Advertisment

Ajay Devgn: ଘୁଞ୍ଚିଲା ରିଲିଜ ତାରିଖ, ଧଡ଼କ ୨ ସହ ହେବ ଟକ୍କର

ଟ୍ରେଡ ଏକ୍ସପର୍ଟ କହିଛନ୍ତି ଅଜୟଙ୍କ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍ ଅଛି। ଜୁଲାଇ ମାସ ଇଣ୍ଡଷ୍ଟ୍ରୀର ରୋଜଗାର ଭଲ ରହିଛି। 'ଜୁରାସିକ ଓ୍ଵାର୍ଲ୍ଡ: ରିବର୍ଥ', 'ମେଟ୍ରୋ...ଇନ ଦିନୋ', 'ସୁପରମ୍ୟାନ' ଏବଂ ଏବେ 'ସୈୟାରା'। ସମସ୍ତ ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରୁଛି।

author-image
Manasranjan Mohanty
Ajay Devgn

Ajay Devgn

ଅଜୟ ଦେବଗନ ତାଙ୍କର ଆଗାମୀ ଫିଲ୍ମ 'ସନ ଅଫ ସରଦାର ୨'ର ରିଲିଜ ଡେଟ ଘୁଞ୍ଚାଇ ଦେଇଛନ୍ତି । ପୂର୍ବରୁ ଏହି ଫିଲ୍ମ ୨୫ ଜୁଲାଇରେ ରିଲିଜ ହେବାର ଥିଲା। କିନ୍ତୁ ଏବେ ନିର୍ମାତାମାନେ ଘୋଷଣା କରିଛନ୍ତି ଫିଲ୍ମ ଏକ ସପ୍ତାହ ପରେ ଅଗଷ୍ଟ ୧ରେ ସିନେମା ହଲରେ ମୁକ୍ତିଲାଭ କରିବ। ଏହାକୁ ସ୍ଥଗିତ ରଖିବା ପଛରେ 'ସୈୟାରା'କୁ ଦାୟି କରାଯାଉଛି।

Advertisment

ସୈୟାରାକୁ ବକ୍ସଅଫିସରେ ଜବରଦସ୍ତ ସଫଳତା ମିଳୁଛି । ଅହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ଫିଲ୍ମ 'ସୈୟାରା' ୧୮ ଜୁଲାଇରେ ରିଲିଜ ହୋଇଛି। ପ୍ରଥମ ଦିନରୁ ହିଁ ଏହା ବକ୍ସ ଅଫିସରେ ଛାଇ ଯାଇଛି। ୨୦୨୫ର ଚତୁର୍ଥ ସବୁଠାରୁ ବଡ଼ ଓପନିଂ କରିଥିବା ଫିଲ୍ମ ହୋଇଛି ସୈୟାରା । ପ୍ରଥମ ଦିନରେ ୨୦ କୋଟି ଟଙ୍କା ରୋଜଗାର କରିଛି ।

ଅଧିକ ପଢନ୍ତୁ: ବକ୍ସଅଫିସରେ ସୁନାମୀ ଆଣିଛି ସୈୟାରା, ସୋମବାର ହେବ ଅସଲ ପରୀକ୍ଷା

ଏବେ 'ସନ ଅଫ ସରଦାର ୨'ର ନିର୍ମାତା ଚାହୁଁନାହାନ୍ତି ଯେ ତାଙ୍କ ଫିଲ୍ମର ରୋଜଗାର ଉପରେ 'ସୈୟାରା'ର ପ୍ରଭାବ ପଡ଼ୁ। ତେଣୁ ସେମାନେ ନିଜର ରିଲିଜ ତାରିଖକୁ ଆଗକୁ ଘୁଞ୍ଚାଇ ଦେଇଛନ୍ତି। ସୈୟାରା ରିଲିଜର ପ୍ରଥମ ଦିନରୁ ହିଁ ଭଲପ୍ରଦର୍ଶନ କରିଛି। ଆଶା କରାଯାଉଛି ଯେ ଏହି ଫିଲ୍ମ ଓ୍ଵିକେଣ୍ଡରେ ଆହୁରି ଭଲ କରିବ। ଦ୍ୱିତୀୟ ସପ୍ତାହରେ ମଧ୍ୟ ଏହା ଭଲ ରୋଜଗାର କରିବ ବୋଲି ଆଶା କରାଯାଉଛି।

Advertisment

ଏପରି ପରିସ୍ଥିତିରେ 'ସନ ଅଫ ସରଦାର ୨' ଭଳି ବଡ଼ ଫିଲ୍ମର ରିଲିଜ ହେବା ଉଭୟ ଫିଲ୍ମ ପାଇଁ ଭଲ ନୁହେ। ଏହି ରିଲିଜ ଦ୍ୱାରା ଉଭୟ ଫିଲ୍ମର ରୋଜଗାର ଉପରେ ପ୍ରଭାବ ପଡ଼ିବ। ତେଣୁ ଅଜୟ ଦେବଗନ ନିଜ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇ ଦେଇଛନ୍ତି।

ଟ୍ରେଡ ଏକ୍ସପର୍ଟ କହିଛନ୍ତି ଅଜୟଙ୍କ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍ ଅଛି। ଜୁଲାଇ ମାସ ଇଣ୍ଡଷ୍ଟ୍ରୀର ରୋଜଗାର ଭଲ ରହିଛି। 'ଜୁରାସିକ ଓ୍ଵାର୍ଲ୍ଡ: ରିବର୍ଥ', 'ମେଟ୍ରୋ...ଇନ ଦିନୋ', 'ସୁପରମ୍ୟାନ' ଏବଂ ଏବେ 'ସୈୟାରା'। ସମସ୍ତ ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରୁଛି। ଏବେ 'ସନ ଅଫ ସରଦାର ୨'ର ଅଗଷ୍ଟକୁ ଘୁଞ୍ଚିବା ଯୋଗୁଁ ସେହି ମାସ ମଧ୍ୟ ଭଲ ବିଜନେସ ହୋଇପାରେ । କାରଣ ସେହି ମାସରେ 'ଓ୍ଵାର ୨' ଏବଂ 'କୁଲି' ଭଳି ବଡ଼ ଫିଲ୍ମଗୁଡ଼ିକ ମଧ୍ୟ ରିଲିଜ ହେବାକୁ ଯାଉଛି।

ତେବେ 'ସନ ଅଫ ସରଦାର ୨' ସହ ତୃପ୍ତି ଡିମରୀ ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ 'ଧଡ଼କ ୨' ବି ରିଲିଜ ହେବ । 'ସନ ଅଫ ସରଦାର ୨'ରେ ଅଜୟ ଦେବଗନ, ମୃଣାଲ ଠାକୁର, ରବି କିଶନ, ନୀରୂ ବାଜୱା, ଦୀପକ ଡୋବ୍ରିୟାଲ, କୁବ୍ରା ସେତ, ଚଂକୀ ପାଣ୍ଡେ, ବିନ୍ଦୁ ଦାରା ସିଂହ, ସଞ୍ଜୟ ମିଶ୍ରା, ଅଶ୍ୱିନୀ କାଲସେକର ଏବଂ ମୁକୁଲ ଦେବ ଭଳି ଅଭିନେତାମାନେ ନଜର ଆସିବେ।

ଅଧିକ ପଢନ୍ତୁ: ‘ଆଉ ଆଗ ଭଳି ଆକ୍ସନ ଦେଖାଇ ପାରୁନି, ବୟସର ପ୍ରଭାବ ପଡ଼ିଲାଣି’

Ajay Devgn Mrunal Thakur
Advertisment
Related Articles
Advertisment