Advertisment

Sonali Panda Wedding Controversy: ସୋନାଲିଙ୍କ ବୈବାହିକ ଜୀବନକୁ ନେଇ ଜଲିଉଡରେ ଝଡ, କିଏ କହୁଛି ସତ ?

ଶ୍ରୀକ୍ଷେତ୍ର ପୁଣି ଗଣମାଧ୍ୟମ ସାମ୍ନାକୁ ଆସି କହିଛନ୍ତି 'ସୋନାଲି ନୂଆ ମିଛ କହୁଛନ୍ତି । ମୁଁ କୌଣସି ଦ୍ବିତୀୟ ବିବାହ କରିନାହିଁ । ସେ ଆଣିଥିବା ଅଭିଯୋଗର ପ୍ରମାଣ ଦିଅନ୍ତୁ ।'

undefined

କିଏ କହୁଛି ସତ ?

Advertisment

ଜଲିଉଡ୍ କ୍ବିନ୍ ସୋନାଲି ପଣ୍ଡାଙ୍କ ବୈବାହିକ ଜୀବନର ଝଡ଼କୁ ନେଇ ପଡୁଛି ଉଠୁଛି ଯାତ୍ରା ଜଗତ । ସୋନାଲିଙ୍କୁ ତୁଳସୀ ଗଣନାଟ୍ୟ ମାଲିକ ଧମକ ଚମକ ଦେଇ ତାଙ୍କ ଠାରୁ ଓ ପୁଅଠାରୁ ଦୀର୍ଘ ବର୍ଷ ହେଲା ଅଲଗା ରଖିଥିବା ନେଇ ସ୍ବାମୀ ଶ୍ରୀକ୍ଷେତ୍ରଙ୍କ ସଙ୍ଗୀନ ଆରୋପ ପରେ ସୃଷ୍ଟି ହୋଇଛି ହଲଚଲ୍ । ଏବେ ସୋନାଲି ଓ ଶ୍ରୀକ୍ଷେତ୍ର ଉଭୟ ଗଣମାଧ୍ୟମରେ ପରସ୍ପରକୁ କାଦୁଅ ଫିଙ୍ଗୁଥିବା ବେଳେ ତୁଳସୀ ଗଣନାଟ୍ୟର ମାଲିକଙ୍କୁ କିନ୍ତୁ ସୋନାଲି ଦେଇଛନ୍ତି କ୍ଲିନଚିଟ୍ । ତା’ସହ ଶ୍ରୀକ୍ଷେତ୍ର ଆଉ ଜଣେ ଯୁବତୀଙ୍କୁ ବିବାହ କରିଥିବାରୁ ସେ କେମିତି ମୋର ସ୍ବାମୀ ହୋଇ ରହିଲେ ବୋଲି ପ୍ରଶ୍ନ କରିଛନ୍ତି ସୋନାଲି।

Advertisment

ଅପରପକ୍ଷେ ଶ୍ରୀକ୍ଷେତ୍ର ବି ମାଗିଛନ୍ତି ଦ୍ବିତୀୟ ବିବାହର ପ୍ରମାଣ । ଜଲିଉଡ କ୍ବିନ୍ ସୋନାଲି ପଣ୍ଡାଙ୍କ ବୈବାହିକ ଜୀବନ ପଛର ଗୁମର ଓ ତାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଗଣମାଧ୍ୟମ ଆଗରେ ଚାଲିଥିବା କଳିକୁ ନେଇ ସତେ ଯେମିତି ଯାତ୍ରାପ୍ରେମୀ ଦେଖୁଛନ୍ତି ଏକ ନୂଆ ସିନ୍ । ୧୨ବର୍ଷ ତଳେ ବିବାହ, ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିରାଟ ଦୂରତା ଆଉ ସେ ଅଡୁଆ ସମ୍ପର୍କ ପଛର ଖଳନାୟକ ପୁଣି ଯେ ଜଣେ ଯାତ୍ରା ପାର୍ଟି ମାଲିକ ।

ଏ ତମାମ ପ୍ରସଙ୍ଗକୁ ନେଇ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ବୈବାହିକ ଜୀବନ ପଛର ଅଦେଖା ଚିତ୍ର । ତେଣେ ନିଜକୁ ସୋନାଲିଙ୍କ ସ୍ବାମୀ କହୁଥିବା ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ଯୁବକ ଶ୍ରୀକ୍ଷେତ୍ର ସାମନ୍ତସିଂହାର ସିଧାସଳଖ ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି,' ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ, ତାଙ୍କ ପତ୍ନୀ ସୋନାଲି ପଣ୍ଡାଙ୍କୁ ମାନସିକ ନିର୍ଯାତନା ଦେବା ସହ ମୋ ଠୁ ଓ ମୋ ପୁଅଠୁ ୧୦ ବର୍ଷ ହେଲା ଦୂରେଇ ରଖିଛନ୍ତି ।' ଏମିତିକି ଏ ସମ୍ପର୍କରେ ମୁହଁ ନଖୋଲିବାକୁ ଧମକ ବି ଦେଇଛନ୍ତି । ଆଉ ସେ ଦୀର୍ଘ ଦିନ ଧରି ଏଥିପାଇଁ ଚୁପ୍ ଥିଲେ । କାରଣ, ନିଜେ ପତ୍ନୀ ସୋନାଲି ସେତେବେଳେ ମୋ ଜୀବନ ସହ ପୁଅର ଜୀବନ ପ୍ରତି ବିପଦ ଥିବାରୁ ଚୁପ୍ ରହିବାକୁ ବାଧ୍ୟ କରିଥିଲେ ।

Advertisment

ଅଧିକ ପଢ଼ନ୍ତୁ: ଜଲିଉଡରେ ଥମୁନି ପାର୍ଟି ଡିଆଁ ବିବାଦ, ନ୍ୟାୟ ଅପେକ୍ଷାରେ ନରି ପଣ୍ଡା

ଖାଲି ସେତିକି ନୁହେଁ ସ୍ବାମୀ ଓ ୧୦ ବର୍ଷର ପୁଅକୁ ଛାଡି ଯାତ୍ରାପାର୍ଟି ମାଲିକଙ୍କ ପାଖରେ ସୋନାଲି ରହୁଥିବା ନେଇ ଶ୍ରୀକ୍ଷେତ୍ର ଆଣିଥିଲେ ସାଂଘାତିକ ଆରୋପ । ଯାହାକି ସମଗ୍ର ଯାତ୍ରା ଜଗତରେ ହଇଚଇ ସୃଷ୍ଟି କରିଛି । ଏଣେ ଆଜି ପୁରା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ସୋନାଲି ପଣ୍ଡା । ମାନିଛନ୍ତି ଶ୍ରୀକ୍ଷେତ୍ରଙ୍କୁ ସେ ବିବାହ କରିଥିଲେ, ହେଲେ ତାଙ୍କ ସହ ଆଉ କୌଣସି ସମ୍ପର୍କ ନାହିଁ । ଶ୍ରୀକ୍ଷେତ୍ର ଆଣିଥିବା ସବୁ ଅଭିଯୋଗ ଭିତ୍ତିହୀନ । ଏହାସହ ସେ ୧୨ବର୍ଷ ହେଲା ଥିଲେ କେଉଁଠି ବୋଲି ସୋନାଲି ପ୍ରଶ୍ନ କରିବା ସହିତ ଶ୍ରୀକ୍ଷେତ୍ର ଅନ୍ୟ ଜଣେ ଝିଅକୁ ବିବାହ କରିଛନ୍ତି, ତେଣୁ ସ୍ବାମୀଙ୍କ ସହ ତାଙ୍କର ଆଉ କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏହାଛଡ଼ା ନାଣ୍ଡୁ ବାବୁ ତୁଳସୀ ଗଣନାଟ୍ୟର ମାଲିକ, ତେଣୁ ମୁଁ ତାଙ୍କ ଯାତ୍ରା ପାର୍ଟିର କେବଳ ଜଣେ କର୍ମଚାରୀ ବୋଲି କହିଛନ୍ତି ସୋନାଲି ।

ସେପଟେ ଶ୍ରୀକ୍ଷେତ୍ର ପୁଣି ଗଣମାଧ୍ୟମ ସାମ୍ନାକୁ ଆସି କହିଛନ୍ତି 'ସୋନାଲି ନୂଆ ମିଛ କହୁଛନ୍ତି । ମୁଁ କୌଣସି ଦ୍ବିତୀୟ ବିବାହ କରିନାହିଁ । ସେ ଆଣିଥିବା ଅଭିଯୋଗର ପ୍ରମାଣ ଦିଅନ୍ତୁ ।' ଏପଟେ ତାଙ୍କ ପତ୍ନୀ ସୋନାଲି ପଣ୍ଡାଙ୍କୁ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଦୀର୍ଘ ବର୍ଷ ହେଲା ନିର୍ଯାତନା ଦେଇ ତାଙ୍କ ଯାତ୍ରା ପାର୍ଟିରେ ଜୋର ଜବରଦସ୍ତ ରଖିଥିବା ନେଇ ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ଯେଉଁ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତା' ଉପରେ ମୁହଁ ଖୋଲିଛନ୍ତି ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ ।

Advertisment

ଅନନ୍ତ ନାରାୟଣ ଧଳ କହିଛନ୍ତି, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମନଗଢ଼ା । ସେ କୌଣସି କଳାକାରଙ୍କୁ ତାଙ୍କ ଅନୁଷ୍ଠାନରେ ବାନ୍ଧି ରଖି ନାହାନ୍ତି । ସୋନାଲି ପଣ୍ଡା, ଜଲିଉଡ୍ ଜଗତର ଜଣେ ହାଇପେଡ୍ ଆର୍ଟିଷ୍ଟ । ଏବେ ତାଙ୍କ ବୈବାହିକ ଜୀବନକୁ ନେଇ ସୃଷ୍ଟି ହୋଇଛି ଚର୍ଚ୍ଚାର ଝଡ଼ । ଯଦିଓ ସ୍ବାମୀ,ସ୍ତ୍ରୀଙ୍କ ମଧ୍ୟରେ ବିବାହ ହୋଇଥିବା ସ୍ପଷ୍ଟ ହୋଇଛି । କିନ୍ତୁ, ଆଇନଗତ ବିଛେଦ ହୋଇନି । ଆଉ ଏବେ ଚାଲିଛି ଆରୋପ, ପ୍ରତ୍ୟାରୋପ। ଯାହାକି ଯାତ୍ରା ଜଗତରେ ହଲଚଲ୍ ସୃଷ୍ଟି କରିବା ସହ ଯାତ୍ରାପ୍ରେମୀଙ୍କ ମହଲରେ ସୃଷ୍ଟି କରିଛି ବଡ଼ ଗୁଞ୍ଜରଣ ।

ଅଧିକ ପଢ଼ନ୍ତୁ: ମାରାଥନ୍ ବୈଠକ ପରେ କଳାକାର ସଂଘର କଡ଼ା ଚେତାବନୀ,ବ୍ୟାନ୍ ଉଠାଅ, ନଚେତ୍...

Odisha Jatra Party Weddings Jatra Actress Jollywood Updates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