Advertisment

ବଲିଉଡ ଷ୍ଟାର୍ ସଲମାନ ଖାନଙ୍କୁ ଟେକି ପାରିଲେନି ଅମ୍ବାନୀଙ୍କ ସାନପୁଅ, ଭାଇରାଲ ହେଲା ଭିଡ଼ିଓ...ଦେଖନ୍ତୁ

ସରିଛି ଅନନ୍ତ ରାଧିକାଙ୍କ ପ୍ରି ୱେଡ଼ିଂ ସେରିମନି । ପୂରା ବିଶ୍ୱରୁ ବହୁ ବଡ଼ ବଡ଼ ଲୋକ ଏଥିରେ ଯୋଗ ଦେବାକୁ ନିମନ୍ତ୍ରିତ ହୋଇଥିଲେ । ସିନେମା ଜଗତ, କ୍ରିକେଟ, ଶିଳ୍ପପତି ଆଦି ସମସ୍ତେ ଅମ୍ବାନୀ ପରିବାରର ଏହି ଖୁସିରେ ସାମିଲ ହୋଇଥିଲେ ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Ambani Pre Weeding

Ambani Pre Weeding

ସରିଛି ଅନନ୍ତ ରାଧିକାଙ୍କ ପ୍ରି ୱେଡ଼ିଂ ସେରିମନି । ପୂରା ବିଶ୍ୱରୁ ବହୁ ବଡ଼ ବଡ଼ ଲୋକ ଏଥିରେ ଯୋଗ ଦେବାକୁ ନିମନ୍ତ୍ରିତ ହୋଇଥିଲେ । ସିନେମା ଜଗତ, କ୍ରିକେଟ, ଶିଳ୍ପପତି ଆଦି ସମସ୍ତେ ଅମ୍ବାନୀ ପରିବାରର ଏହି ଖୁସିରେ ସାମିଲ ହୋଇଥିଲେ । ଏହାକୁ ନେଇ ଅନେକ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Advertisment

ଏହି ପରି ଏକ ଭିଡ଼ିଓରେ ଦେଖିବାକୁ ମିଳିଛି, ଅନନ୍ତ ଅମ୍ବାନୀ ସଲମାଲ ଖାନଙ୍କୁ ଟେକିବାକୁ ଚେଷ୍ଟା କରୁଛନ୍ତି । ଭିଡ଼ିଓରେ ସଲମାନଙ୍କୁ ଅନନ୍ତ ଟେକିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଏଥିରେ ବିଫଳ ହେଉଥିବା ଦେଖିବାକୁ ମିଳିଛି । ଏହା ପରେ ଅନନ୍ତ ସଲମାନଙ୍କ ବଡିଗାର୍ଡକୁ ଡାକିଛନ୍ତି । ଏବଂ ସେ ଅତି ଆରାମରେ ସଲମାନଙ୍କୁ ଟେକି ପାରିଛନ୍ତି ।

Advertisment

ଏହିପରି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଆକୋନ୍ ନାମକ ଜଣେ ବ୍ୟକ୍ତି ଏହି ଭିଡ଼ିଓକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ସେ ନିଜ କ୍ୟାପସନରେ ଲେଖିଛନ୍ତି, ଏହା ହେଉଛି ବର୍ଷର ସର୍ବୋତ୍ତମ ବିବାହ ଉତ୍ସବ । ଏକ ଅବିସ୍ମରଣୀୟ ସନ୍ଧ୍ୟା ।

ଅନନ୍ତ-ରାଧିକାଙ୍କର ଉତ୍ସବର ଦ୍ୱିତୀୟ ଦିନରେ ସଲମାନ, ଶାହରୁଖ ଓ ଅମୀର ଖାନ ନୃତ୍ୟ ପ୍ରଦର୍ଶନ ପାଇଁ ମଞ୍ଚକୁ ଯାଇଥିଲେ । ଏକା ସହ ଏହି ତିନି ସୁପରଷ୍ଟାରଙ୍କର ନାଚର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଜାମନଗରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ବହୁ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଏବଂ ସେଲିବ୍ରିଟିଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା ।

ଅମିତାଭ ବଚ୍ଚନଙ୍କ ସମେତ ସୈଫ ଅଲି ଖାନ, ଅକ୍ଷୟ କୁମାର, ରଣବୀର ସିଂ, ବରୁଣ ଧାୱନ, ଅର୍ଜୁନ କପୁର, ଟାଇଗର ଶ୍ରଫ୍, ରଣବୀର କପୁର, କରୀନା କପୁର, ଆଲିଆ ଭଟ୍ଟ, ସିଦ୍ଧାର୍ଥ ମଲହୋତ୍ରା, କିଆରା ଆଡଭାନୀ, ଇବ୍ରାହିମ ଅଲି ଖାନ, ସାରା ଅଲି ଖାନ, ଅନନ୍ୟା ପାଣ୍ଡେ ଏବଂ ଜାନଭୀ କପୁର ଆଦି ଅନେକ ସେଲିବ୍ରିଟି ଉପସ୍ଥିତ ଥିଲେ ।

Salman Khan Anant Ambani
Advertisment
Advertisment