କ ଦମଦାର ଡ୍ୟାନ୍ସ ଚଳଚ୍ଚିତ୍ର ପ୍ରଶଂସକଙ୍କ ହୃଦୟକୁ ଦୋହଲାଇ ଦେଇଛି।
ଏହି ଦିନ ଫିଲ୍ମ ରିଲିଜ୍:
ସନ୍ନି ଦେଓଲଙ୍କ ଫିଲ୍ମ 'ଜାଟ୍' ଗୋପୀଚାନ୍ଦ ମାଲିନେନୀଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ହୋଇଛି। ଏଥିରେ ରଣଦୀପ ହୁଡା, ଭିନୀତ କୁମାର ସିଂହ, ରେଜିନା କୈସେଣ୍ଡ୍ରା, ସାୟାମୀ ଖେର ଏବଂ ସ୍ୱରୂପ ଘୋଷଙ୍କ ଭଳି ତାରକା ପ୍ରମୁଖ ଭୂମିକାରେ ନଜର ଆସିବେ।
ଫିଲ୍ମ ଏପ୍ରିଲ୍ ୧୦ରେ ତାମିଲ ଏବଂ ତେଲୁଗୁ ସହିତ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ। ପୂର୍ବରୁ ୨୦୨୩ ମସିହାରେ ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ରିଲିଜ ହୋଇଥିଲା। ଅନିଲ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରଟି ସର୍ବକାଳୀନ ବ୍ଲକବଷ୍ଟରରେ ପରିଣତ ହୋଇ ୬୯୧କୋଟି ଟଙ୍କା ଆୟ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743925503.jpg)