Advertisment

Rashmika Mandanna: “ଆପଣ ମୋର ଭାରି ମନେ ପଡୁଛନ୍ତି”; ସୁକୁମାରଙ୍କୁ ଏମିତି କାହିଁକି କହିଲେ ରଶ୍ମିକା…

ରଶ୍ମିକା ମନ୍ଦାନା ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ଫିଲ୍ମର ସେଟ୍‌ରୁ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଏଥିରେ ରଶ୍ମିକା ଆରାମ୍ କରୁଥିବା ସମୟରେ ସୁକୁମାର ଲୁଚି ଲୁଚି ତାଙ୍କୁ ଦେଖୁଛନ୍ତି। ଏହି ପୋଷ୍ଟରେ ରଶ୍ମିକା ନିର୍ଦ୍ଦେଶକଙ୍କ ପ୍ରତି ନିଜର ଭାବନା ଏବଂ ତାଙ୍କୁ କେତେ ମିସ୍ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Rashmika mandanna share photos from pushpa 2 set on sukumar birthday

Rashmika mandanna share photos from pushpa 2 set on sukumar birthday

ସାଉଥ୍‌ଇଣ୍ଡିଆନ୍ ଫିଲ୍ମ 'ପୁଷ୍ପା ୨: ଦି ରୁଲ୍’ ୦୫ ଡିସେମ୍ବର ୨୦୨୪ରେ ରିଲିଜ୍‌ ହେବା ପରେ ବକ୍ସ ଅଫିସ୍‌ରେ ଏକ ବଡ଼ ସଫଳତା ପାଲଟିଯାଇଛି। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଏପର୍ଯ୍ୟନ୍ତ ଅନେକ ରେକର୍ଡ ଭାଙ୍ଗିଛି। ଏହା ଭାରତୀୟ ସିନେମାର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ହୋଇଯାଇଛି। ଚଳଚ୍ଚିତ୍ରର ଏହି ସଫଳତା ମଧ୍ୟରେ ନିର୍ଦ୍ଦେଶକ ସୁକୁମାର ନିକଟରେ ତାଙ୍କର ୫୫ତମ ଜନ୍ମଦିନ ପାଳନ କରିଛନ୍ତି।

Advertisment

ରଶ୍ମିକାଙ୍କ ବିଶେଷ ଫଟୋ ଶେୟାର:

ତାଙ୍କ ଜନ୍ମଦିନରେ ରଶ୍ମିକା ମନ୍ଦାନା ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ଫିଲ୍ମର ସେଟ୍‌ରୁ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଏଥିରେ ରଶ୍ମିକା ଆରାମ୍ କରୁଥିବା ସମୟରେ ସୁକୁମାର ଲୁଚି ଲୁଚି ତାଙ୍କୁ ଦେଖୁଛନ୍ତି। ଏହି ପୋଷ୍ଟରେ ରଶ୍ମିକା ନିର୍ଦ୍ଦେଶକଙ୍କ ପ୍ରତି ନିଜର ଭାବନା ଏବଂ ତାଙ୍କୁ କେତେ ମିସ୍ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି।

Rashmika mandanna share photos from pushpa 2 set on sukumar birthday“ଆପଣ ମୋର ଭାରି ମନେ ପଡୁଛନ୍ତି”; ସୁକୁମାରଙ୍କୁ ଏମିତି କାହିଁକି କହିଲେ ରଶ୍ମିକା…

ଅଧିକ ପଢ଼ନ୍ତୁ: ନିର୍ମାତାଙ୍କ ବଡ଼ ଘୋଷଣା; ୨୦ ମିନିଟ୍ ଅଧିକ ଯୋଡ଼ାଯିବ, ଏହି ଦିନ ରିଲୋଡ୍

Advertisment

ଏହି କଥା ଲେଖିଛନ୍ତି:

ରଶ୍ମିକା ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ସୁକୁମାର ସାର୍! ମୁଁ ଆପଣଙ୍କୁ ବହୁତ ମନେ ପକାଉଛି। ମୋ ପାଖରେ ଆପଣଙ୍କର କିଛି ଭଲ ଫଟୋ ଅଛି, କିନ୍ତୁ ମୁଁ ଏହି ଫଟୋକୁ ଅଧିକ ପସନ୍ଦ କରେ କାରଣ ଏହା ପ୍ରକୃତରେ ଆପଣଙ୍କ ପରି !”

