Advertisment

Ranveer Allahbadia: କ୍ଷମା ମାଗିଲେ ରଣବୀର ଆହ୍ଲାବାଦିଆ, କହିଲେ ମୁଁ ଏହା କହିବା ଉଚିତ ନ ଥିଲା

ରଣବୀର ଆହ୍ଲାବାଦିଆଙ୍କ ଅଶ୍ଳୀଳ ପ୍ରଶ୍ନକୁ ନେଇ ବିବାଦ ଏତେ ବଢିଯାଇଛି ଯେ ପୋଲିସଠାରୁ ମାମଲା କୋର୍ଟରେ ପହଞ୍ଚିଲାଣି। ରଣବୀର ସ୍ୱୀକାର କରିଛନ୍ତି ଯେ ଯେଉଁ ଲାଇନ୍‌କୁ ନେଇ ବିବାଦ ଦେଖାଦେଇଛି ତାହା କହିବା ତାଙ୍କର ଭୁଲ ଥିଲା।

ଅଦ୍ୟତନ ହୋଇଛି
Ranveer Allahbadia recorded statement in police admitted his mistake

Ranveer Allahbadia recorded statement in police admitted his mistake

Advertisment

ହାସ୍ୟ ଅଭିନେତା ସମୟ ରାଇନାଙ୍କ ଶୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ମାମଲାରେ ଇଣ୍ଡିଆନ୍ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କ ସମସ୍ୟାର ସମାଧାନ ହେବାର କୌଣସି ନା-ଗନ୍ଧ ଦେଖାଯାଉ ନାହିଁ। ତାଙ୍କ ଅସୁବିଧା ଦିନକୁ ଦିନ ବଢିବାରେ ଲାଗିଛି। ତାଙ୍କ ଅଶ୍ଳୀଳ ପ୍ରଶ୍ନକୁ ନେଇ ବିବାଦ ଏତେ ବଢିଯାଇଛି ଯେ ପୋଲିସଠାରୁ ମାମଲା କୋର୍ଟରେ ପହଞ୍ଚିଲାଣି।

Advertisment

ଏହି ସମୟରେ, ୟୁଟ୍ୟୁବର୍-ପୋଡ୍‌କାଷ୍ଟର ରଣବୀର ଆହ୍ଲାବାଦିଆ ମହାରାଷ୍ଟ୍ର ସାଇବର ଅଧିକାରୀଙ୍କ ସାମ୍ନାରେ ତାଙ୍କ ବିବୃତ୍ତି ରେକର୍ଡ କରିଛନ୍ତି। ତଦନ୍ତ ଅଧିକାରୀଙ୍କ ଆଗରେ ସେ ନିଜର ଭୁଲ ସ୍ୱୀକାର କରିଛନ୍ତି।

ସୂଚନାନୁସାରେ, ରଣବୀର ଆହ୍ଲାବାଦିଆ ତାଙ୍କ ବିବୃତ୍ତିରେ ନିଜର ଭୁଲକୁ ସ୍ୱୀକାର କରି କହିଛନ୍ତି ଯେ ସମୟ ରାଇନା ତାଙ୍କର ବନ୍ଧୁ ହୋଇଥିବାରୁ ସେ ୟୁଟ୍ୟୁବ୍‌ ଶୋ’କୁ ଯାଇଥିଲେ। ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଯେଉଁ ଲାଇନ୍‌କୁ ନେଇ ବିବାଦ ଦେଖାଦେଇଛି ​​ତାହା କହିବା ତାଙ୍କର ଭୁଲ ଥିଲା।

Advertisment

ଅଧିକ ପଢନ୍ତୁ: India's Got Latentର ସବୁ ଭିଡିଓ ଡିଲିଟ୍ କଲେ ସମୟ ରୈନା, କହିଲେ...

