Advertisment

Saif Ali Khan Stabbing Case: ସୈଫ୍‌ଙ୍କୁ ଛୁରାମାଡ଼ ଘଟଣାରେ ଜଣେ ସନ୍ଦିଗ୍ଧ ଅଟକ; ଛତିଶଗଡ଼ ଗଲା ମୁମ୍ବାଇ ପୋଲିସ...

ଛୁରାମାଡ଼ ଘଟଣାରେ ଜଣେ ସନ୍ଦିଗ୍ଧ ଅଟକ ରଖାଯାଇଥିବା କୁହାଯାଉଛି। ଛତିଶଗଡ଼ ଦୁର୍ଗରୁ ସନ୍ଦିଗ୍ଧ ଧରାପଡ଼ିଥିବା ସୂଚନା । ଜ୍ଞାନେଶ୍ବରୀ ଏକ୍ସପ୍ରେସରୁ ଧରିଲା ରେଲୱେ ପୋଲିସ ।

author-image
Sujit kumar Swain
Saif Ali Khan Stabbing Case

Saif Ali Khan Stabbing Case

ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ଘଟଣାରେ ଆସିଲା ବଡ଼ ସୂଚନା। ଛୁରାମାଡ଼ ଘଟଣାରେ ଜଣେ ସନ୍ଦିଗ୍ଧ ଅଟକ ରଖାଯାଇଥିବା କୁହାଯାଉଛି। ଛତିଶଗଡ଼ ଦୁର୍ଗରୁ ସନ୍ଦିଗ୍ଧ ଧରାପଡ଼ିଥିବା ସୂଚନା । ଜ୍ଞାନେଶ୍ବରୀ ଏକ୍ସପ୍ରେସରୁ ଧରିଲା ରେଲୱେ ପୋଲିସ । ଜଣେ ସଚେତନ ଯାତ୍ରୀ ଚିହ୍ନଟ କରି ପୋଲିସକୁ ଜଣାଇଥିଲେ । ସିସିଟିଭିରୁ ଦେଖିଥିବା ସନ୍ଦିଗ୍ଧ ସହ ଚେହେରା ମିଶିବାରୁ ଜଣାଇଥିଲେ ଯାତ୍ରୀ। ଧରାପଡ଼ିଥିବା ସନ୍ଦିଗ୍ଧର ନାଁ ଆକାଶ ବୋଲି ସୂଚନା । ସନ୍ଦିଗ୍ଧକୁ ଆଣିବାକୁ ଛତିଶଗଡ଼ ଗଲା ମୁମ୍ବାଇ ପୋଲିସ।

Advertisment

ଏପଟେ ଛୁରାମାଡ଼ରେ ସୂତା ସୂତାକରେ ବର୍ତ୍ତି ଯାଇଛନ୍ତି ସୈଫ ଅଲ୍ଲୀ ଖାନ୍। ଛୁରି ଆଉ ୨ ମିଲିମିଟର ପଶିଥିଲେ ଅବସ୍ଥା ସାଂଘାତିକ ଡୋଇଥାନ୍ତା । ଡାକ୍ତର କହିଲେ- 'ସୈଫ୍ ଖୁବ୍ ଭାଗ୍ୟବାନ୍' । ଅଢ଼େଇ ଇଞ୍ଚର ଛୁରି ଟୁକୁଡ଼ା ଯାହା ଭାଙ୍ଗି ଅଟକି ଯାଇଥିଲା ସୈଫଙ୍କ ମେରୁଦଣ୍ଡରେ। ଅଢ଼େଇ ଘଣ୍ଟାର ସ୍ପାଇନ୍ ସର୍ଜରୀ କରି କାଢ଼ିଥିଲେ ଲୀଳାବତୀ ହସ୍ପିଟାଲର ଡାକ୍ତର। ଛୁରୀ ସ୍ପାଇନାଲ୍ କର୍ଡ ଠାରୁ ଆଉ ମାତ୍ର ୨ ମିଲିମିଟର ଦୂରରେ ଥିଲା ବୋଲି କହିଥିଲେ ଡାକ୍ତର। ଆଉ ମାତ୍ର ୨ ମିଲିମିଟର ଗଭୀରକୁ ଯାଇଥିଲେ, ଅର୍ଥାତ୍ ଗୋଟିଏ ସୋରିଷ ଯେତିକି ଭିତରକୁ ଯାଇଥିଲେ, ତାହା ସୁଷମ୍ନାକାଣ୍ଡକୁ କ୍ଷତି କରିଥାନ୍ତା। ସୈଫ ଏବେ ବିପଦ ମୁକ୍ତ ଥିବା ବେଳେ, ତାଙ୍କୁ ଆଇସିୟୁରୁ ବାହାର କରି ସ୍ପେଶାଲ ରୁମକୁ ସ୍ଥାନାନ୍ତର କରାଯାଇଛି।

ଅଧିକ ପଢ଼ନ୍ତୁ: ଟାର୍ଗେଟରେ ଥିଲେ କି ଶାହରୁଖ ? ସୈଫଙ୍କୁ ଆକ୍ରମଣ ପୂର୍ବରୁ…

ଅନ୍ୟପଟେ ସୈଫ୍ ଯେଉଁଭଳି ଭାବେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ୮ ବର୍ଷର ପୁଅକୁ ଧରି ନିଜେ ଚାଲିଚାଲି ହସ୍ପିଟାଲ ଭିତରକୁ ଆସିଥିଲେ, ସେ ଖୁବ୍ ସାହସୀ ଓ ରିୟଲ୍ ହିରୋ ବୋଲି କହିଛନ୍ତି ଡାକ୍ତର। ସେପଟେ ସୈଫ ଚାଲିପାରିବେ କି ନାହିଁ ବୋଲି ଯେଉଁ ଆଶଙ୍କା ଉପୁଜିଥିଲା, ତାକୁ ଦୂର କରିଛନ୍ତି ଡାକ୍ତର । କହିଛନ୍ତି ତାଙ୍କ ଚଳପ୍ରଚଳ କରିବାରେ କୌଣସି ସମସ୍ୟା ହେବନି । ସେ ୨-୩ ଦିନ ଭିତରେ ଡିସଚାର୍ଜ ହେବେ। । 

Advertisment

ତେବେ ସ୍ପାଇନ୍ ସର୍ଜରୀ ହୋଇଥିବାରୁ ଏବଂ ଇନଫେକ୍ସନ ଆଶଙ୍କା ଥିବାରୁ, ତାଙ୍କୁ ବିଶ୍ରାମ ଦରକାର। ପ୍ରାୟ ସପ୍ତାହେ ପାଇଁ ସୈଫଙ୍କୁ ଚଳପ୍ରଚଳ କରିବାକୁ ବାରଣ କରାଯାଇଛି।

ଅଧିକ ପଢ଼ନ୍ତୁ: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀଖାନଙ୍କୁ କାହିଁକି ହେଲା ମରଣାନ୍ତକ ହମଲା ?

Saif Ali Khan Chhattisgarh
Advertisment
Advertisment