/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664346183.jpg)
40 foot veena in as tribute to the legendary singer
ହଜି ଯାଇଛି କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କର ମିଠା ମିଠା ସୁର । ତଥାପି ଉଦାସ ହେଉ ବା ଉତ୍ଫୁଲ୍ଲିତ ମୁହୂର୍ତ୍ତ, ବେସୁରା କଣ୍ଠରୁ ଆଜି ବି ଗୁଣୁଗୁଣୁ ହୋଇ ଝରିଆସେ ଲତାଙ୍କ ତେରେ ବିନା ଜିନ୍ଦେଗୀ ସେ କୋଇ...କିମ୍ବା ଲଗଜା ଗଲେ..ପରି ଅନେକ ଲୋକପ୍ରିୟ ଗୀତ। ଆଜି ଅର୍ଥାତ ସେପ୍ଟେମ୍ବର ୨୮ ତାରିଖ ଲତାଜୀଙ୍କ ୯୩ ତମ ଜନ୍ମଦିନ। ଆଜି ଜନ୍ମଦିନରେ ପୁଣି ଜୀବନ୍ତ ହୋଇ ଉଠିଛି ଲତାଙ୍କ ସ୍ମୃତି।
ଲତାଜୀଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅଯୋଧ୍ୟାର ସରଯୂ ନଦୀ ଘାଟରେ ନିର୍ମାଣାଧୀନ ୪୦ ଫୁଟର ବୀଣାର ପ୍ରତିକୃତିଙ୍କୁ ଲତାଙ୍କ ସ୍ମୃତିରେ ଉତ୍ସର୍ଗୀକୃତ କରିଛନ୍ତି ପ୍ରଧାନମନ୍ତ୍ରୀ । ପାଖାପାଖି ୧୪ ଟନ ଓଜନର ବୀଣାକୁ ସ୍ଥାପନ କରିବା ପାଇଁ କ୍ରେନ୍ର ସହାୟତା ନିଆଯାଇଥିଲା। ଏବେ ଏହି ବୀଣା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପ୍ରକଳ୍ପ ପାଇଁ ୭.୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ମୂର୍ତ୍ତିକୁ ନିର୍ମାଣ କରିଛନ୍ତି ପଦ୍ମଶ୍ରୀ ସମ୍ମାନିତ ଶିଳ୍ପୀ ରାମ ସୁତାର। ଅଭିଜ୍ଞ ଶିଳ୍ପୀଙ୍କୁ ଏହି ବୀଣା ତିଆରି କରିବା ପାଇଁ ୨ ମାସ ସମୟ ଲାଗିଥିଲା। ବୀଣାରେ ଖୁବ ସୁନ୍ଦର କାରୁକାର୍ଯ୍ୟ କରାଯିବା ସହ ସରସ୍ୱତୀଙ୍କର ଚିତ୍ର ମଧ୍ୟ ଅଙ୍କାଯାଇଛି। ଏହି ବୀଣାକୁ ଦେଖିଲେ ଲତାଙ୍କ ମଧୁର କଣ୍ଠର ସ୍ମୃତି ଦର୍ଶକ ତଥା ସଙ୍ଗୀତପ୍ରେମୀଙ୍କୁ ଆନମନା କରିଦେବ।
ଲତାଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାର ଏକ ପ୍ରମୁଖ ଛକକୁ ତାଙ୍କ ନାଁରେ କରିବା ପାଇଁ ଘୋଷଣା କରିଥିଲେ। ଅଯୋଧ୍ୟା ନଗର ନିଗମ କର୍ତ୍ତୃପକ୍ଷ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ସରଯୂ ନଦୀକୂଳର ଏହି ନୂଆ ଛକର ନାମ ଲତାଙ୍କ ନାମରେ ଘୋଷଣା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)