Advertisment

Saif Ali Khan Family: ବ୍ରିଟିଶରଙ୍କୁ ସାହାଯ୍ୟ କରିଥିଲେ ସୈଫ ଅଲୀ ଖାନଙ୍କ ଜେଜେବାପା

ପଟୌଦୀ ପରିବାରର ଇତିହାସକୁ ଦୃଷ୍ଟି ଦେଲେ ଏମାନେ ଆଫଗାନିସ୍ତାନରୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡ଼େ। ପଟୌଦୀ ଖାନଦାନର ପ୍ରତିଷ୍ଠାତା ଭାବେ ସୈଫଙ୍କ ଜେଜେବାପା ଫୈଜ ତଲବ ଖାନ ପ୍ରସିଦ୍ଧ। ତେବେ ବ୍ରିଟିଶରଙ୍କୁ ସାହାଯ୍ୟ କରିବା ପରେ ପଟୌଦୀ ଇଷ୍ଟେଟ ସ୍ଥାପନ କରିଥିଲେ ଫୈଜ।

ଅଦ୍ୟତନ ହୋଇଛି
pataudi

pataudi

Advertisment

ଭାରତର ଅନ୍ୟତମ ପ୍ରଭାବଶାଳୀ ପଟୌଦୀ ରାଜ ପରିବାରର ସଦସ୍ୟ ସୈଫ ଅଲୀ ଖାନ। ବଲିଉଡର ଅନ୍ୟତମ ସଫଳ ଅଭିନେତା ସୈଫଙ୍କ ଉପରେ ଆକ୍ରମଣ ହେବା ପରଠାରୁ ତାଙ୍କ ପରିବାରର ଇତିହାସ ଉପରେ ସମସ୍ତଙ୍କ ନଜର ରହିଛି। ସୈଫଙ୍କ ବଂଶଜ ମାନେ ଆଫଗାନିସ୍ତାନର ଅଟନ୍ତି। ସୈଫଙ୍କ ପୂର୍ବଜ ମାନେ ଭାରତ ଆସିବା ପୂର୍ବରୁ ଆଫଗାନିସ୍ତାନର ଏକ ଆଦିବାସୀ ସମ୍ପ୍ରଦାୟରେ ସାମିଲ ଥିଲେ।

Advertisment

ପଟୌଦୀ ପରିବାରର ଇତିହାସକୁ ଦୃଷ୍ଟି ଦେଲେ ଏହା ଆଫଗାନିସ୍ତାନରୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡ଼େ। ପଟୌଦୀ ଖାନଦାନର ପ୍ରତିଷ୍ଠାତା ଭାବେ ସୈଫଙ୍କ ଜେଜେବାପା ଫୈଜ ତଲବ ଖାନ ପ୍ରସିଦ୍ଧ। ତେବେ ବ୍ରିଟିଶରଙ୍କୁ ସାହାଯ୍ୟ କରିବା ପରେ ପଟୌଦୀ ଇଷ୍ଟେଟ ସ୍ଥାପନ କରିଥିଲେ ଫୈଜ। ଆଙ୍ଗ୍ଲୋ-ମରାଠା ଯୁଦ୍ଧ ସମୟରେ ଫୈଜ ବ୍ରିଟିଶର ମାନଙ୍କୁ ସାହଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ।

ଫଳରେ ୧୮୦୪ରେ ବ୍ରିଟିଶ ସେନାର ଅଫିସର ମାନେ ଫୈଜଙ୍କୁ ପଟୌଦୀ ଇଷ୍ଟେଟ ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଫୈଜଙ୍କ ପୂର୍ବଜ ମାନେ ପାସ୍ତୁନ ସମ୍ପ୍ରଦାୟର ଅଟନ୍ତି। ଆଫଗାନିସ୍ତାନର କାନ୍ଦାହାର ସହରର ଏମାନେ ମୂଳ ବାସିନ୍ଦା। ମରାଠା ଓ ବ୍ରିଟିଶ ମାନଙ୍କ ଯୁଦ୍ଧ ସମୟରେ ଫୈଜ ଖାନ ବ୍ରିଟିଶଙ୍କ ସହଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ପଟୌଦୀ ଏକ ପ୍ରିନ୍ସଲି ଷ୍ଟେଟ ବା ପଟୌଦୀ ରାଜବଂଶ ଅଧୀନରେ ଥିବା ରାଜ୍ୟ ପାଲଟି ଯାଇଥିଲା। ୧୯୪୯ରେ ଭାରତର ସ୍ବାଧୀନତା ପରେ ଏହାକୁ ପଞ୍ଜାବ ସହିତ ମିଶାଇ ଦିଆଯାଇଥିଲା।

