Advertisment

Pakistani Actress: ଘର ଖାଲି କରିବାକୁ ଯାଇଥିଲା ପୋଲିସ୍‌, ମିଳିଲା ଅଭିନେତ୍ରୀଙ୍କ ଗଳିତ ମୃତଦେହ

ପାକିସ୍ତାନର ଅଭିନେତ୍ରୀ ହୁମାଇରା ଅସଘର ଅଲ୍ଲୀଙ୍କୁ ସେ ରହୁଥିବା ଆପାର୍ଟମେଣ୍ଟରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଦୁଇ ସପ୍ତାହ ତଳୁ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Pakistani actor

Pakistani actor

ପାକିସ୍ତାନର ଚର୍ଚ୍ଚିତ ଅଭିନେତ୍ରୀ ହୁମାଇରା ଅସଘର ଅଲ୍ଲୀଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସେ ରହୁଥିବା ଭଡା ଆପାର୍ଟମେଣ୍ଟରୁ ତାଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ୍ । ଟିଭି ପରଦାରେ ଅଭିନୟ କରି ଘରେ ଘରେ ପରିଚିତ ଥିଲେ ହୁମାଇରା । ୨୦୨୪ରୁ ସେ ଘର ଭଡା ଦେଇନଥିବା ଘର ମାଲିକ ଅଭିଯୋଗ କରିବା ପରେ ସ୍ଥାନୀୟ କୋର୍ଟ ତାଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା । ଏହା ପରେ ପୋଲିସ୍ ଆପାର୍ଟମେଣ୍ଟରେ ପହଞ୍ଚିବା ପରେ ତାଙ୍କ ମୃତଦେହ ମିଳିଥିଲା । 

Advertisment

ଅଧିକ ପଢ଼ନ୍ତୁ: ଆଲିଆଙ୍କ ଜାଲ ଦସ୍ତଖତ କରି ଠକି ନେଲେ ପୁଳାପୁଳା ଟଙ୍କା, ପୂର୍ବତନ ବ୍ୟକ୍ତିଗତ ସହାୟିକା ଗିରଫ

ମିଳିଥିବା ସୂଚନା ମୁତାବକ, କରାଚୀର ଡିଫେନ୍ସ ହାଉସିଂ ଅଥରିଟିରେ ଥିବା ହୁମାଇରାଙ୍କ ଆପାର୍ଟମେଣ୍ଟରେ ଯାଇ ପହଞ୍ଚିଥିଲା ପୋଲିସ୍ । ପୋଲିସ୍ କବାଟ ବାଡେଇଥିଲେ ମଧ୍ୟ ଭିତରୁ କେହି କବାଟ ନ ଖୋଲିବାରୁ ପୋଲିସ୍ କବାଟ ଭାଙ୍ଗି ଘରେ ପଶିଥିଲା । ଏହା ପରେ ହୁମାଇରାଙ୍କ ମୃତଦେହ ଦେଖିବାକୁ ପାଇଥିଲା ପୋଲିସ୍ । ପୋଷ୍ଟମର୍ଟମ ପରେ ହିଁ ମୃତ୍ୟୁର ଅସଲ କାରଣ ଜଣା ପଡିବ । ଶବ ବ୍ୟବଚ୍ଛେଦ ପାଇଁ ହୁମାଇରାଙ୍କ ମୃତଦେହକୁ ଜିନ୍ନାହ ପୋଷ୍ଟଗ୍ରାଜୁଏଟ ମେଡିକାଲ ସେଣ୍ଟରକୁ ମୃତଦେହ ପଠାଯାଇଛି । 

Advertisment

ପୋଲିସ୍ ଅଧିକାରୀ ସୟଦ ଅସଦ ରାଜା କହିଛନ୍ତି, “ମୃତଦେହ କିଛି ଦିନରୁ ପଡିଥିବା ଅନୁମାନ କରାଯାଉଛି । କିଛି ଦିନ ତଳେ ହୁମାଇରାଙ୍କ ମୃତ୍ୟୁ ହୋଇଛି । ଯାହା ