/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674718723.jpg)
Pathaan box office collection day one
ବହୁ ଅପେକ୍ଷା ପରେ ଶେଷରେ ଶାହରୁଖ ଖାନ ଙ୍କ ଫିଲ୍ମ 'ପଠାନ' ବୁଧବାର ରିଲିଜ୍ ହୋଇଛି। 'ପଠାନ' ରିଲିଜ୍ ହେବା ପୂର୍ବରୁ ମଧ୍ୟ ଅନେକ ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଥିଲା। ଏବେ ଯେତେବେଳେ ଏହି ଫିଲ୍ମ ପ୍ରେକ୍ଷାଳୟକୁ ଆସିଛି, ସେତେବେଳେ କିଙ୍ଗ୍ ଖାନ୍ଙ୍କ ପ୍ରଶଂସକଙ୍କ ଖୁସିର ସୀମା ନାହିଁ।
ଏହି ଫିଲ୍ମଟି ହେଉଛି ଜଣେ ଭାରତୀୟ ଗୁପ୍ତଚରର କାହାଣୀ, ଯାହାକୁ ଦେଖିବା ନେଇ ପ୍ରେକ୍ଷାଳୟ ବାହାରେ ଦର୍ଶକଙ୍କ ଦମଦାର ଭିଡ଼ ଲାଗିବା ଦେଖାଯାଉଛି।
ଏହି ଫିଲ୍ମ ପାଇଁ ଶାହାରୁଖ ଖାନଙ୍କୁ ଖୁବ ପ୍ରଶଂସା କରାଯାଉଛି। ଅନ୍ୟପକ୍ଷରେ ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହମ ମଧ୍ୟ ସେମାନଙ୍କ କାମରେ ଦର୍ଶକଙ୍କ ମନ ମୋହିଛନ୍ତି। ବିବାଦ ପରେ ବି ‘ପଠାନ୍’ ଉପରେ କୌଣସି ପ୍ରଭାବ ପଡିନି। ପ୍ରଥମ ଦିନରେ ହିନ୍ଦି ବେଲ୍ଟରେ ଫିଲ୍ମ ପ୍ରଭାସଙ୍କ ‘ବାହୁବଲୀ ୨’, ୟଶଙ୍କ ‘KGF-2’, ଅଲ୍ଲୁ ଅର୍ଜୁନଙ୍କ୍ ‘ପୁଷ୍ପା’, ରାମଚରଣ ଓ ଜୁନିୟର୍ ଏନ୍ଟିଆର୍ଙ୍କ ‘RRR’ ର ରେକର୍ଡ ଭାଙ୍ଗିଛି। ତେବେ ଆସନ୍ତୁ ପ୍ରଥମ ଦିନରେ ବକ୍ସ ଅଫିସ୍ରେ ‘ପଠାନ’ର ଚମତ୍କାର ପ୍ରଦର୍ଶନ ଉପରେ ନଜର ପକେଇନେବା।
ଅଧିକ ପଢ଼ନ୍ତୁ: 'ପଠାନ୍' ଦେଖିବାକୁ ଚାହୁଁଥିଲେ ଏହି ୧୦ ପଏଣ୍ଟ୍ ଉପରେ ନଜର ପକେଇ ନିଅନ୍ତୁ
ଆରମ୍ଭରୁ ‘ପଠାନ’କୁ ନେଇ ଦର୍ଶକମାନଙ୍କ ମଧ୍ୟରେ କ୍ରେଜ୍ ଦେଖାଯାଉଥିଲା। ଏହି ଫିଲ୍ମକୁ ନେଇ ଅନେକ ବିବାଦ ମଧ୍ୟ ଲାଗି ରହିଥିଲା। ବିଶେଷକରି ଦୀପିକା ପାଦୁକୋନଙ୍କ 'ବିକିନି ରଙ୍ଗ'କୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହି ବିବାଦ ଫିଲ୍ମର ରିଲିଜ୍ ତାରିଖ ପର୍ଯ୍ୟନ୍ତ ମଧ୍ୟ ଚର୍ଚ୍ଚାରେ ଥିଲା।
