/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756723147.jpg)
Rajinikanth
ଦକ୍ଷିଣର ସୁପରଷ୍ଟାର ରଜନୀକାନ୍ତଙ୍କ ଜଲୱା ସବୁଠାରେ ଦେଖାଯାଉଛି। ଏବେ ତାଙ୍କର ନୂଆ ଚଳଚ୍ଚିତ୍ର ‘କୁଲି’ ସିନେମା ହଲ୍ରେ ଭଲ କଲେକ୍ସନ କରୁଛି । ଅଗଷ୍ଟ ୧୪ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ବକ୍ସ ଅଫିସ୍ରେ ଲଗାତାର ଧୁମ୍ ମଚାଉଛି ଏବଂ ମାତ୍ର ୧୫ ଦିନରେ ୫୦୦ କୋଟି କ୍ଲବରେ ସାମିଲ ହୋଇଛି। କିନ୍ତୁ ‘କୁଲି’ ଏକମାତ୍ର ଏପରି ଚଳଚ୍ଚିତ୍ର ନୁହେଁ, ଏହା ପୂର୍ବରୁ ମଧ୍ୟ ରଜନୀକାନ୍ତଙ୍କର ଅନେକ ଚଳଚ୍ଚିତ୍ର ୫୦୦ କୋଟିରୁ ଅଧିକ ଆୟ କରିଛି ।
ରଜନୀକାନ୍ତଙ୍କର ବ୍ଲକବଷ୍ଟର ଚଳଚ୍ଚିତ୍ର 2.0ରେ ଅକ୍ଷୟ କୁମାର ଖଲନାୟକର ଦମଦାର ଭୂମିକା ନିଭାଇଥିଲେ। ଏମି ଜ୍ୟାକସନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ର ବିଶ୍ୱବ୍ୟାପୀ ପ୍ରାୟ ୭୦୦ କୋଟିର ଆୟ କରିଥିଲା ଏବଂ ବକ୍ସ ଅଫିସ୍ରେ ଜବରଦସ୍ତ ହିଟ୍ ହୋଇଥିଲା।
500 Cr Club Movies of #Rajinikanth ❤️#2PointO (2018)#Jailer (2023)#Coolie (2025) pic.twitter.com/XxrcMnUIgt
— South Indian BoxOffice (@BOSouthIndian) August 31, 2025
ଗତ ବର୍ଷ ମୁକ୍ତିଲାଭ କରିଥିବା ‘ଜେଲର’ ମଧ୍ୟ ରଜନୀକାନ୍ତଙ୍କ କ୍ୟାରିଅରରେ ଏକ ବଡ଼ ହିଟ୍ ସାବ୍ୟସ୍ତ ହୋଇଥିଲା। ଆକ୍ସନ ଓ କମେଡିରେ ଭରପୂର ଏହି ଚଳଚ୍ଚିତ୍ରକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ଚଳଚ୍ଚିତ୍ରରେ ଜାକି ଶ୍ରଫ, ତମନ୍ନା ଭାଟିଆ ଏବଂ ମୋହନଲାଲ ପରି ବଡ଼ ତାରକା ମଧ୍ୟ ନଜର ଆସିଥିଲେ। ଏହା ବିଶ୍ୱବ୍ୟାପୀ ୬୫୦ କୋଟିରୁ ଅଧିକ ଆୟ କରିଥିଲା।
ରଜନୀକାନ୍ତଙ୍କର ଲେଟେଷ୍ଟ ଚଳଚ୍ଚିତ୍ର ‘କୁଲି’ରେ ତାଙ୍କ ସହ ଶ୍ରୁତି ହାସନ ଏବଂ ନାଗାର୍ଜୁନ ନଜର ଆସିଛନ୍ତି। ଆମିର ଖାନ ଏଥିରେ ଏକ ସ୍ୱତନ୍ତ୍ର କ୍ୟାମିଓ କରିଛନ୍ତି। ମୁକ୍ତିଲାଭର ମାତ୍ର ଦୁଇ ସପ୍ତାହ ମଧ୍ୟରେ ଏହି ଚଳଚ୍ଚିତ୍ର ୫୦୦ କୋଟିରୁ ଅଧିକ ଆୟ କରିସାରିଛି ଏବଂ ଏବେ ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ୁଛି।
ରଜନୀକାନ୍ତଙ୍କ ଚଳଚ୍ଚିତ୍ରର ଯାଦୁ କେବଳ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ସମଗ୍ର ବିଶ୍ୱରେ ତାଙ୍କର ପ୍ରଶଂସକମାନେ ତାଙ୍କ ଚଳଚ୍ଚିତ୍ର ଦେଖିବାକୁ ଉତ୍ସାହିତ ହୁଅନ୍ତି। ଏହାହିଁ କାରଣ ଯେ ତାଙ୍କର ପ୍ରତ୍ୟେକ ନୂଆ ଚଳଚ୍ଚିତ୍ର ବକ୍ସ ଅଫିସ୍ରେ ରେକର୍ଡ ଭାଙ୍ଗୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)