Advertisment

North Vs South Debate: ମାତ୍ର ୪/୫ଟି ହିଟ୍ ଦେଇଦେଲେ ଏମାନେ ବଲିଉଡର ବାପା ହୋଇଯିବେ ନାହିଁ: ସଞ୍ଜୟ ଗୁପ୍ତା

ସାଉଥ୍‌ର ଜଣେ ପ୍ରସିଦ୍ଧ ନିର୍ମାତା ବଲିଉଡ୍‌କୁ ନେଇ ଏମିତି କିଛି କହିଛନ୍ତି ଯାହାକୁ ନେଇ ପୂରା ବଲିଉଡ ଏକାଠି ହୋଇଛନ୍ତି ଆଉ ଏହି ନିର୍ମାତାଙ୍କୁ ଟାର୍ଗେଟ୍‌ କରୁଛନ୍ତି। ସଞ୍ଜୟ ଗୁପ୍ତା ନିର୍ମାତାଙ୍କୁ କଡା ଉତ୍ତର ଦେଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
North Vs South Debate

North Vs South Debate

କିଏ ଜାଣିଥିଲା ୨୦୨୪ବର୍ଷର ଶେଷ ଦିନ ବଲିଉଡ୍ ବନାମ ସାଉଥ୍ ସିନେମାରେ ସଂଘର୍ଷ ହେବ ବୋଲି ? କିଏ କଳ୍ପନା କରିଥିଲା ଯେ ଏହି ବର୍ଷ ଏମିତି ହେବ ଯେତେବେଳେ 'ଭାରତୀୟ ସିନେମା' ସାରା ବିଶ୍ୱରେ ଚହଳ ପକାଇବ? ଏହା ଏମିତି ଏକ ବର୍ଷ ହୋଇଯାଇଛି ଯେତେବେଳେ ତେଲୁଗୁ ଫିଲ୍ମ 'ପୁଷ୍ପା ୨' ଭାରତରେ ସର୍ବାଧିକ ଆୟ କରିଥିବା ହିନ୍ଦୀ ଫିଲ୍ମ ହୋଇଯାଇଛି।

Advertisment

ଏହି ଖୁସିରେ ଉତ୍ସାହିତ ହୋଇ ସାଉଥ୍‌ର ଜଣେ ପ୍ରସିଦ୍ଧ ନିର୍ମାତା ବଲିଉଡ୍‌କୁ ନେଇ ଏମିତି କିଛି କହିଛନ୍ତି ଯାହାକୁ ନେଇ ପୂରା ବଲିଉଡ ଏକାଠି ହୋଇଛନ୍ତି ଆଉ ଏହି ନିର୍ମାତାଙ୍କୁ ଟାର୍ଗେଟ୍‌ କରୁଛନ୍ତି। ନିକଟରେ ଏକ ରାଉଣ୍ଡ ଟେବୁଲ ଆଲୋଚନାରେ ବଲିଉଡ୍ ନିର୍ମାତା ବୋନି କପୁର, ଟଲିଉଡ୍‌ ନିର୍ମାତା ନାଗା ଭାମସୀ, ଅଭିନେତା ସିଦ୍ଧାର୍ଥ ଏବଂ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ।

ଅଧିକ ପଢ଼ନ୍ତୁ: ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ

Advertisment

ଏହି ସମୟରେ, ଡିଜେ ଟିଲୁ, ଜର୍ସି ଏବଂ ଲକି ଭାସ୍କର ଭଳି ଚଳଚ୍ଚିତ୍ରର ନିର୍ମାତା ନାଗା ଭାମସୀ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ୨’ର ବକ୍ସ ଅଫିସରେ ସଫଳତାକୁ ନେଇ ମତ ଦେଇଥଲେ। ସେ କହିଥିଲେ, ମୁଁ ଭାବୁଛି ‘ପୁଷ୍ପା ୨’  ଗୋଟିଏ ଦିନରେ ରବିବାରରେ ୮୬ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ସେହି ସମୟରେ ମୁମ୍ବାଇର ଲୋକମାନଙ୍କ ନିଦ ନିଶ୍ଚୟ ହଜିଯାଇଥିବ। ବଲିଉଡ୍‌ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ନିର୍ମାତାଙ୍କୁ ଘେରିଛି।

ବୋନି କପୁରଙ୍କୁ ଅପମାନ:

ତେଲୁଗୁ ନିର୍ମାତା ନାଗା ଭାମସୀ ବୋନି କପୁରଙ୍କୁ କହିଥିଲେ, “ଏବେ ସମୟ ଆସିଯାଇଛି ଯେ ହିନ୍ଦୀ ସିନେମା 'ବାନ୍ଦ୍ରା ଏବଂ ଜୁହୁ'ରୁ ବାହାରକୁ ଆସିଛି ଏବଂ ଆମେ (ତେଲୁଗୁ ସିନେମା) କିପରି ହିନ୍ଦୀ ସିନେମାକୁ ଦେଖିବାର ଦୃଷ୍ଟିକୋଣ ବଦଳାଇ ଦେଇଛେ।”

ନାଗା ଭାମସୀଙ୍କ ଏହି ମତ ଏବେ ବଲିଉଡରେ ଚର୍ଚ୍ଚାର ବିଷୟ ପାଲଟିଛି। ‘ପଠାନ’ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ ଫିଲ୍ମ ‘ଫାଇଟର୍’ ବକ୍ସ ଅଫିସରେ ଆଶା ଅନୁଯାୟୀ ପ୍ରଦର୍ଶନ କରି ନଥିଲା।

ଅଧିକ ପଢ଼ନ୍ତୁ: ଅଲ୍ଲୁ ଅର୍ଜୁନଙ୍କ ଏହି ୧୦ ଫିଲ୍ମ ତାଙ୍କୁ ଆଜି ଦେଇଛି ‘ପୁଷ୍ପାରାଜ୍’ର ପରିଚୟ

ସିଦ୍ଧାର୍ଥ ଆନନ୍ଦଙ୍କ ପ୍ରତିକ୍ରିୟା:

ସିଦ୍ଧାର୍ଥ ତାଙ୍କ X ଆକାଉଣ୍ଟରେ ଲେଖିଛନ୍ତି, “ମୁମ୍ବାଇ ସବୁବେଳେ ଏମିତି ଏକ ସହର ଯାହା କେବେ ଶୋଇ ନ ଥାଏ। କିଛି ଲୋକ ଆମର ପ୍ରକୃତ ମୁମ୍ବାଇକୁ ଜାଣନ୍ତି ନାହିଁ! ବାସ୍ତବରେ, ମୁଁ କେବଳ ଆପଣଙ୍କ ସୂଚନା ପାଇଁ ବାନ୍ଦ୍ରା ଏବଂ ଜୁହୁରେ ରହିଆସୁଛି।”

ତେବେ ସିଦ୍ଧାର୍ଥଙ୍କ ଏହି ବିବୃତ୍ତି ନାଗା ଭାମସୀଙ୍କ ମନ୍ତବ୍ୟର ଉତ୍ତର ଭାବରେ ବିବେଚନା କରାଯାଇଥିଲା, ଯାହା ପରେ ଏକ ଅନ୍‌ଲାଇନ୍ ବିତର୍କ ଆରମ୍ଭ ହୋଇଯାଇଛି। କିଛି ବଲିଉଡ୍‌ ପ୍ରଶଂସକ ସିଦ୍ଧାର୍ଥଙ୍କୁ ସମର୍ଥନ କରୁଥିବାବେଳେ ଦକ୍ଷିଣ ଭାରତୀୟ ସିନେମାର ପ୍ରଶଂସକମାନେ ନାଗା ଭାମସୀଙ୍କ ପକ୍ଷ ନେଇଛନ୍ତି ଏବଂ ବଲିଉଡ୍‌ର ବଡ ନାମ ‘ପୁଷ୍ପା ୨’ ର ହିନ୍ଦୀ ବଜାରରେ ସଫଳତାକୁ କାହିଁକି ଅବହେଳା କରାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି।