ପୂର୍ବରୁ ସେଟ୍‌ର ଝଲକ:

ନିକଟରେ ରଶ୍ମିକା ପ୍ରଶଂସକମାନଙ୍କ ସହ 'ପୁଷ୍ପା'ର ସେଟ୍‌ରୁ କିଛି ଦୃଶ୍ୟର ଝଲକ ମଧ୍ୟ ଶେୟାର କରିଥିଲେ। ଏହି ଫଟୋ ସହିତ ସେ ଲେଖିଥିଲେ, “ଶ୍ରୀବଲି'ର ଲୁକ୍‌ରେ ଆସିବାର ମତେ ବହୁତ ଦିନ ହେଲାଣି। ଆଜି ମୁଁ ଏହି ଭୂମିକା ସହିତ ଭାବପ୍ରବଣ ଅନୁଭବ କରୁଛି।”

ସେ ପୁଣି କହିଥିଲେ, “ଶ୍ରୀବଲୀ ସହିତ ଆପଣ ସମସ୍ତଙ୍କୁ ଠିଆ ହେବା ଦେଖି ବା ବିଶ୍ୱାସକୁ ଦେଖି ଏକ ସ୍ୱପ୍ନ ଭଳି ଲାଗେ। ଏମିତି ଲାଗୁଛି ଯେ ଆପଣମାନେ ଶ୍ରୀବଲିର ଆଖିରେ ପୁଷ୍ପାକୁ ଅନୁଭବ କରୁଛନ୍ତି ଏବଂ ଏହି କଥା ମୋତେ ଆନନ୍ଦରେ ପରିପୂର୍ଣ୍ଣ କରୁଛି। ଶ୍ରୀବଲୀଙ୍କୁ ଆପଣମାନେ ଯେଉଁଭଳି ଭଲ ପାଉଛନ୍ତି ତାହା କରିବା ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା।”

ଅଧିକ ପଢ଼ନ୍ତୁ: ଆସିଲା ‘ଗେମ୍ ଚେଞ୍ଜର୍‌’ର ଦମଦାର ଟ୍ରେଲର; ଆକ୍ସନ୍ ଅବତାରରେ ରାମ ଚରଣ

‘ବାହୁବଲୀ ୨’ କୁ ପଛରେ ପକାଇ ଦେଇଛନ୍ତି ‘ପୁଷ୍ପା ୨’:

୧୧ ଜାନୁୟାରୀ ୨୦୨୫ ସୁଦ୍ଧା 'ପୁଷ୍ପା ୨' ସାରା ବିଶ୍ୱରେ ୧,୮୩୧ କୋଟି ଟଙ୍କା ବ୍ୟବସାୟ କରିଛି। ଫଳରେ ରୋଜଗାରରେ ଏହା 'ବାହୁବଲୀ ୨'କୁ ପଛରେ ପକାଇ ଦେଇଛି।

ଫିଲ୍ମଟି ବର୍ତ୍ତମାନ ଅମୀର ଖାନଙ୍କ ‘ଦଙ୍ଗଲ୍‌’ର ରୋଜଗାରକୁ ଅତିକ୍ରମ କରିବାକୁ ଦୃଷ୍ଟି ରଖିଛି। ‘ଦଙ୍ଗଲ୍‌’ର ଚାଇନାର ବ୍ୟବସାୟ ମିଶାଇଲରେ ଏହା ବକ୍ସ ଅଫିସରେ ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର ତାଲିକାରେ ରହିଛି। ‘ଦଙ୍ଗଲ୍‌’ ସାରା ବିଶ୍ୱରେ ୧୯୬୮.୦୩ କୋଟି ଟଙ୍କା ରୋଜଗାର କରିଥିଲା। କେବଳ ଚାଇନାରେ ଏହା ୧୩୦୦ ଟଙ୍କା ରୋଜଗାର କରିଥିଲା।

ଅଧିକ ପଢ଼ନ୍ତୁ: ଏହି ପୌରାଣିକ କାହାଣୀକୁ ନେଇ କାମ କରିବେ ରାଜାମୌଲି; ଅଂଶ ହେବେ ଜଣେ ଖାନ୍

Rashmika Mandanna South Indian Stars Sukumar
Advertisment
Advertisment