• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବାବା ସିଦ୍ଦିକିଙ୍କ ହତ୍ୟା ପରେ ବଢ଼ିଲା ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥା । ସଲମାନଙ୍କୁ ଏବେ ମିଳିବ ୱାଇ ପ୍ଲସ୍ ସିକ୍ୟୁରିଟି । ୱାଇ ପ୍ଲସ୍ ସିକ୍ୟୁରିଟି ସହ ସଲମାନଙ୍କ ପାଇଁ ପୋଲିସ ଏସକର୍ଟ କାର୍ ବ୍ୟବସ୍ଥା ମଧ୍ୟ କରାଯାଇଛି । ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ମୁମ୍ବାଇସ୍ଥିତ ଘର ଗାଲାକ୍ସୀ ଆପାର୍ଟମେଣ୍ଟ ଆଗରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ଅନିର୍ଦ୍ଦିଷ୍ଟକାଳ ଯାଏଁ ସବୁ ଫିଲ୍ମର ସୁଟିଂ, ମିଟିଂ ଏବଂ ଟେଲିଭିଜନ୍ ଶୋ’ ବାତିଲ କରିଛନ୍ତି ସଲମାନ୍ ଖାନ।

ଅଧିକ ପଢ଼ନ୍ତୁ: ବାବା ସିଦ୍ଦିକିଙ୍କ ଅନ୍ତିମ ଦର୍ଶନ ପାଇଁ କାହିଁକି ଆସିଲେନି ଶାହାରୁଖ୍, ସାମ୍ନାକୁ ଆସିଲା କାରଣ….

ମିଳିଥିବା ସୂଚନା ମୁତାବକ, ବାବା ସିଦ୍ଦିକିଙ୍କ ହତ୍ୟା ପରେ ଭାଇଜାନ୍ ସମ୍ପୂର୍ଣ୍ଣ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି । ବାନ୍ଦ୍ରା ଘରେ ଏକାକୀ ଗୋଟିଏ ରୁମରେ ରହୁଛନ୍ତି । ପରିବାର କିମ୍ବା ବାହାର ଲୋକଙ୍କ ସହ ସାକ୍ଷାତ ବି ସେ ବନ୍ଦ କରି ଦେଇଛନ୍ତି । ଗତକାଲି ବାବାଙ୍କ ଅନ୍ତିମ ସତ୍କାରରୁ ଫେରିବା ବେଳେ ସଲମାନ ଖାନ୍ ଭାବବିହ୍ବଳ ହୋଇପଡ଼ିଥିଲେ । ଏପରିକି ତାଙ୍କ ଆଖିରେ ଲୁହ ଥିବା ବି ଦେଖିବାକୁ ମିଳିଥିଲା । ପ୍ରଥମଥର ପାଇଁ ସଲମାନଙ୍କୁ ଏଭଳି ଏକାକୀ ଓ ଏତେ ଅସହାୟ ଦେଖି ଫ୍ୟାନ୍ ବି ଚିନ୍ତିତ ହୋଇପଡ଼ିଛନ୍ତି । ସଲମାନ ଓ ବାବା ସିଦ୍ଦିକି ବେଶ୍ ନିକଟତର ଥିଲେ । ଦୀର୍ଘ ୪ ଦଶନ୍ଧି ଧରି ଉଭୟଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିଲା ।

ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ୯ଟା ୩୦ । ମୁମ୍ବାଇର ବାନ୍ଦ୍ରା । ପୁଅ ଜିଶାନ ସିଦ୍ଦିକିଙ୍କ ଅଫିସ ବାହାରେ ବାଣ ଫୁଟାଉଥିଲେ ବାବା ସିଦ୍ଦିକି । ହଠାତ୍ ତିନି ଜଣ ମୁଖାପିନ୍ଧା ଯୁବକ ବାଇକରେ ଆସି ଅନ୍ଧାଧୁନ ଗୁଳି ଚଳାଇଥିଲେ । ସିଦ୍ଦିକିଙ୍କ ଦେହରେ ବାଜିଥିଲା ତିନିଟି ଗୁଳି । ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିଲେ । ତାଙ୍କୁ ତୁରନ୍ତ ଲୀଲାବତୀ ହସପିଟାଲ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ନିଜର ସମସ୍ତ ସୁଟିଂ ବାତିଲ କରି ସିଦ୍ଦିକିଙ୍କୁ ଦେଖିବାକୁ ହସପିଟାଲରେ ପହଞ୍ଚିଥିଲେ ସଲମାନ୍ । ପରେ ଆରମ୍ଭ ହୋଇଯାଇଥିଲା ତନାଘନା, ତଦନ୍ତ ।

ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଥିଲା । ସେମାନେ ହେଲେ ହରିୟାଣାର ୨୩ ବର୍ଷୀୟ ଗୁରମେଲ୍ ସିଂ ଓ ଉତ୍ତରପ୍ରଦେଶର ୧୯ ବର୍ଷୀୟ ଧର୍ମରାଜ କଶ୍ୟପ । ମାରାଥନ୍ ଜେରା ବେଳେ ମୁମ୍ବାଇ କ୍ରାଇମବ୍ରାଞ୍ଚଙ୍କୁ ମିଳିଥିଲା ଚାଞ୍ଚଲ୍ୟକର ତଥ୍ୟ । ଏହା ଥିଲା ପ୍ରି-ପ୍ଲାନଡ ମର୍ଡର । ସିଦ୍ଦିକିଙ୍କୁ ହତ୍ୟା ପାଇଁ ଅଭିଯୁକ୍ତଙ୍କୁ ବହୁ ପୂର୍ବରୁ ମିଳିଥିଲା ସୁପାରୀ । ଏଥିପାଇଁ ମାସେ ଧରି ରେକି କରିଥିଲେ ହତ୍ୟାକାରୀ ।

ଅଧିକ ପଢ଼ନ୍ତୁ: କଣ ପାଇଁ ଗଲା ବାବା ସିଦ୍ଦିକିଙ୍କ ଜୀବନ? ସଲମାନଙ୍କୁ ଧମକ, ଗାଲାକ୍ସିରେ ବଢିଲା ସୁରକ୍ଷା

OTV is now on Whatsapp

Join and get latest news update delivered to you via whatsapp

Join Now