Advertisment

ପତ୍ନୀ ନୁହେଁ, ପିଲା ପାଇଁ ଯୋଜନା କରିଥିଲେ ସଲମାନ, କିନ୍ତୁ…

ବିବାହକୁ ନେଇ ଅନେକ ପ୍ରଶ୍ନର ଶିକାର ହୁଅନ୍ତି ସଲମାନ ଖାନ୍। ଏସବୁର ଉତ୍ତର ତାଙ୍କ ପାଖରେ ସବୁବେଳେ ଥାଏ। ଏବେ କିନ୍ତୁ ଏହାକୁ ନେଇ ସେ ଯେଭଳି ଉତ୍ତର ଦେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Salman Khan Was Planning For A Child

Salman khan was planning for a baby not for wife

ଆଜିକାଲି ସଲମାନ ଖାନ ତାଙ୍କ ଫିଲ୍ମ 'କିସି କା ଭାଇ କିସି କୀ ଜାନ'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଇଦ୍ ଅବସରରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ମିଶ୍ରିତ ପ୍ରତିକ୍ରିୟା ପାଇବାରେ ଲାଗିଛି। ବର୍ତ୍ତମାନ ଏହି ଫିଲ୍ମ ୧୦୦ କୋଟି କ୍ଲବ୍‌ରେ ଯୋଗଦେବାକୁ ଯାଉଛି।

Advertisment

ସଲମାନ ଏବେ ୫୭ ବର୍ଷରେ ପହଞ୍ଚିଛନ୍ତି। ଏ ବୟସରେ ଅନେକ ଯୁବ ଅଭିନେତା ତାଙ୍କ ପଛରେ ପଡିଯିବେ। ତାଙ୍କ ବ୍ୟକ୍ତିତ୍ୱ ଏବଂ ଷ୍ଟାରଡମ୍‌ର କୋଟି କୋଟି ପ୍ରଶଂସକ ଅଛନ୍ତି। ସଲମାନ ଏଯାଏ ବିବାହ ନ କରିଥିବାରୁ ଲୋକେ ଏହାକୁ ନେଇ ଖୁବ ଚର୍ଚ୍ଚା କରନ୍ତି। ପ୍ରାୟତଃ ପ୍ରଶଂସକମାନେ ତାଙ୍କୁ ବିବାହ ନ କରିବାର କାରଣ ଏବଂ ଭବିଷ୍ୟତରେ ବିବାହ କରିବାର ଯୋଜନା ବିଷୟରେ ପଚାରନ୍ତି। ମିଡିଆବାଲା ମଧ୍ୟ ତାଙ୍କୁ ସେଟଲ୍ ହେବାର ଯୋଜନା ବିଷୟରେ ପଚାରନ୍ତି।

ଅଧିକ ପଢ଼ନ୍ତୁ: ମଞ୍ଚରେ ସଲମାନଙ୍କୁ ବିବାହ ପ୍ରସ୍ତାବ ଦେଲେ ଯୁବତୀ; ଲାଜେଇ ଗଲେ ଭାଇଜାନ୍, କହିଲେ…

Advertisment

ସଲମାନ ଖାନଙ୍କ ପାଖରେ ସବୁବେଳେ ସବୁ ପ୍ରଶ୍ନର ଉତ୍ତର ଥାଏ। ସେ ସବୁବେଳେ ଏହାକୁ ଏକ ମଜାଳିଆ ଢଙ୍ଗରେ ଏଡେଇ ଦିଅନ୍ତି। କିନ୍ତୁ ଏଥର ଯେତେବେଳେ ସେ ରଜତ ଶର୍ମାଙ୍କ ଟିଭି ଶୋ’ ‘ଆପ୍‌ କୀ ଅଦାଲତ’ରେ ଅତିଥି ଭାବରେ ଦେଖାଦେଇଥିଲେ, ସେ ବିବାହ ସମ୍ବନ୍ଧୀୟ ଏହି ପ୍ରଶ୍ନର ଏକ ନୂଆ ଏବଂ ଆଶ୍ଚର୍ଯ୍ୟଜନକ ଉତ୍ତର ଦେଇଥିଲେ। ସଲମାନ କହିଛନ୍ତି ଯେ ସେ ପତ୍ନୀ ପାଇଁ ନୁହେଁ ବରଂ ପିଲା ପାଇଁ ଯୋଜନା କରିଥିଲେ।

ସଲମାନ ଖାନ କହିଛନ୍ତି, “ଏହା ତ ଯୋଜନା ଥିଲା। ଏହା ବୋହୂର ନୁହେଁ, ଏହା ପିଲାର ଥିଲା। କିନ୍ତୁ ଆଇନ ଅନୁଯାୟୀ ଏହା ଭାରତରେ ହେବାରେ ନଥିଲା। ଏବେ ଦେଖିବା କ’ଣ କରିବା, କିପରି କରିବା।”

ଯେତେବେଳେ ସଲମାନ ଏହି ଉତ୍ତର ଦେଇଥିଲେ, ଶୋ’ରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ଉପରେ ଶୋ’ର ହୋଷ୍ଟ୍‌ ପ୍ରଥମେ କହିଥିଲେ ଯେ ସଲମାନ କରଣ ଜୋହରଙ୍କୁ ମୋଟିଭେଟ୍ କରିଛନ୍ତି ଏବଂ ପରେ କହିଥିଲେ ଯେ କରଣ ଜୋହର ତ ୨ଟି ସନ୍ତାନର ବାପା।

ଏହା ଉପରେ ସଲମାନ ଖାନ କହିଛନ୍ତି, “ତାହା ହିଁ ମୁଁ କରିବାକୁ ଚେଷ୍ଟା କରୁଥିଲି। କିନ୍ତୁ, ସେହି ନିୟମ ବୋଧହୁଏ ବଦଳିଯାଇଛି, ତେବେ ବର୍ତ୍ତମାନ କ’ଣ କରିବା ଦେଖିବା। ମୁଁ ପିଲାମାନଙ୍କୁ ବହୁତ ଭଲ ପାଏ। କିନ୍ତୁ ଯେତେବେଳେ ପିଲାମାନେ ଆସନ୍ତି, ସେତେବେଳେ ତାଙ୍କ ମା’ମାନେ ମଧ୍ୟ ଆସନ୍ତି। ମା’ ସେମାନଙ୍କ ପାଇଁ ଖୁବ ଭଲ ହୋଇଥାନ୍ତି। ଆମ ଘରେ ଖାଲି ମା’ ହିଁ ମା’ ଅଛନ୍ତି। ମୋ ପାଖରେ ପୁରା ଜିଲ୍ଲା ଅଛି, ପୁରା ଗାଁ ଅଛି। କିନ୍ତୁ ସେମାନଙ୍କର (ପିଲାମାନଙ୍କର) ମା’ ମୋର ପତ୍ନୀ ହେବେ।”

Salman Khan Bollywood
Advertisment
Advertisment