Advertisment

Pawan Singh: ଦିଲ୍ଲୀ ଆସ, ତୁମ ଫିଲ୍ମ ବାହାର କରିଦେବୁ, ମହଙ୍ଗା ପଡ଼ିଲା ଅଭିନେତ୍ରୀଙ୍କ ଅଣ୍ଟାରେ ହାତ ମାରିବା...ସୋସିଆଲ ମିଡିଆରେ ମିଳିଲା ଧମକ

ଏହି ମାମଲାରେ ଏବେ ପବନ ସିଂହଙ୍କୁ ଧମକ ମିଳିଛି। ପବନ ସିଂହଙ୍କୁ ଧମକ ଦିଆଯାଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଡକ୍ଟର ପ୍ରକାଶ ସିଂହ ନାମକ ଜଣେ ଏକ୍ସ ବ୍ୟବହାରକାରୀଙ୍କ ପ୍ରୋଫାଇଲରେ ଏହି ଧମକପୂର୍ଣ୍ଣ ଭିଡିଓ ପୋଷ୍ଟ ହୋଇଛି। ଏଥିରେ ତିନି ଜଣ ଯୁବକ ପବନ ସିଂହଙ୍କୁ ଧମକ ଦେଉଥିବା ନଜର ଆସୁଛନ୍ତି।

author-image
Manasranjan Mohanty
ଅଦ୍ୟତନ ହୋଇଛି
pawan singh

pawan singh

ଭୋଜପୁରୀ ସୁପରଷ୍ଟାର ତଥା ଗାୟକ ପବନ ସିଂହଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ ତାଙ୍କ ସହ-ଅଭିନେତ୍ରୀ ଅଞ୍ଜଳି ରାଘବଙ୍କୁ ଅନୁଚିତ ଭାବେ ସ୍ପର୍ଶ କରୁଥିବାର ଦେଖାଯାଇଛି। ଏହି ଭିଡିଓଟି ଏକ ପ୍ରମୋସନାଲ ଇଭେଣ୍ଟର, ଯେଉଁଠାରେ ଉଭୟ ତାଙ୍କର ନୂଆ ମ୍ୟୁଜିକର ପ୍ରମୋଟ କରିବାକୁ ଆସିଥିଲେ। ଭିଡିଓଟି ସାମ୍ନାକୁ ଆସିବା ପରେ ଏହା ଉପରେ ବିବାଦ ହେଉଛି। କେହି କେହି ପବନ ସିଂହଙ୍କୁ ଟ୍ରୋଲ କରୁଛନ୍ତି, ଆଉ କେହି କେହି ଅଞ୍ଜଳି ରାଘବଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି । ଏହା ଉପରେ ଅଞ୍ଜଳି ରାଘବ ଇନଷ୍ଟାଗ୍ରାମରେ ଦୁଇଟି ଭିଡିଓ ଅପଲୋଡ କରିଛନ୍ତି, ଯେଉଁଥିରେ ସେ ଏହି ଘଟଣା ପ୍ରତି ଅସନ୍ତୋଷ ପ୍ରକାଶ କରି ଭୋଜପୁରୀ ଇଣ୍ଡଷ୍ଟ୍ରୀରୁ ଦୂରେଇ ରହିବାର ନିଷ୍ପତ୍ତି ନେଇଥିବା କହିଛନ୍ତି ।

Advertisment

ପବନ ସିଂହଙ୍କୁ ମିଳିଲା ଧମକ

ଏହି ମାମଲାରେ ଏବେ ପବନ ସିଂହଙ୍କୁ ଧମକ ମିଳିଛି। ପବନ ସିଂହଙ୍କୁ ଧମକ ଦିଆଯାଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଡକ୍ଟର ପ୍ରକାଶ ସିଂହ ନାମକ ଜଣେ ଏକ୍ସ ବ୍ୟବହାରକାରୀଙ୍କ ପ୍ରୋଫାଇଲରେ ଏହି ଧମକପୂର୍ଣ୍ଣ ଭିଡିଓ ପୋଷ୍ଟ ହୋଇଛି। ଏଥିରେ ତିନି ଜଣ ଯୁବକ ପବନ ସିଂହଙ୍କୁ ଧମକ ଦେଉଥିବା ନଜର ଆସୁଛନ୍ତି।

ଦିଲ୍ଲୀ ଆସ, ତୁମ ଫିଲ୍ମ ବାହାର କରିଦେବୁ...

