Advertisment

ରାତି ୨ଟାରେ ରିଲିଜ୍‌ ହେଲା ଶାହରୁଖଙ୍କ ଫିଲ୍ମ ‘ଜୱାନ୍‌’: ସବୁଠି ଖଚାଖଚ୍ ଭିଡ଼, ହାଉସ୍‌ ଫୁଲ୍‌ ଶୋ’...

ବଲିଉଡ୍‌ କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଜୱାନ୍‌’ ରିଲିଜ୍‌ ହୋଇଛି। ପ୍ରଥମ ଥର ପାଇଁ ରାତି ୨ଟାରୁ କୌଣସି ବଲିଉଡ୍ ଫିଲ୍ମ ରିଲିଜ୍ ହୋଇଛି। ଆଉ ତାକୁ ଦେଖିବାକୁ ବି ହାଉସଫୁଲ୍ ଶୋ’।

author-image
Prasanjit Ray
ଅଦ୍ୟତନ ହୋଇଛି
jawan movie released today

Shah Rukh Khan Film Jawan Released

ବଲିଉଡ୍‌ କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଜୱାନ୍‌’ ରିଲିଜ୍‌ ହୋଇଛି। ପ୍ରଥମ ଥର ପାଇଁ ରାତି ୨ଟାରୁ କୌଣସି ବଲିଉଡ୍ ଫିଲ୍ମ ରିଲିଜ୍ ହୋଇଛି। ଆଉ ତାକୁ ଦେଖିବାକୁ ବି ହାଉସଫୁଲ୍ ଶୋ’। ଭୁବନେଶ୍ୱରରେ ସକାଳ ୬ଟାରୁ ଦର୍ଶକଙ୍କ ଖଚାଖଚ୍ ଭିଡ଼ ଦେଖିବାକୁ ମିଳିଥିଲା। ଏପରି ଲାଗୁଥିଲା ଶାହରୁଖ ଓ ନୟନତାରାଙ୍କ ରୋମାନ୍ସ, ବିଜୟ ସେତୁପତିଙ୍କ ଆକ୍ସନ ଏବଂ ଅନିରୁଦ୍ଧଙ୍କ ମ୍ୟୁଜିକରେ ସତେ ଯେମିତି ଫ୍ୟାନ୍ସ ଦିୱାନା।

Advertisment

ବାଦ୍‌ଶାହାଙ୍କ ଜଲ୍‌ୱାରେ ଦିୱାନା ସାରା ଭାରତ। ପଠାନରୁ କମ୍‌ବ୍ୟାକ୍ ପରେ ‘ଜୱାନ୍‌’ରେ ଶାହରୁଖଙ୍କ ଜଲୱା ଦେଖିଛନ୍ତି ଦର୍ଶକ। ରାତି ୨ଟାରୁ ଦେଶର ଏକାଧିକ ସିନେମା ହଲ୍‌ରେ ଦର୍ଶକଙ୍କ ଖଚାଖଚ୍‌ ଭିଡ଼ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ କୌଣସି ବଲିଉଡ୍ ଫିଲ୍ମର ଶୋ’ ଏତେ ଶୀଘ୍ର ରିଲିଜ୍ ହୋଇଛି। ଏହାପୂର୍ବରୁ KGF ଏବଂ RRR ପାଇଁ ଏମିତି କ୍ରେଜ୍ ଦେଖିବାକୁ ମିଳିଥିଲା।

ଅଧିକ ପଢ଼ନ୍ତୁ: ନାଗା ଚୈତନ୍ୟଙ୍କ ଯୋଗୁଁ ସାମନ୍ଥାଙ୍କ ହାତରୁ ଖସିଗଲା 'ଜୱାନ୍'

ହିନ୍ଦୀ, ତାମିଲ, ତେଲୁଗୁ ଭଳି ୫ଟି ଭାଷାରେ ୱାଲଡ୍ ୱାଇଡ୍ ଫିଲ୍ମ ‘ଜୱାନ୍‌’ ରିଲିଜ୍ ହୋଇଛି। ସାରା ଦେଶର ମଲଟି ପ୍ଲେକ୍ସ ଓ ସିଙ୍ଗଲ୍‌ ସ୍କ୍ରିନକୁ ମିଶାଇ ୫ ହଜାରରୁ ଅଧିକ ଥିଏଟରରେ ‘ଜୱାନ୍‌’ ରିଲିଜ୍ ହୋଇଛି। ପ୍ରଥମ ଦିନରେ ଆଡଭାନ୍ସ ବୁକିଂ ୧୦ ଲକ୍ଷ ମାର୍କକୁ ଟପିଛି। ପଠାନ ପ୍ରଥମ ଦିନରେ ୩୬ କୋଟି ଇନ୍‌କମ୍ କରିଥିବା ବେଳେ ଜୱାନର ଆଡଭାନ୍ସ ବୁକିଂକୁ ଦେଖିଲେ ଲାଗୁଛି ପ୍ରଥମ ଦିନରେ ୫୦ କୋଟିରୁ ଅଧିକ ଆୟ କରିପାରେ।

Advertisment

ରିଲିଜ୍‌ ପୂର୍ବରୁ ଶାହରୁଖଙ୍କ ଜୱାନ୍ ଅନେକ ରେକର୍ଡ କରିଛି। ପ୍ରଥମ ଥର ପାଇଁ ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ଓ ଭିଲିଏନଙ୍କ ସହ ଫିଲ୍ମ କରିଛନ୍ତି। ଏହାସହ ଗୋଟିଏ ସିନେମାରେ ୫ଟି ଲୁକ୍ ଓ ପୁଣି ଥରେ ଡବଲ୍ ରୋଲ୍‌ରେ ନଜର ଆସିଛନ୍ତି ବାଦ୍‌ଶାହା ସାଉଥ୍ ସେନ୍‌ସେସନ୍ ନୟନତାରାଙ୍କ ସହ ପ୍ରଥମଥର ପାଇଁ ଅନସ୍କ୍ରିନ୍ ରୋମାନ୍ସ କରିଛନ୍ତି ଶାହରୁଖ।

ଏହାସହ ନେଗେଟିଭ୍ ଚରିତ୍ରରେ ବିଜୟ ଥାଲାପତି ନଜର ଆସିଛନ୍ତି। ଅନିରୁଦ୍ଧ ଏଥର ବି ନିଜ ମ୍ୟୁଜିକରେ ଦିୱାନା ଦେଖାଇଛନ୍ତିା ଆଉ ଅଟଲିଙ୍କ ନିର୍ଦ୍ଦେଶନା ଫିଲ୍ମର ଏକ୍ସାଇଟମେଣ୍ଟ ବଢ଼ାଇଛି। ବଲିଉଡର ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍ ହେବା ପରେ ଏହି ଟ୍ରେଣ୍ଡ୍‌କୁ ଭାଙ୍ଗିଥିଲା ପଠାନ। ଆଉ ଏବେ ଜୱାନ୍‌ ହିନ୍ଦୀ ଓ ଦକ୍ଷିଣ ଭାରତୀୟ ସିନେମା ମଧ୍ୟରେ ନୂଆ ସମୀକରଣ ସୃଷ୍ଟି କରିଛି।

ଅଧିକ ପଢ଼ନ୍ତୁ: 'ଜୱାନ୍' ପାଇଁ ଖର୍ଚ୍ଚ ହେଲା ୨୦୦ କୋଟି; କିଏ ନେଲେ କେତେ…

Shah Rukh Khan
Advertisment
Advertisment