Advertisment

ନିଆଳି ଛେନା ଗୀତରେ ନାଚି ଆଇଟମ୍ ଗର୍ଲ ଦେଲେ ଏମିତି ଇସାରା, ଚପଲ ଉଠାଇଲେ ମଉସା

ବରିଷ୍ଠ ନାଗରିକଙ୍କ ଉପରେ ଏଭଳି ବ୍ୟବହାରକୁ ସାଧାରଣରେ ନିନ୍ଦା କରାଯାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Ruckus in Jatra

ଯାତ୍ରା ବେଳେ ହଙ୍ଗାମା

ପୁଣି ଯାତ୍ରା ମଞ୍ଚରେ ବିବାଦ। ଏଥର ଅଶ୍ଳୀଳ ଡ୍ୟାନ୍ସକୁ ନେଇ ନୁହେଁ, ବରଂ ଆଲବମ୍‌ ଗୀତକୁ ନେଇ। ନିଆଳି ଛେନାର ଗୀତର ତାଳେ ତାଳେ ଷ୍ଟେଜ୍‌ ଉପରେ ଡ୍ୟାନ୍ସ କରୁଥିବା ବେଳେ ଉପୁଜିଥିଲା ବିବାଦ। କିନ୍ତୁ ବିବାଦରେ ରାନୀ ପଣ୍ଡା, ରାଣୀ ପ୍ରିୟଦର୍ଶିନୀ କି ନିଶା ମହାରଣା ନୁହଁନ୍ତି ବରଂ ଏଥର ବିବାଦକୁ ଆସିଛନ୍ତି ଟେଲି ଅଭିନେତ୍ରୀ ପିହୁ।  

Advertisment
ଯାତ୍ରାରେ ହଙ୍ଗାମା (ଯାତ୍ରା ଚାଲୁଥିବା ବେଳେ ଅଭିନେତ୍ରୀଙ୍କ ଅଶ୍ଲୀଳ ଆଚରଣ)

ଯାତ୍ରା ମଞ୍ଚରେ ବରିଷ୍ଠ ନାଗରିକଙ୍କ ମୁଣ୍ଡ ଟାଣିବା ନେଇ ବିବାଦରେ ଟେଲି ଅଭିନେତ୍ରୀ ପିହୁ। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦ୍ରପୁର ପାଟଣମଙ୍ଗଳା ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଏକ ଆଲବମ ଗୀତରେ ନାଚିବା ବେଳେ, ବରିଷ୍ଠ ନାଗରିକଙ୍କ ମୁଣ୍ଡ ଟାଣିବାରୁ ସେ ଉତ୍ତ୍ୟକ୍ତ ହୋଇ ଜୋତାରେ ପିଟିବାକୁ ଉଦ୍ୟମ କରିଥିଲେ।

ମାତ୍ର ଏତିକିରେ ସରିନଥିଲା ଏ ଘଟଣା। ଟେଲି ଅଭିନେତ୍ରୀ ପିହୁ ସଙ୍ଗେ ସଙ୍ଗେ ମାଇକ୍ରୋଫୋନ ନେଇ ଯଦି ଖରାପ ଲାଗୁଛି ପଛକୁ ପଳାଇଯିବାକୁ କହୁଥିବା ଦେଖିବାକୁ ମିଳିଛି। ଏପରିକି କିଛି ଯୁବକ ବୃଦ୍ଧ ଜଣଙ୍କୁ ଧକ୍କା ମାରିବାହାର କରିଦେଇଥିଲେ। ତେବେ ବରିଷ୍ଠ ନାଗରିକଙ୍କ ଉପରେ ଏଭଳି ବ୍ୟବହାରକୁ ସାଧାରଣରେ ନିନ୍ଦା କରାଯାଇଛି।

Advertisment

Jatra
Advertisment
Advertisment