Advertisment

ନବରଙ୍ଗପୁର ରାହୁଲ ଆଙ୍କିଲେ ଶାହାରୁଖଙ୍କ ଚିତ୍ର, କଳା ଦେଖି ପ୍ରଶଂସାରେ ପୋତି ପକାଇଲେ ଖୋଦ୍‌ କିଙ୍ଗ୍‌ ଖାନ୍‌

ସୋସିଆଲ୍ ମିଡିଆରେ କିଙ୍ଗ ଖାନଙ୍କ ପ୍ରଶଂସା ..ରାହୁଲ ବନିଲେ ‘ରାହୁଲ’ଙ୍କ ଫ୍ୟାନ୍

author-image
Prangyan Parimita
ଅଦ୍ୟତନ ହୋଇଛି
Man draws Jawan poster

Man draws Jawan poster

ଉପାନ୍ତ ଅଞ୍ଚଳର ଲୁକ୍କାୟିତ ପ୍ରତିଭା l ନିଜ ପ୍ରଶଂସକଙ୍କ ଚିତ୍ରକଳା ଓ ଭିଡିଓକୁ ଦେଖି ଖୋଦ ସୁପରଷ୍ଟାର ଶାହାରୁଖ ଖାନ୍ ପାଲଟିଲେ ପ୍ରଶଂସକ ଏବଂ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓକୁ ପୋଷ୍ଟ କରି ପ୍ରଶଂସା କଲେ l ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ଜଣେ ଚିତ୍ରକର ରାହୁଲଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା।

Advertisment

ନବରଙ୍ଗପୁର ପାପଡାହାଣ୍ଡିର ରାହୁଲ ପାତ୍ର। ସେ କିଙ୍ଗ ଖାନ୍‌ଙ୍କର ଜଣେ ବଡ଼ ପ୍ରଶଂସକ ହୋଇଥିବା ବେଳେ ତାଙ୍କ ତୂଳୀରେ ପ୍ରିୟ ଷ୍ଟାରଙ୍କ ବିଭିନ୍ନ ଚିତ୍ର ଆଙ୍କି ପକାନ୍ତି । ଆଉ ଚିତ୍ରରେ ହୃଦୟଭରା ଭଲପାଇବା ବାରି ହୋଇଯାଏ । ସେଥିପାଇଁ ତ ଜୀବନ୍ତ ହୋଇଉଠିଛି ନିର୍ଜୀବ କାନ୍ଥରେ ଆଙ୍କାଯାଇଥିବା ଚିତ୍ର। ତାଙ୍କ ଚିତ୍ର ଦେଖିଲେ ଲାଗିବ ଅବିକଳ ଶାହାରୁଖଙ୍କୁ ଦେଖୁଛନ୍ତି । ବଲିଉଡ୍ ଫିଲ୍ମ ଯବାନ ଏବଂ ଶାହାରୁଖଙ୍କ ବିଶାଳ ଚିତ୍ର ଆଙ୍କି ଚର୍ଚାକୁ ଆସିଛନ୍ତି । କେବଳ ଚିତ୍ର ଆଙ୍କି ନାହାଁନ୍ତି, ଏହି ଚିତ୍ରର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଛନ୍ତି। ଯାହାର ପ୍ରଶଂସା କରିଛନ୍ତି ଖୋଦ୍ ଏସଆରକେ।..

ସେପ୍ଟେମ୍ବର ୯ ରେ ଯବାନ ଚଳଚିତ୍ର ରିଲିଜ୍ ହେବା ପରେ ପ୍ରଧାନୀଗୁଡା ଗାଁର ଏକ କାଜୁ ମିଲ କାନ୍ଥରେ ରାହୁଲ ଚିତ୍ର ଆଙ୍କିଥିଲେ। ପୁରା ଚିତ୍ର ଆଙ୍କିବାର ଏକ ଭିଡିଓ ପ୍ରସ୍ତୁତ କରି ଇନଷ୍ଟାଗ୍ରାମ୍ ଓ ୟୁଟ୍ୟୁବରେ ଅପଲୋଡ଼ କରିଥିଲେ ରାହୁଲ। ଶହ ଶହ ସଂଖ୍ୟାରେ ଶାହରୁଖ ଫ୍ୟାନ୍ ଏହି ପୋଷ୍ଟକୁ ଲାଇକ ସହ କମେଣ୍ଟ କରିଥିଲେ। ଆଦିତ୍ୟ ନାମକ ଜଣେ ଫ୍ୟାନ୍ ସେହି ପୋଷ୍ଟକୁ ଟ୍ୟାଗ୍ କରିଥିଲେ ଶାହରୁଖଙ୍କୁ। ବାସ୍ ରାହୁଲଙ୍କ ଚିତ୍ର ଦେଖି ତାଙ୍କ ପ୍ରଶଂସାରେ ଶତମୁଖ ହୋଇଉଠିଛନ୍ତି କିଙ୍ଗ ଖାନ୍। ଏପରିକି ନିଜେ ସେୟାର ମଧ୍ୟ କରିଛନ୍ତି।

Advertisment

ନବରଙ୍ଗପୁର ପାପଡାହାଣ୍ଡି ବ୍ଲକର ରାହୁଲ ପାତ୍ର ପେଶାରେ ଜଣେ ସଫ୍ଟୱେର ଇଂଜିନିୟର । ବାଙ୍ଗାଲୋରର ଏକ କମ୍ପାନୀରେ କାମ କରନ୍ତି। କିଙ୍ଗ ଖାନଙ୍କ ଜଣେ ଡାଏ ହାର୍ଡ ଫ୍ୟାନ୍। ରାହୁଲଙ୍କ ବାପା ଶିବ ପ୍ରସାଦ ପାତ୍ର ଓ ମା, ଉଭୟ ଶିକ୍ଷକ l ପିଲା ଦିନୁ ପାଠରେ ନମ୍ବର ୱାନ୍ ରାହୁଲ, ସମୟ ମିଳିଲେ ଚିତ୍ର ଆଙ୍କୁଥିଲେ l ତେବେ ତାଙ୍କର ଏହି ଚିତ୍ର ଯେ ଦିନେ ସୁପରଷ୍ଟାର ଶାହରୁଖ ଖାନଙ୍କ ପାଖରେ ପହଂଚିବ ଏବଂ ନିଜେ ଶାହରୁଖ ତାର ପ୍ରଶଂସା କରିବେ, କେବେ ସ୍ବପ୍ନରେ ବି ଭାବିନଥିଲେ ରାହୁଲ l

ଏବେବି ବଡ଼ ପରଦାରେ ଧମାଲ କରୁଛି ଶାହାରୁଖଙ୍କ ଫିଲ୍ମ ଯବାନ। ସାରା ଦେଶ କାହିଁକି ବିଶ୍ୱରେ ସିନେମାର କ୍ରେଜ୍ କାହିଁରେ କଣ।

Shah Rukh Khan Artist
Advertisment
Advertisment