ଭିଡିଓରେ ତିନି ଯୁବକ ପବନ ସିଂହଙ୍କୁ ଦିଲ୍ଲୀ ଆସିଲେ ଦେଖି ନେବାର ଧମକ ଦେଉଛନ୍ତି। ସେମାନେ ଆହୁରି କହୁଛନ୍ତି ଯେ ତୁମର ସମସ୍ତ ହିରୋଗିରି ବାହାର କରିଦେବୁ। ଭିଡିଓରେ ଜଣେ ଯୁବକ ନିଜକୁ ବିହାରୀ ବୋଲି କହୁଛନ୍ତି ଏବଂ କହୁଛନ୍ତି ଯେ ଏହି ଭିଡିଓ ପରେ ପବନ ସିଂହଙ୍କ ପ୍ରତି ତାଙ୍କର ସମ୍ମାନ ଶେଷ ହୋଇଗଲା। ସେ ପବନ ସିଂହଙ୍କ ପୁରୁଣା ବିବାଦଗୁଡିକୁ ମନେ ପକାଇ କହୁଛନ୍ତି ଯେ ଚରିତ୍ରହୀନ ବ୍ୟକ୍ତିର କୌଣସି ସମ୍ମାନ ନାହିଁ।

Advertisment

ଅଞ୍ଜଳିଙ୍କ ପ୍ରଥମ ଭିଡିଓ

ପ୍ରଥମ ଭିଡିଓରେ ଅଞ୍ଜଳି କହିଛନ୍ତି, “ରାମ ରାମ ଜୀ, ମୋତେ ଆପଣମାନଙ୍କୁବହୁତ ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ପଡ଼ିବ କାରଣ ମୁଁ ଦୁଇ ଦିନ ହେଲା ବହୁତ ଅସୁବିଧାରେ ଅଛି। ମୋତେ ଲଗାତାର କମେଣ୍ଟ ଆସୁଛି ଯେ ଲକ୍ଷ୍ନୋରେ ଘଟିଥିବା ଘଟଣା ବିଷୟରେ ମୁଁ କାହିଁକି କିଛି କହିଲି ନାହିଁ, କାହିଁକି କୌଣସି ପଦକ୍ଷେପ ନେଲି ନାହିଁ, କାହିଁକି ଚାପୁଡ଼ା ମାରିଲି ନାହିଁ। କେହି କେହି ତ ଓଲଟା ମୋତେ ହିଁ ଭୁଲ ବୋଲି କହୁଛନ୍ତି। ମିମ୍ସ ତିଆରି ହେଉଛି ଯେ ମୁଁ ହସୁଥିଲି, ମଜା ନେଉଥିଲି। ଯଦି କେହି ମୋତେ ସାର୍ବଜନୀନ ସ୍ଥାନରେ ସ୍ପର୍ଶ କରେ, ତାହେଲେ କ’ଣ ମୋତେ ଖୁସି ହେବ? ମୋତେ ମଜା ଲାଗିବ?

ଅଞ୍ଜଳି ଆଗକୁ କହିଛନ୍ତି, “ମୁଁ ଭାବିଥିଲି ଯେ ଯଦି ଟ୍ୟାଗ ଦେଖା ଯାଉଛି, ତେବେ ସାର୍ବଜନୀନ ସ୍ଥାନରେ କହିବାର କ’ଣ ଆବଶ୍ୟକତା ଅଛି, ପରେ ବ୍ୟାକଷ୍ଟେଜରେ ମଧ୍ୟ କହି ହେବ। ତେଣୁ ମୁଁ ହସି ଏହାକୁ ଅଣଦେଖା କରିଦେଲି। କିନ୍ତୁ ଯେତେବେଳେ ସେ ଦ୍ୱିତୀୟ ଥର ସେହି କଥା ଦୋହରାଇଲେ ତଥାପି କିଛି କହିଲି ନାହିଁ ଏବଂ ମୋ କଥା ଶେଷ କଲି । ପରେ ଯେତେବେଳେ ମୁଁ ମୋ ଟିମ୍‌କୁ ପଚାରିଲି ଯେ ପ୍ରକୃତରେ କିଛି ଲାଗିଥିଲା କି ନାହିଁ, ସେମାନେ ସ୍ପଷ୍ଟ ଭାବେ କହିଲେ ଯେ କିଛି ଲାଗି ନଥିଲା। ଏହା ଶୁଣି ମୋତେ ବହୁତ ଖରାପ ଲାଗିଲା, ବହୁତ ରାଗ ଲାଗିଲା ଏବଂ ମୁଁ କାନ୍ଦିବାକୁ ଲାଗିଲି, କିନ୍ତୁ ମୋତେ ବୁଝା ପଡ଼ିଲା ନାହିଁ ଯେ ମୁଁ କ’ଣ କରିବି।

