Advertisment

ରଣବୀରଙ୍କ ଏମିତି ଅବସ୍ଥା କିଏ କଲା ? ଫ୍ୟାନ୍ସଙ୍କ ଅକଲ ଗୁଡ଼ୁମ...

ବଲିଉଡ୍‌ ଅଭିନେତା ରଣବୀର କପୁର ଫିଲ୍ମ ‘ଆନିମଲ୍‌’କୁ ନେଇ ବ୍ୟସ୍ତ ଅଛନ୍ତି। ଏବେ ରଣବୀରଙ୍କ ଶୁଟିଂ ସେଟ୍‌ର ଲାଟେଷ୍ଟ ଫଟୋ ଭାଇରାଲ୍‌ ହୋଇଛି। ଯାହାକୁ ଦେଖି ଫ୍ୟାନ୍ସଙ୍କ ଅକଲଗୁଡ଼ୁମ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Ranbir Kapoor

Ranbir Kapoor's new look leaked from 'Animal' sets

ବଲିଉଡ୍‌ ଅଭିନେତା ରଣବୀର କପୁର ଫିଲ୍ମ ‘ଆନିମଲ୍‌’କୁ ନେଇ ବ୍ୟସ୍ତ ଅଛନ୍ତି। ଶୁଟିଂ ସମୟର ଭିନ୍ନ ଭିନ୍ନ ଫଟୋ ସାମ୍ନାକୁ ଆସି ଥିବାବେଳେ ତାଙ୍କର ପୁରା ଲୁକ୍‌ ସାମ୍ନାକୁ ଆସି ନଥିଲା। ହେଲେ ଏବେ ରଣବୀରଙ୍କ ଶୁଟିଂ ସେଟ୍‌ର ଲାଟେଷ୍ଟ ଫଟୋ ଭାଇରାଲ୍‌ ହୋଇଛି। ଯାହାକୁ ଦେଖି ଫ୍ୟାନ୍ସଙ୍କ ଅକଲଗୁଡ଼ୁମ ହୋଇଛି। କାରଣ ଏହି ଫିଲ୍ମରେ ରଣବୀରଙ୍କ ଲୁକ୍‌ ପୁରାପୂରି ଭୟଙ୍କର। 

Advertisment

ଅଧିକ ପଢ଼ନ୍ତୁ: ମା’ ନୀତୁ କପୁର କରିଦେଲେ ଏମିତି ଭୁଲ୍, ଅଡୁଆରେ ପଡିଲେ ରଣବୀର

ଭାଇରାଲ୍‌ ହେଲା ରଣବୀରଙ୍କ ନୂଆ ଲୁକ୍‌...

ଫିଲ୍ମ ‘କବୀର ସିଂ’ର ଡାଇରେକ୍ଟର ସନ୍ଦୀପ ରେଡ୍ଡୀ ଫିଲ୍ମ ‘ଆନିମଲ୍‌’ ର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ରଣବୀରଙ୍କୁ ଏକ ନୂଆ ଲୁକ୍‌ରେ ଦେଖିବାକୁ ମିଳିବ। ଏସବୁ ଭିତରେ ଶୁଟିଂ ସେଟ୍‌ର କିଛି ଲାଟେଷ୍ଟ ଫଟୋ ଭାଇରାଲ୍‌ ହୋଇଛି। ଏଥିରେ ରଣବୀରଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖିବାକୁ ମିଳିଛି। ରଣବୀର ଲମ୍ବା ଲମ୍ବା ଚୁଟି ସହ ଦାଢ଼ି ରଖିଥିବା ନଜର ଆସିଛି। ଏହାସହ ତାଙ୍କ ମୁହଁ ଓ ଡ୍ରେସ୍‌ରେ ରକ୍ତ ଲାଗିଥିବା ବେଳେ ନାକ କଟି ଯାଇଥିବା ଦେଖିବାକୁ ମିଳିଛି।

Advertisment


— Movie Reviews Blog (@MovieReviewsBlg) November 23, 2022


— • (@ranbirrcomfort) July 25, 2022

ସୋସିଆଲ୍‌ ମିଡିଆ ରେ ରଣବୀରଙ୍କ ଏହି ଫଟୋ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଫ୍ୟାନ୍ସ ତାଙ୍କର ଏହି ନୂଆ ଲୁକ୍‌କୁ ଭୟଙ୍କର ବୋଲି କହିଛନ୍ତି। ଏହାସହ ତାଙ୍କର ଏହି ଲୁକ୍‌ ଜବରଦସ୍ତ ବୋଲି ମଧ୍ୟ କୁହାଯାଇଛି। ଏଥିରୁ ଜଣାପଡ଼ୁଛି ଯେ, ରଣବୀର ପୁଣିଥରେ ତାଙ୍କ କାମକୁ ନେଇ ଫ୍ୟାନ୍ସଙ୍କୁ ଇମ୍ପ୍ରେସ୍‌ କରିବାକୁ ଚାହୁଁଛନ୍ତି। ଫିଲ୍ମ ‘ଆନିମଲ୍‌’ରେ ଅନୀଲ କପୁର ଓ ବବି ଦେଓଲ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବା ନଜର ଆସିବେ। 

Bollywood Ranbir Kapoor
Advertisment
Advertisment