Advertisment

Priya Marathe:ଆଉ ନାହାନ୍ତି ପବିତ୍ର ରିସ୍ତାର ଲୋକପ୍ରିୟ ନାୟିକା, ସୁଶାନ୍ତ ରାଜପୁତଙ୍କ ସହ କରିଥିଲେ ଅଭିନୟ

ଲୋକପ୍ରିୟ ସିରିଏଲ ପବିତ୍ର ରିସ୍ତାରେ ସେ ଅଙ୍କିତା ଲୋଖଣ୍ଡେଙ୍କ ଭଉଣୀ ଭୂମିକାରେ ଅଭିନୟ କରିଥିଲେ । ଏହି ଭୂମିକାକୁ ଦର୍ଶକମାନେ ତାଙ୍କୁ ଖୁବ ପସନ୍ଦ କରିଥିଲେ। ପ୍ରିୟା ମରାଠେଙ୍କ ମୃତ୍ୟୁ ଖବରରେ ଟେଲି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

author-image
Manasranjan Mohanty
priya marathe

priya marathe

ଲୋକପ୍ରିୟ ଟେଲି ଅଭିନେତ୍ରୀ ପ୍ରିୟା ମରାଠେଙ୍କ ପରଲୋକ । ୩୮ ବର୍ଷ ବୟସରେ ତାଙ୍କର ମୁମ୍ବାଇରେ ଦେହାନ୍ତ ହୋଇଛି। ଗତ ବର୍ଷ ଠାରୁ ଅଭିନେତ୍ରୀ କର୍କଟ ରୋଗରେ ପୀଡିତ ଥିଲେ । ପ୍ରିୟା ମରାଠେ ଦୀର୍ଘ ଦିନ ଧରି ରୋଗରେ ପୀଡିତ ହେବା ପରେ ରବିବାର ସକାଳେ ଦେହାନ୍ତ ହୋଇଛି। ଚିକିତ୍ସା ସତ୍ତ୍ୱେ ସେ ସୁସ୍ଥ ହୋଇପାରି ନଥିଲେ।

Advertisment

ଲୋକପ୍ରିୟ ସିରିଏଲ ପବିତ୍ର ରିସ୍ତାରେ ସେ ଅଙ୍କିତା ଲୋଖଣ୍ଡେଙ୍କ ଭଉଣୀ ଭୂମିକାରେ ଅଭିନୟ କରିଥିଲେ । ଏହି ଭୂମିକାକୁ ଦର୍ଶକମାନେ ତାଙ୍କୁ ଖୁବ ପସନ୍ଦ କରିଥିଲେ। ପ୍ରିୟା ମରାଠେଙ୍କ ମୃତ୍ୟୁ ଖବରରେ ଟେଲି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

୨୩ ଏପ୍ରିଲ ୧୯୮୭ରେ ମୁମ୍ବାଇରେ ଜନ୍ମ ହୋଇଥିଲେ ପ୍ରିୟା ମରାଠେ । ସେ ମରାଠୀ ସିରିଏଲ ‘ୟା ସୁଖୋନୋ ୟା’ରୁ ଟିଭିରେ ଅଭିନୟ ଆରମ୍ଭ କରିଥିଲେ। ହିନ୍ଦୀ ଟେଲିଭିଜନରେ ସେ ବାଲାଜୀ ଟେଲିଫିଲ୍ମସର ସିରିଏଲ ‘କସମ ସେ’ରେ ବିଦ୍ୟା ବାଲୀ ଭୂମିକାରେ ଅଭିନୟ କରିଥିଲେ। ଏହାଛଡା ସେ କମେଡି ସର୍କସର ପ୍ରଥମ ସିଜନରେ ମଧ୍ୟ ନଜର ଆସିଥିଲେ । ତେବେ ତାଙ୍କୁ ପ୍ରକୃତ ପରିଚିତି ମିଳିଥିଲା ସିରିଏଲ ‘ପବିତ୍ର ରିସ୍ତା’ରୁ ।

Advertisment

ପରେ ସେ ‘ବଡେ ଅଚ୍ଛେ ଲଗତେ ହୈ’, ‘ତୁ ତିଥେ ମେ’, ‘ଭାଗେ ରେ ମନ’, ‘ଜୟାସ୍ତୁତେ’ ଏବଂ ‘ଭାରତ କା ବୀର ପୁତ୍ର ମହାରାଣା ପ୍ରତାପ’ରେ ଅଭିନୟ କରିଥିଲେ । ୨୦୦୮ରେ ରିଲିଜ ହୋଇଥିବା ହିନ୍ଦୀ ଫିଲ୍ମ ହମନେ ଜିନା ଶିଖ ଲିୟା ଓ ଗୋବିନ୍ଦ ନିହଲାନି ନିର୍ଦ୍ଦେଶିତ ମରାଠୀ ଫିଲ୍ମ ‘ତି ଆନି ଇତର’ରେ ବି କାମ କରିଥିଲେ ।

ପ୍ରିୟା ମରାଠେ ୨୦୧୨ରେ ପ୍ରଖ୍ୟାତ ଅଭିନେତା ଶ୍ରୀକାନ୍ତ ମୋଘେଙ୍କ ପୁତ୍ର ଶାନ୍ତନୁ ମୋଘେଙ୍କୁ ବିବାହ କରିଥିଲେ। ପ୍ରିୟା ମରାଠେ ଇନଷ୍ଟାଗ୍ରାମରେ ଶେଷ ପୋଷ୍ଟ ୨୦୨୩ରେ କରିଥିଲେ, ଏହାପରେ ସେ ସୋସିଆଲ ମିଡିଆରେ ସକ୍ରିୟ ନଥିଲେ।

Dies Cancer Pavitra Rishta
Advertisment
Related Articles
Advertisment