ଅଞ୍ଜଳି କହିଛନ୍ତି ଯେ ଯେଉଁ ସ୍ଥାନରେ ଇଭେଣ୍ଟ ହୋଇଥିଲା, ସେଠାରେ ପବନ ସିଂହଙ୍କ ଫ୍ୟାନ୍ସଙ୍କର ବହୁତ ଭିଡ଼ ଥିଲା। ଲୋକମାନେ ତାଙ୍କୁ ଭଗବାନ କହି ତାଙ୍କ ପାଦ ତଳେ ପଡ଼ୁଥିଲେ। ଏହି ପରିବେଶରେ ମୋତେ ଡର ଲାଗୁଥିଲା ଯେ ଯଦି ସେତେବେଳେ ମୁଁ କିଛି କହିଥାନ୍ତି, ତେବେ କେହି ମୋ ସପକ୍ଷରେ ଆସିବେ ନାହିଁ। ତାଙ୍କୁ ଲାଗୁଥିଲା ଯେ ସେ ବ୍ୟାକଷ୍ଟେଜକୁ ଯାଇ କଥା ହେବେ, କିନ୍ତୁ ସେତେବେଳେ ପବନ ସିଂହ ଇଭେଣ୍ଟ ମଝିରେ ଛାଡ଼ି ଚାଲିଗଲେ। କିଛି ସମୟ ପରେ ଘୋଷଣା ହେଲା ଯେ ଇଭେଣ୍ଟ ପୁନର୍ବାର ହେବ, କିନ୍ତୁ ଅଞ୍ଜଳି ମଧ୍ୟ ସେଠାରୁ ଚାଲିଗଲେ ଏବଂ ମାମଲା ସେଠାରେ ହିଁ ଶେଷ ହେଲା।

ଅଞ୍ଜଳିଙ୍କ ଦ୍ବିତୀୟ ଭିଡିଓ

ଦ୍ୱିତୀୟ ଭିଡିଓରେ ଅଞ୍ଜଳି କହିଛନ୍ତି ଯେ ତାଙ୍କ ବୟାନ ପୂର୍ବରୁ ଲୋକମାନେ ପୂରା ଘଟଣା ନଜାଣି ତାଙ୍କୁ ହିଁ ଦୋଷୀ କରିବା ଆରମ୍ଭ କରିଦେଲେ। ସେ କହିଛନ୍ତି, “ଯେତେବେଳେ ମୁଁ ସୋସିଆଲ ମିଡିଆରେ ଏହା ବିଷୟରେ କିଛି ଲେଖିବାକୁ ଚେଷ୍ଟା କଲି, ମୋତେ କଲ ଆସିଲା ଯେ ପବନ ସିଂହଙ୍କ ପିଆର ଟିମ୍ ବହୁତ ଶକ୍ତିଶାଳୀ। ଯଦି ତୁମେ କିଛି ଲେଖିବ, ତେବେ ସେମାନେ ତୁମ ବିଷୟରେ ଓଲଟା-ସିଧା ପ୍ରଚାର କରିବେ। ମାମଲା ଆହୁରି ବଡ଼ ହୋଇଯିବ। ଏହା ସବୁ ଭାବି ମୁଁ ନିଜକୁ ଶାନ୍ତ ରଖିଲି, ଭାବିଲି ଦୁଇ ଦିନରେ ମାମଲା ଶାନ୍ତ ହୋଇଯିବ। କିନ୍ତୁ ତାହା ହେଲା ନାହିଁ।

