Advertisment

ସରିଲା ବିବାହ, ଥମୁନି ଚର୍ଚ୍ଚା; ଜାଣନ୍ତୁ ଅନନ୍ତ ଓ ରାଧିକାଙ୍କୁ କିଏ ଦେଲେ କ’ଣ ଉପହାର...

ମୁମ୍ବାଇର ଜିଓ ୱାଲ୍ଡ କନଭେନସନ୍‌ ସେଣ୍ଟରରେ ହାତକୁ ଦୁଇ ହାତ ହୋଇଥିଲେ ଅନନ୍ତ ଓ ରାଧିକା। ତେବେ ଅନନ୍ତ ଓ ରାଧିକାଙ୍କୁ କିଏ ଦେଲେ କ’ଣ ଉପହାର ? ଜାଣନ୍ତୁ...

author-image
Sujit kumar Swain
ଅଦ୍ୟତନ ହୋଇଛି
Anant Ambani-Radhika Merchant wedding Gifts

Anant Ambani-Radhika Merchant wedding

ଗତ ୧୨ ତାରିଖରେ ଅନନ୍ତ ଓ ରାଧିକାଙ୍କର ବିବାହ ସମ୍ପର୍ଣ୍ଣ ହୋଇଛି । ମୁମ୍ବାଇର ଜିଓ ୱାଲ୍ଡ କନଭେନସନ୍‌ ସେଣ୍ଟରରେ ହାତକୁ ଦୁଇ ହାତ ହୋଇଥିଲେ ଅନନ୍ତ ଓ ରାଧିକା। ଏଥିରେ ବଲିଉଡ୍‌ ତାରକାମାନଙ୍କର ଭିଡ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ବିଦେଶରୁ ମଧ୍ୟ ବହୁ ପ୍ରସିଦ୍ଧ ଚେହେରା ଏହି ବିବାହରେ ଭାଗ ନେଇଥିଲେ।

Advertisment

ଅମ୍ବାନୀଙ୍କ ବିବାହ ସମାପ୍ତ ହୋଇଛି, କିନ୍ତୁ ଏହାର ଚର୍ଚ୍ଚା ଏପର୍ଯ୍ୟନ୍ତ ବି ରହିଛି । ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ ବିବାହରେ ଅନନ୍ତ ଅମ୍ବାନୀ ଏବଂ ତାଙ୍କ କନ୍ୟା ରାଧିକା ମର୍ଚାଣ୍ଟ ଗ୍ରହଣ କରିଥିବା ମହଙ୍ଗା ଉପହାର କ’ଣ ? କେଉଁ ସେଲିବ୍ରେଟୀ କ’ଣ ଉପହାର ଦେଇଛନ୍ତି ତାହା ଏବେ ସାମ୍ନାକୁ ଆସିଛି।

ଅଧିକ ପଢ଼ନ୍ତୁ: Video: ବିବାହ ପରେ ଏହି ସ୍ଥାନକୁ ଗଲେ ଅନନ୍ତ-ରାଧିକା; ମିଳିଲା ଭବ୍ୟ ସ୍ବାଗତ...

Advertisment

ପ୍ରାୟ ସମସ୍ତ ବଲିଉଡ୍‌ ତାରକା ଅନନ୍ତ ଅମ୍ବାନୀ-ରାଧିକା ମର୍ଚାଣ୍ଟଙ୍କ ବିବାହରେ ଯୋଗ ଦେଇଥିଲେ। କୌଣସି କାରଣ ବଶତଃ ଯେଉଁମାନେ ଯୋଗ ଦେଇପାରି ନଥିଲେ ସେମାନେ ଏହି ଯୋଡିଙ୍କ ପାଇଁ ଉପହାର ପଠାଇଥିଲେ। ସମସ୍ତ ଅତିଥି ଅନନ୍ତ ଏବଂ ରାଧିକାଙ୍କୁ ଅନେକ ଉପହାର ଦେଇଛନ୍ତି, କିନ୍ତୁ ଜଣେ ବ୍ୟକ୍ତି ସବୁଠାରୁ ମହଙ୍ଗା ଉପହାର ଦେଇଛନ୍ତି । ଜାଣନ୍ତୁ କିଏ...

