• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ଖାନ୍‌ ସବୁବେଳେ ଚର୍ଚ୍ଚାରେ । ତାଙ୍କର ରୋମାନ୍ସ ଆଉ ଅଭିନୟରେ ସମସ୍ତେ ବିଭୋର । ଦର୍ଶକଙ୍କ ହୃଦୟରେ ଶାହରୁଖ୍‌ଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ତେବେ ଆଗାମୀ ଫିଲ୍ମ ପଠାନ୍‌କୁ ନେଇ ଏବେ ସୋସିଆଲ ମିଡିଆରେ ଯେତିକି ବିବାଦ ଦେଖାଯାଉଛି ସେତିକି ଚର୍ଚ୍ଚା ବି ହେଉଛି । ଲାଗୁଛି ଯେମିତି ଶାହରୁଖ୍‌ଙ୍କ ଏହି ଫିଲ୍ମ ବଲିଉଡ୍‌କୁ ଏକ ଦିଗ ଦେଖାଇବ । ଫିଲ୍ମ ବ୍ଲକ୍‌ ବଷ୍ଟର ହିଟ୍‌ ହେବ ବୋଲି ଏବେଠୁ ଶାହାରୁଖ୍‌ଙ୍କ ଫ୍ୟାନ୍‌ମାନେ ଖୋଲାଖୋଲି ଲେଖିଲେଣି । ଅର୍ଥାତ ସମସ୍ତଙ୍କ ମନରେ ପଠାନ୍‌କୁ ନେଇ ଖୁବ୍‌ ଉତ୍ସୁକତା ରହିଛି ।

ତେବେ ଏହାରି ଭିତରେ ଶାହରୁଖ୍‌ ଖାନ୍‌ ଆଉ ଏକ ଘଟଣା ପାଇଁ ଚର୍ଚ୍ଚାରେ ଅଛନ୍ତି । ଆଉ ତାହା ହେଲା ତାଙ୍କର ମାସିକ ରୋଜଗାର କେତେ । ନୂଆ ବର୍ଷରେ ଶାହରୁଖ୍‌ ଏକ #AskSRK ସେସନ୍‌ ଆରମ୍ଭ କରିଥିଲେ । ଯେଉଁଥିରେ ସେ ସିଧାସଳଖ ନିଜର ଫ୍ୟାନ୍‌ମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଫ୍ୟାନ୍‌ମାନେ ତାଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥିଲେ ଆଉ ଶାହରୁଖ୍‌ ସମସ୍ତ ଉତ୍ତର ଦେବାକୁ ମଧ୍ୟ ଚେଷ୍ଟା କରିଥିଲେ ।

ଏହି ସେସନ ଆରମ୍ଭ ହେବା ପୂର୍ବରୁ ଶାହରୁଖ୍‌ କହିଥିଲେ ଯେ, କେବଳ ମଜାଦାର ଉତ୍ତର ହିଁ ପାଇବେ । ଏହାସହ ନୂଆ ବର୍ଷ ଆରମ୍ଭରୁ ବିଲକୁଲ ସିରିୟସ ହେବା ଉଚିତ ନୁହେଁ । ଶାହରୁଖ୍‌ ଯାହା କହିଥିଲେ ସେସନ୍‌ ସମୟରେ ସେୟା ହିଁ କରିଥିଲେ । ଫ୍ୟାନ୍‌ମାନଙ୍କର ପ୍ରଶ୍ନର ମଜାଦାର ଉତ୍ତର ହିଁ ଦେଇଥିଲେ ।

ଜଣେ ଫ୍ୟାନ୍‌ #AskSRK ସେସନ୍‌ ଚାଲିଥିବା ବେଳେ ଶାହରୁଖ୍‌ଙ୍କ ମାସିକ ଆୟ କେତେ ବୋଲି ପଚାରିଥିଲେ । ଆଉ ଏଭଳି ଏକ ମଜାଦାର ଓ ଜଟିଳ ପ୍ରଶ୍ନର ଉତ୍ତର ବି ରଖିଥିଲେ ଶାହରୁଖ୍‌ । ଖୁବ୍‌ ଚତୁରତାର ସହ କିଙ୍ଗ୍‌ ଖାନ୍‌ ଉତ୍ତର ରଖିଥିଲେ । ଆଉ କହିଥିଲେ, ମୋର ପ୍ରତ୍ୟେକ ଦିନର ରୋଜଗାର ହେଲା ବହୁତ ସାରା ଭଲପାଇବା, ସ୍ନେହ ଓ ଶ୍ରଦ୍ଧା । ଏହା ହିଁ ମୋ ପାଇଁ ଟଙ୍କା, ଏହା ହିଁ ମୋର ରୋଜଗାର ।

ତେବେ ଏହି #AskSRK ସେସନ୍‌ରେ କେବଳ ପଠାନ୍‌ ଫିଲ୍ମକୁ ନେଇ ଚର୍ଚ୍ଚା ହୋଇଥିଲା । ଏଥିରେ ଦୀପିକା ପାଦୁକୋନ୍‌ଙ୍କୁ ନେଇ ଯେତିକି ଚର୍ଚ୍ଚା ହୋଇଥିଲା ସେତିକି ଚର୍ଚ୍ଚା ବିଜୟ ସତୁପତିଙ୍କୁ ବି ନେଇ ହୋଇଥିଲା । ଖାଲି ସେତିକି ନୁହେଁ, ଆଲିଆ ଭଟ୍ଟ ଓ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କ ବିଷୟରେ ମଧ୍ୟ #AskSRK ସେସନ୍‌ରେ ଖୁବ୍‌ ଚର୍ଚ୍ଚା ହୋଇଥିଲା । ଆଗାମୀ ୨୫ ତାରିଖରେ ଏହି ବହୁ ପ୍ରତିକ୍ଷିତ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି ।