Advertisment

Ramayana Movie Release Date: ଆସିଲା ଫିଲ୍ମ 'ରାମାୟଣ'ର ପ୍ରଥମ ଝଲକ; ଏହି ଦିନ ହେବ ପ୍ରଥମ ଭାଗ ରିଲିଜ୍

ଫିଲ୍ମ 'ରାମାୟଣ'ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି ଏବଂ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି। ତେବେ ରଣବୀର କପୁରଙ୍କ 'ରାମାୟଣ' ଦେଖିବାକୁ ଦର୍ଶକଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ।

author-image
Pramod Behera
ଅଦ୍ୟତନ ହୋଇଛି
Ranbir kapoor sai pallavi yash Ramayana first poster out

Ranbir kapoor sai pallavi yash Ramayana first poster out

ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ରାମାୟଣ' ପାଇଁ ବଲିଉଡ୍‌ ତାରକା ରଣବୀର କପୁର ଗତ କିଛି ଦିନ ହେବ ହେଡଲାଇନ୍‌ରେ ରହିଆସିଛନ୍ତି। ଏଥିରେ ସେ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବେ। ଏଥିପାଇଁ ରଣବୀର ବହୁତ ପରିଶ୍ରମ ମଧ୍ୟ କରୁଛନ୍ତି। ଯେଉଁଠାରେ ସାଉଥ୍ ଅଭିନେତ୍ରୀ ସାଇ ପଲ୍ଲଭୀ ମାତା ସୀତା ଭୂମିକାରେ ଅଭିନୟ କରୁଛନ୍ତି

Advertisment

ଏହାରି ଭିତରେ 'ରାମାୟଣ'ର ପ୍ରଥମ ପୋଷ୍ଟର ବୁଧବାର ରିଲିଜ୍‌ ହୋଇଛି ଏବଂ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି। ତେବେ ରଣବୀର କପୁରଙ୍କ 'ରାମାୟଣ' ଦେଖିବାକୁ ଦର୍ଶକଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ।

ଅଧିକ ପଢ଼ନ୍ତୁ: Anupam Kher: ଆସିଲା ଅନୁପମ ଖେର୍‌ଙ୍କ 'ବିଜୟ ୬୯'ର ଦମଦାର ଟ୍ରେଲର୍; ଦେଖନ୍ତୁ ହସ ଏବଂ ସଂଘର୍ଷର ଝଲକ

Advertisment

ପ୍ରଥମ ପୋଷ୍ଟରର ଝଲକ:

ପ୍ରାଇମ୍ ଫୋକସ୍ ଷ୍ଟୁଡିଓର ପ୍ରତିଷ୍ଠାତା ତଥା ଗ୍ଲୋବାଲ୍ ସିଇଓ ନାମିତ ମଲହୋତ୍ରା 'ରାମାୟଣ'ର ପ୍ରଥମ ପୋଷ୍ଟରର ଝଲକ ଦେଖାଇଛନ୍ତି। ସେ ଫିଲ୍ମର ପୋଷ୍ଟର ନିଜ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ୍‌ରେ ଶେୟାର କରିଛନ୍ତି ଯେଉଁଥିରେ ରିଲିଜ୍‌ ତାରିଖ ମଧ୍ୟ ଲେଖାଯାଇଛି। ଏହା ବ୍ୟତୀତ 'ରାମାୟଣ' ଦୁଇଟି ଭାଗରେ ମୁକ୍ତିଲାଭ କରିବ ବୋଲି ମଧ୍ୟ ସ୍ପଷ୍ଟ ହୋଇଛି।

କେବେ ହେବ ରିଲିଜ୍:

ଫୋଷ୍ଟରର ଝଲକରୁ ଜଣାଯାଇଛି ଯେ ଫିଲ୍ମର ପ୍ରଥମ ଭାଗ ଦୀବାବଳୀ ୨୦୨୬ରେ ମୁକ୍ତିଲାଭ କରିବ। ସେହିପରି ଦ୍ୱିତୀୟ ଭାଗ ୨୦୨୭ ମସିହା ଦୀପାବଳି ଅବସରରେ ମୁକ୍ତିଲାଭ କରିବ। ତେବେ ଏହି ପୋଷ୍ଟରରେ ରଣବୀର କପୁର ଏବଂ ସାଇ ପଲ୍ଲଭୀଙ୍କ ଲୁକ୍‌ ଶେୟାର କରାଯାଇ ନାହିଁ।

