/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681208228.jpg)
Salman khan proved six pack abs real or fake
ଫିଲ୍ମରେ ନିଜ ଅଭିନୟ କଳା ବ୍ୟତୀତ ସଲମାନ ଖାନ ଆକ୍ସନ୍ ଏବଂ ବଡି ଦେଖାଇବା ନେଇ ମଧ୍ୟ ଖୁବ ଜଣାଶୁଣା। ସେ ପରଦା ହେଉ କି ଷ୍ଟେଜ୍ ସାର୍ଟ ଖୋଲି ନିଜ ଆବ୍ସ ଦେଖାଇବାର ଟ୍ରେଣ୍ଡ୍ ସଲମାନଙ୍କ ଠାରୁ ହିଁ ଆରମ୍ଭ ହୋଇଥିଲା। ଏହି ୫୭ ବର୍ଷୀୟ ଅଭିନେତା ଜିମ୍ରେ ପୂରା ସମୟ ବିତାଇଥାନ୍ତି ଜବରଦସ୍ତ ବ୍ୟାୟାମ ମଧ୍ୟ କରିଥାନ୍ତି। ସଲମାନ ଖାନଙ୍କ ପ୍ରଶଂସକମାନେ ତାଙ୍କ ବଡିର ଝଲକ ଟିକେ ଦେଖିବାକୁ ସବୁବେଳେ ଉତ୍ସାହିତ ଥାଆନ୍ତି।
ସେହିପରି ଅଭିନେତା ମଧ୍ୟ ନିଜ ପ୍ରଶଂସକଙ୍କ ଉତ୍ସାହକୁ ପୂରଣ କରିବା ପାଇଁ ଅଧିକାଂଶ ଚଳଚ୍ଚିତ୍ରରେ ସାର୍ଟଲେସ୍ ହୁଅନ୍ତି। କିନ୍ତୁ ବର୍ତ୍ତମାନ ସଲମାନ ଖାନ ପ୍ରଶଂସକଙ୍କ ଚାହିଦା ଅନୁଯାୟୀ ତାଙ୍କର ୬ ପ୍ୟାକ୍ ଆବ୍ସକୁ ସେ ଅଫ୍ ସ୍କ୍ରିନ୍ ପ୍ରଦର୍ଶନ କରିଛନ୍ତି।
ଅଧିକ ପଢ଼ନ୍ତୁ: ‘ଏପ୍ରିଲ ୩୦ରେ ଶେଷ କରିଦେବି’...ପୁଣି ସଲମାନଙ୍କୁ ମିଳିଲା ଧମକପୂର୍ଣ୍ଣ ଫୋନ୍ କଲ୍
ସୋମବାର ସଲମାନ ଖାନ ମୁମ୍ବାଇର ଜୁହୁରେ ତାଙ୍କ ଚଳଚ୍ଚିତ୍ର 'କିସି କା ଭାଇ କିସି କି ଜାନ'ର ଟ୍ରେଲର ଲଞ୍ଚ କରିଥିଲେ। ଏହି ଅବସରରେ ତାଙ୍କ ସହ ଫିଲ୍ମର ଷ୍ଟାର୍କାଷ୍ଟଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଫିଲ୍ମର ଟ୍ରେଲର୍ ଲଞ୍ଚ ସମୟରେ ସଲମାନ ଖାନ ମଧ୍ୟ ପାପାରାଜିଙ୍କ ସହ ବହୁତ କଥା ହୋଇଥିଲେ।
ଅନେକ ଲୋକ ଭାବନ୍ତି ଯେ ସଲମାନ ଖାନ ଫିଲ୍ମରେ ତାଙ୍କ ବଡି ଦେଖାଇବା ପାଇଁ VFX ବ୍ୟବହାର କରନ୍ତି। ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ସତ୍ୟତା ଜଣେଇବା ନେଇ ଅଭିନେତା ପାପାରାଜିଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ ସାର୍ଟଲେସ୍ ହେବା ପାଇଁ ଚେଷ୍ଟା କରିଥିଲେ।
Saw his abs live 🔥🔥🔥🔥🔥 #SalmanKhan@BeingSalmanKhanpic.twitter.com/CB4ph02xZH
— SALMAN KI SENA™ (@Salman_ki_sena) April 10, 2023
ଫିଲ୍ମ 'କିସି କା ଭାଇ କିସି କି ଜାନ'ର ଟ୍ରେଲର ଲଞ୍ଚ ସହ ସଲମାନ ଖାନଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏଥିରେ ସଲମାନ ଖାନ ସାମ୍ବାଦିକ ସମ୍ମିଳନୀରେ ସାର୍ଟଲେସ୍ ଯିବାକୁ ଚେଷ୍ଟା କରୁଥିବା ନଜର ଆସିଛନ୍ତି। ସେ ପାପାରାଜିଙ୍କ କହିବା ଅନୁସାରେ ତାଙ୍କ ସାର୍ଟରୁ ବଟନ୍ ଖୋଲିବା ଆରମ୍ଭ କରନ୍ତି ଏବଂ ଅଧା ବଟନ୍ ଖୋଲିବା ପରେ ସେ ତାଙ୍କର ସିକ୍ସ ପ୍ୟାକ୍ ଆବ୍ସ୍ ଦେଖାନ୍ତି।
ତେବେ ସଲମାନ ଖାନ ତାଙ୍କ ସାର୍ଟକୁ ସମ୍ପୂର୍ଣ୍ଣ ରୂପେ ଖୋଲନ୍ତି ନାହିଁ। କିନ୍ତୁ ତାଙ୍କ ଷ୍ଟାଇଲ୍ ଦେଖି ପ୍ରଶଂସକମାନେ ଖୁବ୍ ଉତ୍ସାହିତ ହେବା ସହ କୋଳାହଳ କରୁଥୁବା ଦେଖାଯାଏ। ଏହି ଭିଡିଓରେ ଅଭିନେତା କୁହନ୍ତି ଯେ ଆପଣମାନେ କ’ଣ ଭାବୁଛନ୍ତି ଏହା VFX ବୋଲି? ପ୍ରଶଂସକମାନେ ଅଭିନେତାଙ୍କର ଏହି ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି। ଭିଡିଓରେ ନିଜ ନିଜ ମତ ଦେଇ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)