ମାଗଣାରେ କରୁଥିଲେ ଶୋ’:

ତେବେ ଏହି ଶୋ’ରେ ଅଂଶ ଗ୍ରହଣ କରିବା ନେଇ ସେ କୌଣସି ଟଙ୍କା ନେଉ ନଥିଲେ ବୋଲି ରଣବୀର ଦାବି କରିଛନ୍ତି। ରଣବୀର ପୋଲିସକୁ କହିଛନ୍ତି ଯେ ଆମେ ହେଉଛୁ ୟୁଟ୍ୟୁବର୍ ଏବଂ ସେଥିପାଇଁ ବନ୍ଧୁତା କାରଣରୁ ଆମେ ପରସ୍ପରଙ୍କ ଶୋ’କୁ ଆସୁ।

Advertisment

ଅଶ୍ଳୀଳ ପ୍ରଶ୍ନ ପରେ ଟ୍ରୋଲ୍‌:

ତେବେ ବିୟର୍‌ବାଇସେପ୍ସ ନାଁରେ ଜଣାଶୁଣା ରଣବୀର, ସମୟ ରାଇନାଙ୍କ ଶୋ' ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍'ର ଏକ ଏପିସୋଡ୍‌ରେ ଜଣେ ପ୍ରତିଯୋଗୀଙ୍କୁ ବାପାମାଆଙ୍କୁ ନେଇ ଏକ ଅଶ୍ଳୀଳ ପ୍ରଶ୍ନ ପଚାରିଥିଲେ।

ଏହା ପରେ ଏହି ବିବାଦ ଉପୁଜିଥିଲା ​​ଯେଉଁଥିରେ ତାଙ୍କୁ ସାଧାରଣ ଲୋକଙ୍କ ଠାରୁ ରାଜନେତାଙ୍କ ପର୍ଯ୍ୟନ୍ତ ଅନ୍‌ଲାଇନ୍ ଟ୍ରୋଲିଂ ଏବଂ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଲା। ଶୋ’ରେ ଆଶିଷ ଚଞ୍ଚଲାନି, ଜସ୍‌ପ୍ରୀତ ସିଂହ ଏବଂ ଆପୂର୍ବ ମୁଖିଜାଙ୍କ ପରି କଣ୍ଟେଣ୍ଟ୍ କ୍ରିଏଟର୍ ମଧ୍ୟ ସାମିଲ ହୋଇଥିଲେ।

ଅଧିକ ପଢନ୍ତୁ: ଅଶ୍ଳୀଳ କମେଣ୍ଟ୍ କରି ହରଡଘଣାରେ ରଣବୀର ଆହ୍ଲାବାଦିଆ; ବ୍ରେକ୍‌ଅପ୍ କଲେ ଗର୍ଲଫ୍ରେଣ୍ଡ

ଭିଡିଓ ଜାରି କରି କ୍ଷମା:

ତେବେ ଟ୍ରୋଲ ହେବା ପରେ ରଣବୀର ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ୍‌ କରି କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ କମେଡି ମୋର ବୃତ୍ତି ନୁହେଁ ଏବଂ ମୋର ମତ ମଧ୍ୟ ଆଦୌ ଠିକ ନ ଥିଲା, ମୁଁ ଏହା କହିବା ଉଚିତ ନ ଥିଲା।

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ:

ରଣବୀର କ୍ଷମା ମାଗିବା ପରେ ଦେଶର ଅନେକ ରାଜ୍ୟରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା। ଏନେଇ ରଣବୀର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ବିରୋଧରେ ଚାଲିଥିବା ତଦନ୍ତରେ ସହଯୋଗ କରିବା ଏବଂ ବିନା ଅନୁମତିରେ ଦେଶ ଛାଡିବାକୁ ରୋକିବା ପାଇଁ କୋର୍ଟ ଆହ୍ଲାବାଦିଆଙ୍କୁ ତାଙ୍କ ପାସପୋର୍ଟ ଥାନେ ପୋଲିସ ପାଖରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଧିକ ପଢନ୍ତୁ: ଅଶ୍ଳୀଳ କମେଣ୍ଟ୍ କରି ହରଡଘଣାରେ ରଣବୀର ଆହ୍ଲାବାଦିଆ; ବ୍ରେକ୍‌ଅପ୍ କଲେ ଗର୍ଲଫ୍ରେଣ୍ଡ

Indian YouTuber Podcast Ranveer Allahbadia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