Advertisment

ବଲିଉଡ୍‌କୁ ବୟକଟ୍ ମୁକ୍ତ କରିବା ପାଇଁ ଯୋଗୀ ଆଦିତ୍ୟନାଥଙ୍କୁ ସୁନୀଲ ଶେଟ୍ଟୀଙ୍କ ଗୁହାରି

‘ବୟକଟ୍ ବଲିଉଡ୍‌’ ଟ୍ରେଣ୍ଟ୍ ହିନ୍ଦୀ ସିନେମା ଶିଳ୍ପକୁ ବର୍ବାଦ କରିଦେଇଛି। ବଲିଉଡ୍ ଏଥିରୁ ମୁକୁଳି ପାରୁନି। ଅନେକ କ୍ଷତି ସହିବାକୁ ହେଉଛି। ଏନେଇ ବଡିଉଡ୍‌ର ବରିଷ୍ଠ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଆତ୍ମା କାନ୍ଦି ଉଠିଛି। ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଗୁହାରି କରିଛନ୍ତି। ଜାଣନ୍ତୁ ସେ କ’ଣ କହିଛନ୍ତି…

author-image
Pramod Behera
ଅଦ୍ୟତନ ହୋଇଛି
Suniel Shetty ask Yogi Adityanath stop Boycott Bollywood Trend

Suniel Shetty ask Yogi Adityanath stop boycott bollywood trend

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ମୁମ୍ବାଇ ଗସ୍ତରେ ଯାଇ ସେଠାରେ ଅନେକ ତାରକାଙ୍କୁ ଭେଟିଥିଲେ। ଯୋଗୀ ଆଦିତ୍ୟନାଥ ଭବିଷ୍ୟତର ଫିଲ୍ମ ସିଟି ଏବଂ ଉତ୍ତରପ୍ରଦେଶରେ ପୁଞ୍ଜି ବିନିଯୋଗ ବିଷୟରେ ଆଲୋଚନା କରିବା ପାଇଁ ମୁମ୍ବାଇରେ ପହଞ୍ଚିଥିଲେ, ଯେଉଁଠାରେ ସେ ୟୁପି ଗ୍ଲୋବାଲ୍‌ ଇନ୍‌ଭେଷ୍ଟର୍ସ ସମ୍ମିଳନୀ ବିଷୟରେ ମଧ୍ୟ କିଛି ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲେ।

Advertisment

ଏହା ସହିତ ସେ ଅନେକ ବଡ ବଲିଉଡ୍‌ ଅଭିନେତାଙ୍କୁ ମଧ୍ୟ ଭେଟିଥିଲେ। ଏହି ସମୟରେ ବଲିଉଡ୍‌ ଅଭିନେତା ସୁନୀଲ ଶେଟ୍ଟୀ ଖୋଲାଖୋଲି ଭାବେ ଯୋଗୀଙ୍କ ସହ ବଲିଉଡ୍‌ ସହ ଜଡିତ କିଛି ବିଶେଷ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ଗତ ଏକ କିମ୍ବା ଦୁଇ ବର୍ଷ ମଧ୍ୟରେ ବଲିଉଡ୍‌ରେ ଅନେକ ବଡ ବଡ ଘଟଣା ଘଟିଛି। ବଡ ବଡ ଅଭିନେତାଙ୍କ ମୃତ୍ୟୁ ଠାରୁ ନେଇ ଡ୍ରଗ୍ସ ମାମଲା ଏବଂ ବଲିଉଡ୍‌ ବୟକଟ୍ ଟ୍ରେଣ୍ଡ୍ ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରିରେ ଅନେକ କଷ୍ଟଦାୟକ ସମୟ ଦେଖିବାକୁ ମିଳିଛି।

Advertisment

ଏଭଳି ପରିସ୍ଥିତିରେ ସୁନୀଲ ଶେଟ୍ଟୀ ଯୋଗୀଙ୍କୁ କହିଛନ୍ତି- “ଚାଲିଥିବା ଏହି ହ୍ୟାସ୍‌ଟ୍ୟାଗ୍‌, ବଲିଉଡ୍‌ ବୟକଟ୍ ହ୍ୟାସ୍‌ଟ୍ୟାଗ୍‌ ଆପଣଙ୍କ କହିବା ଅନୁସାରେ ବନ୍ଦ ହୋଇପାରେ। ଏହାକୁ ଲୋକମାନଙ୍କୁ ଜଣାଇବା ପାଇଁ ବହୁତ ଆବଶ୍ୟକତା ଅଛି ଯେ ଆମେ ମଧ୍ୟ ବହୁତ ଭଲ କାମ କରୁଛୁ। ଟ୍ୱିଟରରେ ଏହି ଧାରାକୁ କିପରି ବନ୍ଦ କରାଯାଇପାରିବ? ଯଦି ଆମେ ଏଥିପ୍ରତି ଧ୍ୟାନ ଦେବୁ ତେବେ ବୟକଟ୍ ବଲିଉଡ୍‌କୁ ରୋକାଯାଇ ପାରିବ। ମୁଁ ଯାହା ବି କିଛି ହେଇଛି ତାହା ଦର୍ଶକଙ୍କ ପାଇଁ ହେଇଛି। ୟୁପି ଲୋକଙ୍କ ଠାରୁ ମୋତେ ବହୁତ ଭଲ ପାଇବା ମିଳିଛି।”

ଅଧିକ ପଢ଼ନ୍ତୁ: ଶାହରୁଖ୍‌ ଖାନ୍‌ଙ୍କ ମାସିକ ରୋଜଗାର କେତେ ? ସିଧା ପଚାରିଦେଲେ ଫ୍ୟାନ୍‌...

