Advertisment

Controversy In Jatra: ‘ଶାରିରୀକ ସମ୍ପର୍କ ପାଇଁ ବାଧ୍ୟ କରୁଥିଲେ, ପ୍ରତିବାଦ କରିବାରୁ ଦେଉଥିଲେ ନିର୍ଯାତନା’

ଯାତ୍ରା କଳିରେ ଏବେ ନାଣ୍ଡୁ ବାବୁ ନିଆଁ...ଶଯ୍ୟା ସଂଗିନୀ ହେଲେ ନାୟିକା ହେବାର ସୁଯୋଗ...ହଁରେ ହଁ ଭରିଲେ ପାଉଣା ବଢ଼ାଇବାର ପ୍ରଲୋଭନ...ନାଣ୍ଡୁ ଚାହିଁଲେ ଅଭିନେତ୍ରୀଙ୍କୁ ଯାତ୍ରା ଜଗତରେ ସଜାଇପାରିବେ ରାଣୀ...

author-image
Sujit kumar Swain
Controversy In Jatra

Controversy In Jatra

ଯାତ୍ରା କଳିରେ ପଡୁନି ଯବନିକା। ଓଲଟା ସେହି କଳି ନିଆଁରେ ନିଇତି ଘିଅ ଢାଳୁଛନ୍ତି ଜଣଙ୍କ ପରେ ଜଣେ କଳାକାର। ଉଦବେଗର କଥା ହେଉଛି, ଅଧିକାଂଶ କଳି କେନ୍ଦ୍ରୀଭୂତ ହୋଇଛି ବିବାଦୀୟ ମାଲିକ ନାଣ୍ଡୁ ବାବୁ ଓରଫ୍ ଅନନ୍ତ ଧଳଙ୍କୁ ନେଇ। ଯେଉଁ ଧାରାରେ ଏବେ ଯୋଡ଼ି ହୋଇଛନ୍ତି ଅଭିନେତ୍ରୀ ପୂଜା। ଶାରୀରିକ ସଂପର୍କ ରଖିବା ପାଇଁ ନାଣ୍ଡୁ ବାବୁ ତାଙ୍କୁ କହିଥିଲେ ବୋଲି ସାଂଘାତିକ ଅଭିଯୋଗ ଆଣିବା ସହିତ ଏଥିରେ ରାଜି ନହେବାରୁ ତୁଳସୀ ଗଣନାଟ୍ୟରୁ ବିଦା କରିଥିଲେ ବୋଲି ଓଟିଭି ଆଗରେ ପୂଜା ବଖାଣିଛନ୍ତି। ତେବେ ଏସବୁ ଅଭିଯୋଗକୁ ଖଣ୍ଡନ କରି ଟଙ୍କା ଫେରାଇବାକୁ କହିବାରୁ ଏଭଳି ମିଥ୍ୟା ଆରୋପ ଲଗାଉଥିବା କହିଛନ୍ତି ନାଣ୍ଡୁ ବାବୁ।

