Advertisment

ଆଜି ବଲିଉଡ୍‌ର ଭାଇଜାନ୍ ସଲମାନ୍ ଖାନଙ୍କ ଜନ୍ମଦିନ

ଜଣେ ବରିଷ୍ଠ ଅଭିନେତା ସହ ସଲମାନ ଜଣେ ସଫଳ ବ୍ୟବସାୟୀ।

author-image
Chandan Shishu
ଅଦ୍ୟତନ ହୋଇଛି
Salman Khan Celebrates Birthday With Fans

Salman Khan celebrates birthday with fans

ଆଜି ବଲିଉଡ୍‌ର ଭାଇଜାନ୍ ସଲମାନ୍ ଖାନ ଙ୍କ ଜନ୍ମଦିନ। ୫୭ ବର୍ଷରେ ପଦାର୍ପଣ କରିଥିବା ସଲମାନ ନିଜ ଜନ୍ମଦିନକୁ ଧୁମଧାମରେ ସେଲିବ୍ରେଟ କରୁଛନ୍ତି। ଆଉ ଫ୍ୟାନ୍ସ ମାନେ ତ ୪-୫ ଦିନ ହେଲାଣି ସେଲିବ୍ରେସନ୍ ମୁଡ୍‌ରେ ଅଛନ୍ତି। ୨୭ ଡିସେମ୍ବର ୧୯୬୫ରେ ସଲମାନଙ୍କ ଜନ୍ମ ହୋଇଥିଲେ। ବଲିଉଡ୍ ଜଗତର ସବୁଠୁ ଏହି ନାମୀଦାମୀ ଷ୍ଟାର ମେନେ ପ୍ୟାର କିୟା ଫିଲ୍ମରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ। 

Advertisment

ଅଧିକ ପଢ଼ନ୍ତୁ: ଭାରି ଚଗଲା ଥିଲେ ସଲମାନ, ପିଲା ବେଳେ ବାପାଙ୍କ ଦରମା ଟଙ୍କା ପୋଡ଼ି ଦେଇଥିଲେ...

Advertisment

ଉଭୟ ରୋମାନ୍ସ ଓ ଆକ୍ସନ୍‌ରେ ଦକ୍ଷ ସଲମାନ ବଲିଉଡକୁ ହମ୍ ଆପକେ ହେ କୋନ୍, କରଣ-ଅର୍ଜୁନ, ଜୁଡଓ୍ୱା, ପ୍ୟାର କିୟା ତୋ ଡରନା କ୍ୟା, ଦବଙ୍ଗ, ବଡିଗାର୍ଡ, ଏକ ଥା ଟାଇଗର, ବଜରଙ୍ଗୀ ଭାଇଜାନ ଭଲି ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି। ଜଣେ ବରିଷ୍ଠ ଅଭିନେତା ସହ ସଲମାନ ଜଣେ ସଫଳ ବ୍ୟବସାୟୀ ଅଟନ୍ତି। ସଲମାନ ଖାନ ଫିଲ୍ମ ନାମକ ପ୍ରଡକ୍ସନ ହାଉସ ଓ ବିଙ୍ଗ୍ ହ୍ୟୁମାନ କ୍ଲୋଥିଂ ବ୍ରାଣ୍ଡର ମାଲିକ ହେଉଛନ୍ତି ସଲମାନ।

Salman Khan Happy Birthday
Advertisment
Advertisment