• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବଲିଉଡ୍‌ର କିଙ୍ଗଖାନ ହେଉଛନ୍ତି ଶାହାରୁଖ । ୪ ବର୍ଷ ପରେ ପୁଣିଥରେ ବଡ଼ ପରଦାରେ ଧମାଲ କରିବାକୁ ଯାଉଛନ୍ତି ସେ । ଜାନୁଆରୀ ୨୫ରେ ରିଲିଜ୍‌ ହେବାକୁ ଯାଉଛି ତାଙ୍କର ଅପ୍‌କମିଙ୍ଗ ଫିଲ୍ମ ‘ପଠାନ’ । ଆଜି ଏହି ଫିଲ୍ମର ପ୍ରଥମ ଗୀତ ‘ବେଶରମ ରଙ୍ଗ’ ରିଲିଜ୍‌ ହୋଇସାରିଛି । ଗୀତରେ ଶାହାରୁଖ୍‌ ଶାର୍ଟଲେସ୍ ହୋଇ ନିଜ ମସ୍‌କୁଲାର ବଡି ଦେଖାଇ ଫ୍ୟାନ୍ସଙ୍କୁ ଦିୱାନା କରିଛନ୍ତି । ଫିଲ୍ମ ପୂର୍ବରୁ ଶାହାରୁଖ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ଯାଇଥିବା ଦେଖିବାକୁ ମିଳିଛି ।

ଅଭିନୟ ସାଙ୍ଗକୁ ଇଶ୍ୱରଙ୍କ ପୂଜାର୍ଚ୍ଚନା କରିବାକୁ ଭୁଲନ୍ତି ନାହିଁ ଶାହାରୁଖ । ମୁସଲିମ ଧର୍ମ ଅନୁଯାୟୀ ମସଜିଦ୍‌ରେ ନମାଜ ପାଠ କରି ମୁଣ୍ଡ ଟେକିବା ପରେ ଏବେ ଶାହରୁଖ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ଶରଣ ପସିଛନ୍ତି । ଶାହରୁଖଙ୍କ ଏହି ଅନ୍ଦାଜ ଏବେ ତାଙ୍କ ଫ୍ୟାନ୍ସମାନଙ୍କ ହୃଦୟ ପୁଣି ଥରେ ଜିତି ନେଇଛି ।

ଅଧିକ ପଢ଼ନ୍ତୁ | ‘ପଠାନ’ ଟିଜର୍‌; ଜବରଦସ୍ତ ଆକ୍ସନକୁ ଦମଦାର ଫାଇଟ୍‌, ଦେଖନ୍ତୁ ଭିଡିଓ

ଆସନ୍ତା ମାସରେ ରିଲିଜ ହେଉଛି ଶାହରୁଖ ଖାନ୍‌ଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ପଠାନ’। ଏଭଳି ସ୍ଥିତିରେ ସେ ତାଙ୍କ ଫିଲ୍ମର ସଫଳତା ପାଇଁ ପ୍ରାର୍ଥନା କରୁଛନ୍ତି । କିଙ୍ଗ ଖାନ ଗତକାଲି ବିଳମ୍ବିତ ରାତିରେ କଟରାର ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ପହଞ୍ଚିଥିଲେ । ସେ ସେଠାରେ ନତମସ୍ତକ ହୋଇ ମା ବୈଷ୍ଣୋ ଦେବୀଙ୍କ ଦରବାରରେ ପ୍ରାର୍ଥନା କରିଥିବାର ଦେଖିବାକୁ ମିଳିଥିଲା ।

 

ଶାହରୁଖ ନିଜ ଅନ୍ୟ ସାଥୀମାନଙ୍କ ସହ ଯାଇ ମାତା ବୈଷ୍ଣୋ ଦେବୀ ମନ୍ଦିରରେ ପ୍ରାର୍ଥନା କରିଛନ୍ତି । ଲୋକଙ୍କ ଆଖି ଆଗରୁ ବର୍ତ୍ତିବା ପାଇଁ ମନ୍ଦିରକୁ ଯିବା ବେଳେ ଶାହରୁଖ ମୁହଁରେ ମାସ୍କ ପିନ୍ଧିଥିଲେ । ଏହାର ଫଟୋ ଆଉ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଶାହରୁଖ ଖାନ୍‌ଙ୍କୁ ପରଦାରେ ଫ୍ୟାନ୍ସମାନେ ଭିନ୍ନ ଅବତାରରେ ଦେଖିଥିବେ । କେତେବେଳେ ରୋମାନ୍ସ ତ ଆଉ କେତେବେଳେ ସେ ଆକ୍ସନ କିଙ୍ଗ ସାଜି ଦର୍ଶକଙ୍କ ହୃଦୟ ଜିତିଛନ୍ତି । ତେବେ ପ୍ରକୃତ ଜୀବନରେ ଶାହରୁଖ ଜଣେ ଟ୍ରୁ ଫ୍ୟାମିଲି ମ୍ୟାନ୍ ହେବା ସହ ବେଶ୍ ଧାର୍ମିକ ବୋଲି କୁହାଯାଏ । ସେ ସବୁ ଧର୍ମକୁ ସମ୍ମାନ ମଧ୍ୟ ଦିଅନ୍ତି ।