/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709634701.jpg)
Radhika Merchant sang a romantic song for Anant Ambani
ଗୁଜୁରାଟର ଜାମନଗରରେ ମାର୍ଚ୍ଚ ୧ ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ରିଲାଏନ୍ସ ଗ୍ରୁପ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ବିରେନ୍ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଡିଙ୍ଗ ସମାରୋହ ଅନୁଷ୍ଠିତ ହେଉଥିଲା। ସମାରୋହର ତୃତୀୟ ଦିନରେ ମହା ଆରତୀ ଆୟୋଜିତ ହୋଇଥିଲା।
ଆରତୀ ପରେ ରାଧିକା ମର୍ଚାଣ୍ଟ୍ ଏକ ବଲିଉଡ ଗୀତରେ ଆଶ୍ଚର୍ଯ୍ୟଜନକ ଭାବେ ଏଣ୍ଟ୍ରୀ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ସୋସିଆଲ୍ ମିଡିଆର ଅନକ ପ୍ଲାଟଫର୍ମରେ ଶେୟାର ହୋଇଥିବା ଏହି ଭିଡିଓରେ ରାଧିକା ଫୁଲ ରୋମାଣ୍ଟିକ୍ ଷ୍ଟାଇଲରେ ଅନନ୍ତ ଅମ୍ବାନୀଙ୍କ ଆଡକୁ ଆସୁଥିବା ଦେଖିବାକୁ ମିଳେ। ରାଧିକା 'କଭି ଖୁସି କଭି ଗମ୍' ଫିଲ୍ମର 'ଦେଖା ତେନୁ ପେହଲି ପେହଲି ବାର୍' ଗୀତ ଗାଇ ଅନନ୍ତଙ୍କ ଆଡକୁ ଯିବା ଦେଖାଯାଏ।
ଅଧିକ ପଢ଼ନ୍ତୁ: ବଲିଉଡ ଷ୍ଟାର୍ ସଲମାନ ଖାନଙ୍କୁ ଟେକି ପାରିଲେନି ଅମ୍ବାନୀଙ୍କ ସାନପୁଅ, ଭାଇରାଲ ହେଲା ଭିଡ଼ିଓ...ଦେଖନ୍ତୁ
ମେଗା ଇଭେଣ୍ଟର ଏହି ବିଶେଷ ରାତି ପାଇଁ ରାଧିକା ଏକ ସୁନ୍ଦର ଗୋଲ୍ଡନ୍ ରଙ୍ଗର ପୋଷାକ ପିନ୍ଧିଥିବାର ନଜର ଆସିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ରାଧିକା ମର୍ଚାଣ୍ଟ ଧୀରେ ଧୀରେ ଅନନ୍ତଙ୍କ ଆଡକୁ ଯାଉଥିବା ବେଳେ ଅନନ୍ତ ତାଙ୍କ ହାତ ଧରି ଷ୍ଟେଜ୍ ଉପରକୁ ନେଇ ଦେଖାଯାଏ। ଏହି ସମୟରେ ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀଙ୍କ ଖୁସିର କୌଣସି ସୀମା ନ ଥାଏ।
ଅଧିକ ପଢ଼ନ୍ତୁ: ପୁଅ ବାହାଘରରେ ନାଚିଲେ ନୀତା ଅମ୍ବାନୀ, ଦର୍ଶକ କହିଲେ ୱାଃ ୱାଃ...
ରାଧିକା ମର୍ଚାଣ୍ଟଙ୍କ ଏଣ୍ଟ୍ରୀ ବେଳେ ସେଠାରେ ଥିବା ଜାହ୍ନବୀ କପୁର ଏବଂ ଖୁସି କପୁରଙ୍କ ସମେତ ଅନେକ ବଲିଉଡ ଅଭିନେତ୍ରୀ ତାଙ୍କ ଉପରେ ଫୁଲ ବର୍ଷା କରୁଥିବା ନଜର ଆସିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦେଶ ତଥା ବିଦେଶରୁ ଭିଭିଆଇପି ଅତିଥିମାନଙ୍କର ଯିବା ଆସିବା ଲାଗିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)