ସୁନୀଲ ଶେଟ୍ଟୀଙ୍କ କହିବାନୁସାରେ “ଇଣ୍ଡଷ୍ଟ୍ରିରେ ୯୯ ପ୍ରତିଶତ ଲୋକ ଅଛନ୍ତି ଯେଉଁମାନେ ଡ୍ରଗ୍ସ ନେଉନାହାଁନ୍ତି। ଆମେ ସମସ୍ତେ ଦିନସାରା ଡ୍ରଗ୍ସ ନେଉନାହୁଁ। କିମ୍ବା ଆମେ ଖରାପ କାମ କରୁନାହୁଁ। ଏଠି ବହୁତ ଭଲ ଲୋକ ଅଛନ୍ତି, ଯାହାଙ୍କ ଶକ୍ତି ଉପରେ ବଲିଉଡ୍‌ ବିଦେଶରେ ନିଜର ପରିଚୟ ସୃଷ୍ଟି କରିଛି। ଆମର କାହାଣୀ ଏବଂ ଗୀତ ଦ୍ୱାରା ଭାରତ ଅନ୍ୟ ଦେଶ ସହିତ ଜଡିତ ହୋଇପାରିଛି। ବର୍ତ୍ତମାନ ସମୟରେ ବଲିଉଡ୍‌ର ଭାବମୂର୍ତ୍ତିକୁ ବହୁତ ଭୁଲ ଭାବେ ଦର୍ଶାଯାଉଛି।”

ସୁନୀଲ ଶେଟ୍ଟୀ ଆହୁରି ମଧ୍ୟ କୁହନ୍ତି ଯେ- “ଲୋକମାନଙ୍କୁ ଏହା ଜଣାଇବା ଅତ୍ୟନ୍ତ ଜରୁରୀ ଯେ ଆମେ ମଧ୍ୟ ଭଲ କାମ କରୁଛୁ। ଯଦି ଆପଣ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ କୁହନ୍ତି, ତେବେ ଏହାର ବହୁତ ପ୍ରଭାବ ପଡିପାରେ। ଯାହାଫଳରେ ବଲିଉଡ୍‌ର କଳଙ୍କିତ ଚିତ୍ରକୁ ସଂଶୋଧନ କରାଯାଇପାରିବ। ବୟକଟ୍ ବଲିଉଡ ଟ୍ୟାଗ୍‌ରେ ପ୍ରତିବନ୍ଧକ ଦେବାକୁ ହେବ। ଏକ ଡାଲାରେ ଗୋଟିଏ ପଚା ସେଓ ଥାଇପାରେ, କିନ୍ତୁ ଆମେ ସମସ୍ତେ ସେପରି ନୁହଁ।”

ଏହି ସଭାରେ ସୁନୀଲ ଶେଟ୍ଟୀଙ୍କ ସହ କୈଳାଶ ଖେର, ଜ୍ୟାକି ଶ୍ରଫ୍‌, ସୁଭାଷ ଘାଇ, ରବି କିଶନ, ବୋନି କପୁର ଏବଂ ସୋନୁ ନିଗମ୍‌ଙ୍କ ପରି ଅନେକ ତାରକା ମଧ୍ୟ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ଅନ୍ୟ ତାରକାମାନେ ମଧ୍ୟ ନିଜର ମତ ଦେଇଥିଲେ।

ବୋନି କପୁରଙ୍କ କହିବା କଥା, “ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ମୁମ୍ବାଇରେ ସୁଟିଂ କରିବା ସହଜ। ଯୋଗୀ ଉତ୍ତରପ୍ରଦେଶକୁ ଅପରାଧ ମୁକ୍ତ ରାଜ୍ୟରେ ପରିଣତ କରିଛନ୍ତି। ବର୍ତ୍ତମାନ ଉତ୍ତରପ୍ରଦେଶରେ ସୁଟିଂ କରିବାରେ କୌଣସି ଅସୁବିଧା ନାହିଁ। ମୁଁ ଉତ୍ତରପ୍ରଦେଶରେ ଦୁଇଟି ଚଳଚ୍ଚିତ୍ରର ସୁଟିଂ କରିଛି ଏବଂ ଆହୁରି ମଧ୍ୟ ଯୋଜନା ଅଛି।”

Yogi Adityanath Bollywood Suniel Shetty Jackie Shroff
Advertisment
Advertisment