ଅଞ୍ଜଳି ରାଘବ ସ୍ପଷ୍ଟ କହିଛନ୍ତି ଯେ ସେ କୌଣସି ଏଭଳି କାର୍ଯ୍ୟକୁ ସମର୍ଥନ କରନ୍ତି ନାହିଁ ଯାହା ଅନୁମତି ବିନା କୌଣସି ମହିଳାଙ୍କ ସହ କରାଯାଏ। ସେ କହିଛନ୍ତି, “କୌଣସି ଝିଅକୁ ତାଙ୍କ ଅନୁମତି ବିନା ସ୍ପର୍ଶ କରିବା ଭୁଲ ଅଟେ ଏବଂ ଯଦି ଏହା ଏକ ନିର୍ଦ୍ଦିଷ୍ଟ ଢଙ୍ଗରେ କରାଯାଏ ତେବେ ଏହା ଅତ୍ୟନ୍ତ ଭୁଲ। ଯଦି ଏହି କାର୍ଯ୍ୟ ହରିୟାଣାରେ କେହି କରିଥାନ୍ତେ, ତେବେ ସେଠାକାର ଜନତା ନିଜେ ଜବାବ ଦେଇଥାନ୍ତେ, ମୋତେ କିଛି କହିବାର ଆବଶ୍ୟକତା ହିଁ ପଡ଼ି ନଥାନ୍ତା।

ଭୋଜପୁରୀ ଇଣ୍ଡଷ୍ଟ୍ରୀରେ କାମ କରିବେ ନାହି ଅଞ୍ଜଳି

ଏହି ଘଟଣା ପରେ ଅଞ୍ଜଳି ଘୋଷଣା କରିଛନ୍ତି ଯେ ସେ ଏବେ ଭୋଜପୁରୀ ଇଣ୍ଡଷ୍ଟ୍ରୀରେ କାମ କରିବେ ନାହିଁ। ସେ କହିଛନ୍ତି, “ମୁଁ ଜଣେ କଳାକାର, ନୂଆ ନୂଆ ଜିନିଷ କରିବାକୁ ଚାହୁଁଛି। ପବନ ସିଂହ ଭଳି ବରିଷ୍ଠ କଳାକାରଙ୍କ ସହ କାମ କରିବାର ସୁଯୋଗ ମିଳିଲା । ଭାବିଲି କିଛି ନୂଆ ଶିଖିବାକୁ ମିଳିବ। ଯଦି ମରାଠୀ ଇଣ୍ଡଷ୍ଟ୍ରୀରୁ ଅଫର ଆସିଥାନ୍ତା ତେବେ ମଧ୍ୟ ମୁଁ କରିଥାନ୍ତି, କିନ୍ତୁ ଏହି ଇଣ୍ଡଷ୍ଟ୍ରୀ ମୋତେ କେବଳ କଷ୍ଟ ଦେଇଛି।

ସେ କହିଛନ୍ତି ଯେ ଏବେ ସେ ତାଙ୍କ ପରିବାର ସହ ହରିୟାଣାରେ ଖୁସିରେ ଅଛନ୍ତି ଏବଂ ଭୋଜପୁରୀରେ ଆଗକୁ କୌଣସି ପ୍ରୋଜେକ୍ଟ କରିବେ ନାହିଁ। ଶେଷରେ ଅଞ୍ଜଳି ଲୋକମାନଙ୍କୁ ଅପିଲ କରି କହିଛନ୍ତି, “ଆପଣମାନେ କୁହନ୍ତୁ, ସେତେବେଳେ ମୋର ଭୁଲ କ’ଣ ଥିଲା? ଯଦି ଆପଣ ମୋ ସ୍ଥାନରେ ଥାନ୍ତେ, ତେବେ କ’ଣ କରିଥାନ୍ତେ? ମୁଁ କ’ଣ ଭୁଲ କରିଛି? ମୁଁ କେବଳ ଏହା ହିଁ ବୁଝି ପାରୁନାହିଁ।”

Advertisment
Related Articles
Advertisment