• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଆସନ୍ତା ଜୁଲାଇ ମାସରେ ରାଧିକା ମର୍ଚ୍ଚାଣ୍ଟଙ୍କୁ ବିବାହ କରିବେ । ଏହାପୂର୍ବରୁ ଗୁଜୁରାଟର ଜାମନଗରରେ ଆୟୋଜିତ ହେଉଛି ଅନେକ କାର୍ଯ୍ୟକ୍ରମ । ବିଶ୍ୱର ଅନେକ ବଡ଼ ବଡ଼ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଅନେକ କ୍ରିକେଟର, ଶିଳ୍ପପତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି । ଏହି ଅବସରରେ ଅନନ୍ତଙ୍କ ମାଆ ନୀତା ଅମ୍ବାନୀ ଡ୍ୟାନ୍ସ କରି ସମସ୍ତଙ୍କର ମନକୁ ମୋହି ନେଇଥିଲେ ।

ନୀତା ଅମ୍ବାନୀ, ଶ୍ରେୟା ଘୋଷାଲଙ୍କ ଦ୍ୱାରା ଗାୟିତ ବିଶ୍ୱମ୍ଭରୀ ସ୍ତୁତିରେ ନୃତ୍ୟ କରିଥିଲେ । ଯାହାକୁ ଉପସ୍ଥିତ ନେଟିଜେନମାନେ ଭୁରି ଭୁରି ପ୍ରଶଂସା କରିଥିଲେ । ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର (NMACC) ଏହି ଭିଡିଓ ରିଲିଜ୍ କରି “ଅନନ୍ତ ଏବଂ ରାଧିକା” ଙ୍କ ପାଇଁ ମା ଅମ୍ବେଙ୍କଠାରୁ ଆଶୀର୍ବାଦ ମାଗିଥିଲେ ।

ଅନ୍ୟପଟେ ନୀତା ଅମ୍ବାନୀ ତାଙ୍କର ଏହି ନୃତ୍ୟକୁ ନାତୁଣୀ ବେଦ ଅମ୍ବାନୀ ଓ ଆଦିଆ ଶକ୍ତିଙ୍କୁ ଉତ୍ସର୍ଗ କରିଥିଲେ । ଏହା ସହ ନାରୀ ଶକ୍ତିର ପ୍ରତୀକ ଥିବା ସମସ୍ତ ମହିଳାଙ୍କ ଉଦ୍ଦେଶ୍ୟରେ ଏହାକୁ ସମର୍ପିତ କରିଥିଲେ । ଏହି ଅବସରରେ ସେ ପ୍ରସିଦ୍ଧ ଡିଜାଇନର୍ ମନୀଷ ମାଲହୋତ୍ରାଙ୍କ ଏକ ଚମତ୍କାର ଶାଢି ପିନ୍ଧିଥିଲେ ।

ନୀତାଙ୍କର ଏପରି ଡ୍ୟାନ୍ସ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ପ୍ରସାରିତ ହେଉଛି । ଅନେକ ଏହି ଭିଡ଼ିଓକୁ ପ୍ରଶଂସା କରୁଛନ୍ତି । ମାତ୍ର ଅଳ୍ପ ସମୟ ମଧ୍ୟରେ ଭିଡ଼ିଓଟି ଭାଇରାଲ ହୋଇଯାଇଛି । ଭାରତୀୟ ସଂସ୍କୃତିର ପ୍ରଚାର ପାଇଁ ଅମ୍ବାନୀ ପରିବାରକୁ ପ୍ରଶଂସା ମିଳୁଛି ।

ଜଣେ ୟୁଜର୍ସ ଲେଖିଛନ୍ତି, ଅନେକ ସେଲିବ୍ରିଟି ନିଜର ବିବାହ ବାହାରେ କରୁଥିବା ବେଳେ ଅମ୍ବାନୀ ଦେଶ ଭିତରେ କରିଛନ୍ତି । ଏଥିପାଇଁ ସେ ବିଦେଶରୁ ଅତିଥି ଆମନ୍ତ୍ରିତ କରି ଆଣିଛନ୍ତି । ଏହା ତାଙ୍କର ଦେଶ ପ୍ରତି ଥିବା ଭଲ ପାଇବାକୁ ଦର୍ଶାଉଛି । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ଅମ୍ବାନୀଙ୍କ ପରିବାର ଧନୀ ହୋଇପାରେ । କିନ୍ତୁ ସେମାନେ ସର୍ବଦା ଭାରତୀୟ ସଂସ୍କୃତିର ମାନ ମର୍ଯ୍ୟାଦା ରଖିଛନ୍ତି । ଧନୀ ହୋଇ ମଧ୍ୟ ସେମାନେ ନିଜର ମୂଳକୁ ଭୁଲି ନାହାନ୍ତି ।

ଅନ୍ୟପଟେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ଦ୍ୱାରା ପୋଷ୍ଟ ହୋଇଥିବା ଅନ୍ୟ ଏକ ଭିଡିଓରେ ନୀତା ଅମ୍ବାନୀ କହିଛନ୍ତି, ଜୀବନସାରା କଳା ଏବଂ ସଂସ୍କୃତି ଦ୍ୱାରା ଅନୁପ୍ରାଣିତ ହୋଇଛି । ଏହା ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି ।