/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730013869.jpg)
rajnikanth claims kanguva was made for me and not suriya
ସାଉଥ୍ର ବହୁ ପ୍ରତୀକ୍ଷିତ ଫିଲ୍ମ ‘କଙ୍ଗୁଭା’ ନଭେମ୍ବର ୧୪ରେ ରିଲିଜ ହେବାକୁ ଯାଉଛି। ଏହା ପୂର୍ବରୁ ଫିଲ୍ମ ଅକ୍ଟୋବର ୧୦ରେ ରିଲିଜ ହେବାର ଥିଲା। କିନ୍ତୁ ସୁପର୍ଷ୍ଟାର୍ ରଜନୀକାନ୍ତଙ୍କ ‘ଭେଟ୍ଟିଆନ’ଙ୍କ ପାଇଁ ଅଭିନେତା ସୂର୍ଯ୍ୟା ତାଙ୍କ ଫିଲ୍ମର ରିଲିଜ୍ ତାରିଖକୁ ସ୍ଥଗିତ ରଖିଥିଲେ।
ଏହାରି ଭିତରେ, ‘କଙ୍ଗୁଭା’ର ମ୍ୟୁଜିକ୍ ଲଞ୍ଚ୍ରେ ସୁପର୍ଷ୍ଟାର୍ ରଜନୀକାନ୍ତ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ‘କଙ୍ଗୁଭା’ ତାଙ୍କ ପାଇଁ ତିଆରି ହୋଇଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ସେ ନିର୍ଦ୍ଦେଶକ ଶିବାଙ୍କୁ ଏକ ପିରିୟଡ୍ ଡ୍ରାମା ଲେଖିବାକୁ କହିଥିଲେ।
ଏହି ଭିଡିଓରେ ଥାଲାଇଭା କହିଛନ୍ତି, “ଅନ୍ନାଥେରେ ଶିବାଙ୍କ ସହ କାମ କରିବାବେଳେ ମୁଁ ତାଙ୍କୁ ମୋ ପାଇଁ ଏକ ଐତିହାସିକ ଥିମ୍ ଉପରେ ଏକ କାହାଣୀ ଲେଖିବାକୁ କହିଥିଲି ଏବଂ ମୁଁ ଭାବୁଛି ସେ ‘କଙ୍ଗୁଭା’ ନେଇ ଆସିଥିଲେ। ତଥାପି, ଏଥିରେ କିଛି ପରିବର୍ତ୍ତନ କରାଯିବାର ଥିଲା ଏବଂ ଏହା ସୂର୍ଯ୍ୟାଙ୍କୁ ଦିଆଯିବା ଉଚିତ ଥିଲା। କିନ୍ତୁ ଏଥିରେ କିଛି କଥା ନାହିଁ। ମୁଁ ଆଶା ଅଛି ସେ ମୋ ପାଇଁ ଆଉ କିଛି ନେଇକି ଆସିବେ।”
ଏହା ବ୍ୟତୀତ ରଜନୀକାନ୍ତ ସୂର୍ଯ୍ୟାଙ୍କ ଉପରେ ମଧ୍ୟ ପ୍ରେମ ବର୍ଷା କରିଥିଲେ ଏବଂ ସୂର୍ଯ୍ୟାଙ୍କ ବାପା ଶିବାକୁମାର ଅଡିଓ ଲଞ୍ଚ୍ରେ ଅତିଥି ହେବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସେ ଆସିପାରିଲେ ନାହିଁ।
"I asked #Siva to make a period film with me. I am pretty sure that #Kanguva was made for me & then gone to Studio Green & #Suriya😁"
- Superstar #Rajinikanth sent his lovely video byte for the team & wished as he was occupied with #Coolie Shooting ❤️pic.twitter.com/tnKYgNzHXa
— AmuthaBharathi (@CinemaWithAB) October 26, 2024
ସେଥିପାଇଁ ସେ ଭିଡିଓ ପଠାଇଥିଲେ। ସେ ଏହି କ୍ଲିପ୍ରେ କହିଛନ୍ତି ଯେ “ଶିବାକୁମାର ଜଣେ ଭଦ୍ରଲୋକ ଏବଂ ସିଂହ ଛୁଆ ବିଲେଇ ହୋଇପାରିବ ନାହିଁ। ସୂର୍ଯ୍ୟା ମଧ୍ୟ ତାଙ୍କ ବାପାଙ୍କ ପରି। ମୁଁ ଫିଲ୍ମର ସଫଳତା ପାଇଁ ପ୍ରାର୍ଥନା କରୁଛି।”
ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ପରେ ସୂର୍ଯ୍ୟାଙ୍କ ଫିଲ୍ମ ବଡ ପରଦାରେ ମୁକ୍ତିଲାଭ କରୁଛି। ତାଙ୍କର ପୂର୍ବ ଫିଲ୍ମ ‘ସୁରାରଇ ପୋତ୍ତରୁ’ ଏବଂ ‘ଜୟ ଭୀମ’ OTTରେ ମୁକ୍ତିଲାଭ କରିଥିଲା। ୩୦୦ରୁ ୩୫୦ କୋଟି ଟଙ୍କା ବଜେଟ୍ରେ ନିର୍ମିତ ଏହି ଫିଲ୍ମରେ ବବି ଦେଓଲଙ୍କୁ ଜଣେ ଖଳନାୟକ ଭାବେ ଦେଖିବାକୁ ମିଳିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)