Advertisment

Stree 2; ‘ଗଦର ୨’କୁ ଧୂଳି ଚଟେଇଲା ‘ସ୍ତ୍ରୀ ୨’; ଫିଲ୍ମକୁ ନେଇ ଏମିତି କହିଲେ ସନ୍ନି ଦେଓଲ୍

‘ସ୍ତ୍ରୀ ୨’ କେବଳ ଗୋଟିଏ ସପ୍ତାହ ମଧ୍ୟରେ ଅନେକ ଫିଲ୍ମର ରୋଜଗାର ରେକର୍ଡ ଭାଙ୍ଗିଛି। ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ପ୍ରଥମ ସପ୍ତାହରେ ‘ଫାଇଟର’କୁ ପଛରେ ପକାଇ ଦେଇଛି। କେବଳ ଏତିକି ନୁହେଁ, ‘ସ୍ତ୍ରୀ ୨’ ସନ୍ନି ଦେଓଲଙ୍କ ‘ଗଦର ୨’କୁ ମଧ୍ୟ ଛାଡିନି।

author-image
Pramod Behera
ଅଦ୍ୟତନ ହୋଇଛି
Stree 2 broke gadar 2 record sunny deol praises the team

Stree 2 broke gadar 2 record sunny deol praises the team

‘ସ୍ତ୍ରୀ ୨’ ପ୍ରତିଦିନ ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରୁଛି। ଶ୍ରଦ୍ଧା କପୁର, ରାଜକୁମାର ରାଓ, ଅପାରଶକ୍ତି ଖୁରାନା, ପଙ୍କଜ ତ୍ରିପାଠୀ ଏବଂ ଅଭିଷେକ ବାନାର୍ଜୀଙ୍କ ଅଭିନୟ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ପ୍ରତିଦିନ ପ୍ରେକ୍ଷାଳୟରେ ଦେଖିବାକୁ ମିଳୁଛି।

Advertisment

ଫିଲ୍ମର ସାତ ଦିନର ରୋଜଗାର ଦେଖିଲେ ଫିଲ୍ମ ପ୍ରଥମ ଦିନରେ ପେଡ୍ ପ୍ରିଭ୍ୟୁ ସହିତ ୬୪.୮ କୋଟି ଟଙ୍କା ଆୟ କରିଥିଲା। ଏହା ପରେ, ଦ୍ୱିତୀୟ ଦିନରେ ଅର୍ଥାତ୍ ଶୁକ୍ରବାର ଦିନ ଏହି ସଂଖ୍ୟା ୩୫.୩ କୋଟି ହୋଇଥିଲା। ଶନିବାର ଦିନ ଏହି ଫିଲ୍ମ ତୃତୀୟ ଦିନରେ ୪୫.୭ କୋଟି ଟଙ୍କା ଆୟ କରିଥିଲା।

ଅଧିକ ପଢ଼ନ୍ତୁ: ବଲିଉଡ୍ ସାରା ବିଶ୍ୱରେ ଭାରତକୁ ନକାରାତ୍ମକ ଭାବେ ପ୍ରୋଜେକ୍ଟ କରୁଛି; ଋଷଭ ଶେଟ୍ଟୀ

Advertisment

ସେହିପରି ଚତୁର୍ଥ ଦିନରେ ୫୮.୨ କୋଟି, ପଞ୍ଚମ ଦିନରେ ୩୮.୧ କୋଟି, ଷଷ୍ଠ ଦିନରେ ୨୫.୮ କୋଟି, ସପ୍ତମ ଦିନରେ ୧୯.୫ କୋଟି ଟଙ୍କା ରୋଜଗାର କରିଛି। ଏହାପରେ ଅଷ୍ଟମ ଦିନ ଅର୍ଥାତ ଗୁରୁବାର ଫିଲ୍ମ ୧୬ କୋଟି ରୋଜଗାର କରିବାରେ ସଫଳ ହୋଇଛି। ଭାରତରେ ଫିଲ୍ମର ଆୟ ୨୯୦.୮୫ କୋଟି ଟଙ୍କା ହୋଇଥିବା ବେଳେ ବିଶ୍ୱବ୍ୟାପୀ ଏହା ୪୦୦କୋଟି ଟଙ୍କା ଅତିକ୍ରମ କରିଛି।