Advertisment

ଅଧିକ ପଢ଼ନ୍ତୁ:  ବଲିଉଡ୍‌ରେ ଛାଇ ଯାଇଛନ୍ତି ସୈଫ୍‌ ଅଲି ଖାନଙ୍କ ପରିବାର

ଫୈଜଙ୍କ ପରେ ଏହି ଇଫତିଖାର ଅଲୀ ଖାନ ପଟୌଦୀ ଏହି ରାଜବଂଶର ନୱାବ ରହିଥିଲେ। ପରେ ସତ୍ତ୍ବାଧିକାର ସୂତ୍ରରେ ମନସୁର ଅଲୀ ଖାନ ପଟୌଦୀଙ୍କୁ ଏହି ଦାୟିତ୍ବ ମିଳିଥିଲା। ଭାରତୀୟ କ୍ରିକେଟ ଦଳର ପ୍ରମୁଖ ସଦସ୍ୟ ରହିଥିବା ମନସୁର ପଟୌଦୀର ଶେଷ ମାନ୍ୟତାପ୍ରାପ୍ତ ନୱାବ ରହିଥିଲେ। ମାତ୍ର ୨୧ ବର୍ଷ ବୟସରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଦାୟିତ୍ବ ନିର୍ବାହ କରିଥିଲେ। ମନସୁର ବଲିଉଡ ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କୁ ବିବାହ କରିଥିବା ବେଳେ ତାଙ୍କର ସୈଫ ଅଲୀ ଖାନ, ସୋହା ଅଲୀ ଖାନ ଓ ସବା ଅଲୀ ଖାନ ନାମରେ ୩ ସନ୍ତାନ ଅଛନ୍ତି।

ସୈଫ ଅଲୀ ଖାନ ବଲିଉଡରେ ନିଜର ଦବଦବା ଜାହିର କରିଥିଲେ। ପ୍ରଥମେ ଅମ୍ରିତା ସିଂଙ୍କୁ ବିବାହ କରିଥିବା ବେଳେ ତାଙ୍କ ଔରସରୁ ଜନ୍ମ ନେଇଥିଲେ ସାରା ଅଲୀ ଖାନ ଓ ଇବ୍ରାହିମ ଅଲୀ ଖାନ। କରୀନାଙ୍କୁ ଦ୍ବିତୀୟ ବିବାହ କରିବା ପରେ ଇବ୍ରାହିମ ଓ ଜେହ ନାମକ ଦୁଇ ସନ୍ତାନ ରହିଛନ୍ତି। ସୈଫଙ୍କ ଭଉଣୀ ସୋହା ଅଲୀ ଖାନ ବଲିଉଡ ଅଭିନେତା କୁନାଲ ଖେମୁଙ୍କୁ ବିବାହ କରିଥିବା ବେଳେ ଜୁଏଲାରୀ ଡିଜାଇନର ସବା ଅଲି ଖାନ ବିବାହ କରିନାହାନ୍ତି।

Advertisment

ପଟୌଦୀ ପ୍ୟାଲେସ୍‌ ପ୍ରାୟ ୧୦ ଏକର ଜମି ଉପରେ ବ୍ୟାପିଛି ଏବଂ ଏହି ମହଲରେ ସମୁଦାୟ ୧୫୦ଟି ରୁମ୍‌ ଅଛି। ଏହା ବ୍ୟତୀତ ରାଜପ୍ରାସାଦରେ ୭ଟି ଡ୍ରେସିଂ ରୁମ୍, ୭ଟି ବିଲିୟର୍ଡ ରୁମ୍ ଏବଂ ଏକ ଚମତ୍କାର ଡ୍ରଇଂ ରୁମ୍ ଏବଂ ଡାଇନିଂ ରୁମ୍ ଅଛି। ପଟୌଦୀ ପ୍ୟାଲେସର ମୂଲ୍ୟ ପ୍ରାୟ ୮୦୦ କୋଟି ଟଙ୍କା। ୧୯୭୧ରେ ପ୍ରିନ୍ସଲୀ ଷ୍ଟେଟ ନିୟମର ଉଚ୍ଛେଦ ପରେ ପଟୌଦୀ ହାଉସ ସୈଫଙ୍କ ପରିବାର ନିକଟରୁ ଚାଲି ଯାଇଥିଲା। ପରେ ପରିଶ୍ରମ କରିବା ସହ ଏହାକୁ ପୁନର୍ବାର କିଣିଥିଲେ ସୈଫ।

ଅଧିକ ପଢ଼ନ୍ତୁ: ସୈଫ ଅଲୀ ଖାନଙ୍କୁ ଛୁରାମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Sara Ali Khan Saif Ali Khan Kareena Kapoor Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