ସଞ୍ଜୟ ଗୁପ୍ତାଙ୍କ ଉତ୍ତର:

ସଞ୍ଜୟ ଗୁପ୍ତା ନାଗା ଭାମସୀଙ୍କୁ ଉତ୍ତର ଦେଇ କହିଛନ୍ତି, “ଏହି ଅଭଦ୍ର ବ୍ୟକ୍ତି ଜଣଙ୍କ କିଏ, ଯିଏ ବୋନିଜୀଙ୍କ ଭଳି ଜଣେ ବରିଷ୍ଠ ଚଳଚ୍ଚିତ୍ର ନିର୍ମାତାଙ୍କ ପାଖରେ ବସି ଏବଂ ତାଙ୍କ ନକଲୀ ଅହଂକାରକୁ ନେଇ ତାଙ୍କୁ ପରିହାସ କରୁଛି? ତାଙ୍କ ବଡୀ ଲାଙ୍ଗୁଏଜ୍ ଏବଂ ଘୃଣ୍ୟ ମନୋଭାବକୁ ଦେଖନ୍ତୁ। ମାତ୍ର ଚାରି/ପାଞ୍ଚଟି ହିଟ୍ ଦେଇଦେଲେ ଏମାନେ ବଲିଉଡର ବାପା ହୋଇ ନାହାନ୍ତି କି କେବେବି ହୋଇପାରିବେ ନାହିଁ।”

ସଞ୍ଜୟ ଗୁପ୍ତା ନାଗା ଭାମସୀଙ୍କୁ ପ୍ରଶ୍ନ କରି ପଚାରିଛନ୍ତି “ସେ ଅଲ୍ଲୁ ଅରବିନ୍ଦ ଏବଂ ସୁରେଶ ବାବୁଙ୍କ ପରି ବରିଷ୍ଠ ତେଲୁଗୁ ନିର୍ମାତାଙ୍କ ସାମ୍ନାରେ ମଧ୍ୟ ସେ କ’ଣ ଏପରି କରନ୍ତି ଆଉ ସେମାନଙ୍କୁ ଆଙ୍ଗୁଳି ଉଠେଇ କଥାବାର୍ତ୍ତା କରନ୍ତି? ସଫଳତା ପୂର୍ବରୁ ସମ୍ମାନ କରିବାକୁ ଶିଖ।”

ହଂସଲ୍‌ ମେହେଟ୍ଟାଙ୍କ ହାସ୍ୟାତ୍ମକ ଟାର୍ଗେଟ୍:

ନାଗା ଭାମସୀଙ୍କ ଏହି ମତ ଉପରେ ହଂସଲ୍‌ ମେହେଟ୍ଟା ମଧ୍ୟ ନିଜର ହାସ୍ୟାତ୍ମକ ଟାର୍ଗେଟ୍ କରି ମତରେ ଲେଖିଛନ୍ତି, “ଥଣ୍ଡା ହୁଅ ମୋର ବନ୍ଧୁ, ତୁମେ ଯାହା ବି ହୁଅ। ମୁଁ ମୁମ୍ବାଇରେ ରୁହେ। ମୁଁ ବହୁତ ଶାନ୍ତିରେ ଶୋଇଛି।”

ଅଧିକ ପଢ଼ନ୍ତୁ: ସଟ୍ ବଡିକନ୍‌ରେ ପଲକ ତିୱାରୀଙ୍କ ଘାତକ ଲୁକ୍; ପାଗଳ ହେଲେ ପ୍ରଶଂସକ

Boney Kapoor
Advertisment
Advertisment