ଏହି କାରଣରୁ ‘ସ୍ତ୍ରୀ ୨’ କେବଳ ଗୋଟିଏ ସପ୍ତାହ ମଧ୍ୟରେ ଅନେକ ଫିଲ୍ମର ରୋଜଗାର ରେକର୍ଡ ଭାଙ୍ଗିଛି। ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ପ୍ରଥମ ସପ୍ତାହରେ ‘ଫାଇଟର’କୁ ପଛରେ ପକାଇ ଦେଇଛି। କେବଳ ଏତିକି ନୁହେଁ, ‘ସ୍ତ୍ରୀ ୨’ ସନ୍ନି ଦେଓଲଙ୍କ ‘ଗଦର ୨’କୁ ମଧ୍ୟ ଛାଡିନି।

ଅଧିକ ପଢ଼ନ୍ତୁ: ମୁଁ ବଲିଉଡ୍‌ ପରି ବ୍ୟକ୍ତି ନୁହେଁ, ମୁଁ ବଲିଉଡ୍‌ର ଲୋକଙ୍କ ସହିତ ବନ୍ଧୁତା କରେନି: କଙ୍ଗନା ରାଣାୱତ

ଗତ ବର୍ଷ ମୁକ୍ତିଲାଭ କରିଥିବା ‘ଗଦର ୨’ ଏହାର ପ୍ରଥମ ସପ୍ତାହରେ ସାରା ବିଶ୍ୱରେ ୨୮୪.୬୩ କୋଟି ଟଙ୍କା ରୋଜଗାର କରିଥିଲା ​​| କିନ୍ତୁ ‘ସ୍ତ୍ରୀ ୨’ ଏହାର ପ୍ରଥମ ସପ୍ତାହରେ ୪୦୦ କୋଟିରୁ ଅଧିକ ଆୟ କରିଛି। ‘ସ୍ତ୍ରୀ ୨’ର ସଫଳତା ଦେଖି ସନ୍ନି ଦେଓଲ୍ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ସେ ତାଙ୍କ ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଷ୍ଟୋରୀରେ ‘ସ୍ତ୍ରୀ ୨’ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ବକ୍ସ ଅଫିସରେ ବଲିଉଡ୍‌ର ହଙ୍ଗାମାକୁ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି। ସେ ‘ସ୍ତ୍ରୀ ୨’ ଟିମ୍ ପାଇଁ ଲେଖିଛନ୍ତି, “ବକ୍ସ ଅଫିସରେ ଏକ ବଡ଼ ହିଟ୍ କରିଥିବାରୁ ‘ସ୍ତ୍ରୀ ୨’ ଟିମ୍‌କୁ ଅନେକ ଅନେକ ଅଭିନନ୍ଦନ।”

ଅଧିକ ପଢ଼ନ୍ତୁ: 'ଏମର୍ଜେନ୍ସି' ରିଲିଜ ପରେ ଅଭିନୟ ଛାଡ଼ିବା ଚର୍ଚ୍ଚାକୁ ନେଇ ଏମିତି କହିଲେ କଙ୍ଗନା...

ସନ୍ନି ଦେଓଲଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ୍‌ ହେବାରେ ଲାଗିଛି। ପ୍ରକାଶଥାଉ ଯେ ଶ୍ରଦ୍ଧା କପୁର, ରାଜକୁମାର ରାଓ ଷ୍ଟାରର୍ ‘ସ୍ତ୍ରୀ ୨’ ୨୦୧୮ର ଫିଲ୍ମ ‘ସ୍ତ୍ରୀ’ର ଦ୍ୱିତୀୟ ଭାଗ, ଯେଉଁଥିରେ ପଙ୍କଜ ତ୍ରିପାଠୀ, ଅପାରଶକ୍ତି ଖୁରାନା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଏହି ହରର୍ କମେଡି ଫିଲ୍ମର ଟ୍ରେଲର୍‌କୁ ନେଇ ମଧ୍ୟ ପ୍ରଶଂସକଙ୍କ ମଧ୍ୟରେ ଖୁବ୍ ଚର୍ଚ୍ଚା ହୋଇଥିଲା।

Bollywood Shraddha Kapoor Rajkumar Rao Sunny Deol
Advertisment
Advertisment