/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756714832.jpg)
New Bhubaneswar to be built in the style of Dolera Gift City
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନୂଆ ଭୁବନେଶ୍ୱରକୁ ନେଇ ବଢିଛି ଉତ୍କଣ୍ଠା। ୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର। ମଳିପଡା, ଦାସପୁର, ଅନ୍ଧାରୁଆ, ଗୋଠପଟଣା ଭଳି ଅଞ୍ଚଳକୁ ନେଇ ନୂଆ ସହର ଗଢାଯିବ। ନୂଆ ସହର ନିର୍ମାଣ ପାଇଁ ସିଙ୍ଗାପୁର ସରକାର ଏହାର ଡ୍ରଇଂଗ ଏବଂ ଡିଜାଇନ ପ୍ରସ୍ତୁତ ଦାୟିତ୍ୱ ନେଇଛନ୍ତି। ଦୋଲେରା ଗିଫ୍ଟ ସିଟି ଢାଞ୍ଚାରେ ଏହାର ନିର୍ମାଣ ହେବା ନେଇ ଚିନ୍ତା କରାଯାଉଛି। ନୂଆ ସହରରେ ଆଇଟି ପାର୍କ, ମେଡିକାଲ ସୁବିଧା, ଲୋକ ରହିବା ପାଇଁ ଘର, ବ୍ୟବସାୟୀକ ପ୍ରତିଷ୍ଠାନ, ପାଦରେ ଚାଲିବା ବ୍ୟବସ୍ଥା, ଓପନ ସ୍ପେସ, ଇକୋନୋମିକ୍ ଆକ୍ଟିଭିଟି ରହିବା ସହ ପ୍ରଦୁଷଣ ମୁକ୍ତ ବ୍ୟବସ୍ଥାର ପରିକଳ୍ପନା କରାଯାଇଛି।
ନୂଆ ସହର ମଧ୍ୟରେ ଶିଳ୍ପ ସଂସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଏହାର ଡିପିଆର ସିଙ୍ଗାପୁର ସରକାର ପ୍ରସ୍ତୁତ କରୁଛି । ଆସନ୍ତା ୧ ମାସରୁ ୨ ମାସ ଭିତରେ ରାଜ୍ୟ ସରକାରଙ୍କୁ ଡିପିଆର ଦେବ ସିଙ୍ଗାପୁର। ସହର ବୃଦ୍ଧି ସହ ସହରକୁ ପୁନଃ ନବୀକରଣ ଯୋଜନା କରାଯାଉଥିବା ଉଭୟ ବିଭାଗ ମନ୍ତ୍ରୀ ଓ ସଚିବ ସୂଚନା ଦେଇଛନ୍ତି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)