'ରାମାୟଣ'ର ପୋଷ୍ଟର ଶେୟାର କରିବାବେଳେ ନାମିଲ ମଲହୋତ୍ରା କ୍ୟାପସନ୍‌ରେ ଲେଖିଛନ୍ତି, “ଏକ ଦଶନ୍ଧିରୁ ଅଧିକ ଦିନ ପୂର୍ବରୁ, ମୁଁ ଏହି ମହାନ ମହାକାବ୍ୟକୁ ଏକ ବଡ଼ ପରଦାରେ ଆଣିଥିଲି, ଯାହା ଗତ ୫୦୦୦ ବର୍ଷ ଧରି ଲକ୍ଷ ଲକ୍ଷ ହୃଦୟକୁ କରି ଆସୁଛି। ଆଜି ମୁଁ ବହୁତ ଖୁସି ଯେ ଏହି ସ୍ୱପ୍ନ ସାକାର ହେଉଛି।”

ଅଧିକ ପଢ଼ନ୍ତୁ: Rajnikanth: ‘କଙ୍ଗୁଭା’ ସୂର୍ଯ୍ୟାଙ୍କ ପାଇଁ ନୁହେଁ, ମୋ ପାଇଁ ତିଆରି ହୋଇଥିଲା: ରଜନୀକାନ୍ତ

ଟିମ୍‌ର ଦିନରାତି କଠିନ ପରିଶ୍ରମ:

ସେ ଆହୁରି ମଧ୍ୟ ଲେଖିଛନ୍ତି, “ଆମ ଟିମ୍ ଦିନରାତି କଠିନ ପରିଶ୍ରମ କରୁଛି। କେବଳ ଗୋଟିଏ ଲକ୍ଷ୍ୟ ସହିତ ଆମର ଇତିହାସ, ଆମର ସତ୍ୟ, ଏବଂ ଆମର ସଂସ୍କୃତି, ଆମର ରାମାୟଣ, ବିଶ୍ୱର ଲୋକମାନଙ୍କୁ ସବୁଠାରୁ ପ୍ରାମାଣିକ, ପବିତ୍ର ଏବଂ ସୁନ୍ଦର ରୂପରେ ଉପସ୍ଥାପିତ କରାଯିବାର ଅଛି।”


'ରାମାୟଣ'ର ଷ୍ଟାର୍ କାଷ୍ଟ୍:

ଖବର ଅନୁଯାୟୀ ରଣବୀର କପୁର ଏବଂ ସାଇଙ୍କ ବ୍ୟତୀତ ସାଉଥ୍ ସୁପର୍‌ଷ୍ଟାର୍‌ ୟଶ୍‌ଙ୍କୁ ମଧ୍ୟ 'ରାମାୟଣ'ରେ ଦେଖିବାକୁ ମିଳିବ। ସେ ଏହି ଚଳଚ୍ଚିତ୍ରରେ ରାବଣ ଭୂମିକାରେ ଅଭିନୟ କରିବେ। କୈକେୟୀଙ୍କ ଭୂମିକାରେ ଲାରା ଦତ୍ତ ଅଭିନୟ କରିବେ। ସନି ଦେଓଲ ହନୁମାନଙ୍କ ଭୂମିକାରେ ନଜର ଆସିବେ। ରାମାୟଣର ରାମ ଅରୁଣ ଗୋଭିଲ୍‌ ରାଜା ଦଶରଥଙ୍କ ଭୂମିକାରେ ନଜର ଆସିବେ। ସେହିପରି ଶିବା ଚଡ୍‌ଢା ମନ୍ଥରା ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ନୀତୀଶ ତିୱାରୀ, ଯିଏ ପୂର୍ବରୁ ଆମୀର ଖାନଙ୍କ ସହ ସର୍ବକାଳୀନ ବ୍ଲକବଷ୍ଟର 'ଦଙ୍ଗଲ' କରିଥିଲେ।

ଅଧିକ ପଢ଼ନ୍ତୁ: ଲମ୍ବା କୋଟ୍‌, କାର୍ଟୁନ୍ ପ୍ୟାଣ୍ଟ ସହିତ ବଡ ପେଟରେ ଅଭିଷେକ ବଚ୍ଚନ

Mumbai Bollywood Ranbir Kapoor Sai Pallavi
Advertisment
Advertisment