ବଲିଉଡ ତାରକାମାନଙ୍କ ମଧ୍ୟରେ ଉପହାର ଦେବାରେ ଶାହରୁଖ ଖାନ କିଙ୍ଗ ବୋଲି ନିଜକୁ ପ୍ରମାଣିତ କରିଛନ୍ତି । ସେ ଅନନ୍ତ ଏବଂ ରାଧିକାଙ୍କୁ ସବୁଠାରୁ ମହଙ୍ଗା ଉପହାର ଦେଇଛନ୍ତି । କିଙ୍ଗ ଖାନ ନବ ଦମ୍ପତିଙ୍କୁ ଫ୍ରାନ୍ସରେ ଏକ ବିଳାସପୂର୍ଣ୍ଣ ଆପର୍ଟମେଣ୍ଟ ଉପହାର ଦେଇଛନ୍ତି, ଯାହାର ମୂଲ୍ୟ ୪୦ କୋଟି ଟଙ୍କା ବୋଲି କୁହାଯାଉଛି। ସେମିତି ବିବାହରେ ସମାରୋହରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ସହ ସଲମାନ ଖାନ ବହୁତ ମଜା କରିଥିଲେ। ସଲମାନ ନବ ଦମ୍ପତିଙ୍କୁ ମହଙ୍ଗା ସୁପର ବାଇକ୍‌ ଉପହାର ଦେଇଥିଲେ। ଯାହାର ମୂଲ୍ୟ ୧୫ କୋଟି ଟଙ୍କା ବୋଲି କୁହାଯାଉଛି।

ଅଧିକ ପଢ଼ନ୍ତୁ: ମୁକେଶଙ୍କ ଆଖିରେ ଲୁହ; କନ୍ଦାଇ ଦେଲେ ନୀତା ଅମ୍ବାନୀ, ଭାଇରାଲ ହେଲା ଭିଡିଓ

ରଣବୀର କପୁର ଓ ଆଲିଆ ଭଟ୍ଟ ଅନନ୍ତ ଅମ୍ବାନୀ-ରାଧିକା ମର୍ଚାଣ୍ଟଙ୍କ ବିବାହରେ ଯୋଗ ଦେଇଥିଲେ। ଦୁହେଁ ସେମାନଙ୍କୁ ବହୁତ ମହଙ୍ଗା ଉପହାର ଦେଇଛନ୍ତି। ଖବର ଅନୁଯାୟୀ, ଦୁହେଁ ଏକ ଦାମୀ କାର୍‌ ଦେଇଛନ୍ତି । ଯାହାର ମୂଲ୍ୟ ୯ କୋଟି ବୋଲି କୁହାଯାଉଛି  । ସେହିପରି ଦୀପିକା ପାଦୁକୋନ ଓ ରଣବୀର ସିଂହ ମଧ୍ୟ ଉପହାର ଦେବା ପ୍ରସଙ୍ଗରେ ପଛରେ ପଡ଼ି ନାହାଁନ୍ତି। ରିପୋର୍ଟ ଅନୁଯାୟୀ ଏମାନେ ଅନନ୍ତ ଓ ରାଧିକାଙ୍କୁ ଏକ ବିଳାସପୂର୍ଣ୍ଣ ବ୍ରାଣ୍ଡର କାର୍‌ ଉପହାର ଦେଇଛନ୍ତି।

ଅନ୍ୟପଟେ ଏହି ବିବାହ ସମାରୋହରେ ଅଭିନେତା ଭିକି କୌଶଲ ଓ ତାଙ୍କ ପତ୍ନୀ କ୍ୟାଟ୍ରିନା କୈଫ୍‌ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ଦମ୍ପତି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କୁ ସୁନା ଚେନ୍‌ ପ୍ରଦାନ କରିଛନ୍ତି । ଯାହାର ଦାମ୍‌ ପ୍ରାୟ ୧୯ ଲକ୍ଷ ହେବ ‌ବୋଲି କୁହାଯାଉଛି । 

Shah Rukh Khan Marriage Weddings Anant Ambani
Advertisment
Advertisment