ବର୍ତ୍ତମାନ ‘ପଠାନ’ ରିଲିଜ୍ ହେବା ପରେ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି। ଏହି ଫିଲ୍ମଟି କେବଳ ଦର୍ଶକଙ୍କ ଠାରୁ ନୁହେଁ ସମାଲୋଚକ ଏବଂ ସେଲିବ୍ରେଟିଙ୍କ ଠାରୁ ମଧ୍ୟ ଜବରଦସ୍ତ ପ୍ରତିକ୍ରିୟା ପାଇବାରେ ଲାଗିଛି। ଏହି ଫିଲ୍ମ ପ୍ରଥମ ଦିନରେ ଅନେକ ବଡ ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଛି। କେବଳ ଏତିକି ନୁହେଁ, ‘ପଠାନ’ ବକ୍ସ ଅଫିସ୍ରେ ମଧ୍ୟ ଏକ ବଡ ଧମାକା ସୃଷ୍ଟି କରିଛି।
ରିପୋର୍ଟ ଅନୁଯାୟୀ, ‘ପଠାନ’ ପ୍ରଥମ ଦିନରେ ୧୦୦ କୋଟି କ୍ଲବ୍ରେ ଯୋଗ ଦେଇଛି। ପ୍ରଥମ ଦିନରେ ସାରା ବିଶ୍ୱରେ ଏହି ଫିଲ୍ମ ପାଖାପାଖି ୧୦୦କୋଟି ରୋଜଗାର କରିବାରେ ସଫଳ ହୋଇଛି।
ଏହି ଫିଲ୍ମ ଭାରତରେ ୫୩.୨୫ କୋଟି ରୋଜଗାର କରିଛି। ଏଥିରେ କେବଳ ଫିଲ୍ମର ହିନ୍ଦୀ ସଂସ୍କରଣ ୫୧.୬୦ କୋଟି ଟଙ୍କା ରୋଜଗାର କରିଛି। ତେବେ, ଚଳଚ୍ଚିତ୍ରର ରୋଜଗାରର ଏହା କେବଳ ଅର୍ଲି ଟ୍ରେଣ୍ଡ୍, ଏହାର ଅଫିସିଆଲ୍ ଆକଳନ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।
ଏହି ଫିଲ୍ମରେ ଦର୍ଶକ ଆକ୍ସନ୍, ଡ୍ୟାନ୍ସ, ଜବରଦସ୍ତ କମେଡି, ଗ୍ଲାମର ଏବଂ ରୋମାନ୍ସ ଦେଖିବାକୁ ପାଇବେ। ଫିଲ୍ମର ସବୁଠାରୁ ଚମତ୍କାର ଏବଂ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ହେଉଛି ସଲମାନ ଖାନଙ୍କ କେମିୟୋ ରୋଲ୍, ଯିଏ ଏକ କଫି ଗ୍ଲାସ ସହିତ ଟାଇଗର୍ ହୋଇ ‘ପଠାନ୍’କୁ ରକ୍ଷା କରିବା ନେଇ ଆସୁଛନ୍ତି।
ଅନ୍ୟପକ୍ଷରେ ଫିଲ୍ମରେ ଶାହାରୁଖଙ୍କ ଆକ୍ସନ, ଷ୍ଟାଇଲ୍ ଓ ଆବ୍ସ ମଧ୍ୟ ଦର୍ଶକଙ୍କ ହୃଦୟ ଜିତିଥିବାବେଳେ ଦୀପିକାଙ୍କ ଗ୍ଲାମରସ୍ ଷ୍ଟାଇଲ୍ ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସିଛି। ଜଣେ ଭିଲେନ୍ ଭାବେ ଜନ୍ ଆବ୍ରାହମ୍ ଦର୍ଶକଙ୍କ ହୃଦୟ ଏବଂ ମନକୁ ଜିତିବାରେ ସଫଳ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)