Advertisment

ଯାତ୍ରା କଳିରେ ଏବେ ନାଣ୍ଡୁ ବାବୁ ନିଆଁ...ଶଯ୍ୟା ସଂଗିନୀ ହେଲେ ନାୟିକା ହେବାର ସୁଯୋଗ...ହଁରେ ହଁ ଭରିଲେ ପାଉଣା ବଢ଼ାଇବାର ପ୍ରଲୋଭନ...ନାଣ୍ଡୁ ଚାହିଁଲେ ଅଭିନେତ୍ରୀଙ୍କୁ ଯାତ୍ରା ଜଗତରେ ସଜାଇପାରିବେ ରାଣୀ...ରାଜି ନହେଲେ ଖେଳ ଖତମ୍...କ୍ୟାରିୟର୍ ବରବାଦ୍...ଯାତ୍ରା ଜଗତରେ ଜାରି ରହିଥିବା ଯାତେରାରେ ପଡୁନି ଯବନିକା... ଯାତ୍ରା ପାର୍ଟି ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁଙ୍କ ନାଁରେ ଚାଲିଥିବା ବିବାଦୀୟ ବହିର ସରୁନି କାହାଣୀ। ନାଣ୍ଡୁ ଧଳଙ୍କ ତୁଳସୀ ଗଣନାଟ୍ୟର ପୂର୍ବତନ ଅଭିନେତ୍ରୀ। ଲୁହ ଗଡ଼ାଇ ପ୍ରଥମେ ସୋସିଆଲ୍ ମିଡିଆ ଓ ପରେ ମେନଷ୍ଟ୍ରିମ ମିଡିଆ ଆଗରେ ବାଢ଼ିଛନ୍ତି ସାଂଘାତିକ ଅଭିଯୋଗ। କହିଛନ୍ତି, ୨୦୨୪-୨୫ ସିଜିନରେ ଅଭିନୟ ପାଇଁ ବାର୍ଷିକ ୮ ଲକ୍ଷ ଟଙ୍କା ସହ ବୁକିଂ କରିଥିଲେ ପୂଜାଙ୍କୁ। ଘରକୁ ଯାଇ ପୂଜାଙ୍କ ମା’ଆଗରେ ରଖିଥିଲେ ମିଠା ମିଠା ପ୍ରତିଶ୍ରୁତି। ସେହି ପ୍ରତିଶ୍ରୁତିରେ ଭଳି ଯାଇ ଆଖଡ଼ାକୁ ଯିବା ପରେ ୮ ଲକ୍ଷ ଜାଗାରେ ୧୪ ଲକ୍ଷ ବଜେଟ ବଢ଼ାଇଥିଲେ ନାଣ୍ଡୁ ବାବୁ। ପରବର୍ତ୍ତୀ ସମୟରେ ମ୍ୟାନେଜର ଟୁଲୁ ବାବୁ ଏବଂ ସୋନାଲିଙ୍କ ମାଧ୍ୟମରେ ନାଣ୍ଡୁ ବାବୁ ନିଜେ ଶାରୀରିକ ସମ୍ପର୍କ ରଖିବାକୁ କାଳେ କହିଥିଲେ। ଆଉ ଅରାଜି ହେବାରୁ ଯାତ୍ରାରୁ ବିଦା କରିବାକୁ ଦେଇଥିଲେ ଧମକ। ପରିଣାମ ସ୍ବରୂପ, ଆଜି ଯାଏଁ ଅଭିନୟରୁ ବଞ୍ଚିତ ହୋଇଥିବା କହିଛନ୍ତି ଅଭିନେତ୍ରୀ ପୂଜା।

ଅଧିକ ପଢ଼ନ୍ତୁ: ରାକ୍ଷସ ପୁଅର ନାରକୀୟ କାଣ୍ଡ, ନିଶା ଖାଇବାକୁ ଟଙ୍କା ନ ମିଳିବାରୁ...

ତେବେ ଏନେଇ ମ୍ୟାନେଜର ଟୁଲୁ ବାବୁ ଏବଂ ସୋନାଲିଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ନାଣ୍ଡୁ ଧଳଙ୍କ କହିବା କଥା, ଆଖଡ଼ାକୁ ଆସିବାବେଳେ ପୂଜାଙ୍କ ହାତ ଭାଙ୍ଗିଯାଇଥିଲା। ତେଣୁ ସେ ଅଭିନୟ କରିପାରିନଥିଲେ। ତେଣୁ ଟଙ୍କା ଫେରାଇବା ପାଇଁ ଓକିଲଙ୍କ ଜରିଆରେ ନୋଟିସ୍ ଯିବା ପରେ ନାନା ମିଛ ଅଭିଯୋଗ ଆଣିବା ସହ ଟଙ୍କା ନଫେରାଇବା ପାଇଁ ଏଭଳି ପ୍ଲାନ୍ କରୁଛନ୍ତି। 

Advertisment

ଯାତ୍ରା ମଞ୍ଚର ହାସ୍ୟ ଅଭିନେତା ନରି ପଣ୍ଡା, ଅଭିନେତ୍ରୀ ସୋନାଲିଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର, ଅଶୋକ ସମ୍ରାଟ ଯାତ୍ରାପାର୍ଟିର ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ ଭଳି କଳାକାର ଭିନ୍ନ ଭିନ୍ନ ସମୟରେ ଅନନ୍ତ ଧଳଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣି ବିବାଦ ଛିଡ଼ା କରାଇଛନ୍ତି। ଏବେ ଏହି ଧାରାରେ ଯୋଡ଼ି ହୋଇଛି ପୂଜାଙ୍କ ନାଁ। ପ୍ରଶ୍ନ, କିଏ କହୁଛନ୍ତି ସତ ?  କ’ଣ ଚାଲିଛି ଯାତ୍ରା ଜଗତରେ ? କାହିଁକି ଉଠୁଛି ଏଭଳି ଗୋଟିଏ ପରେ ଗୋଟିଏ ବିବାଦ ?

Controversy
Advertisment
Related Articles
Advertisment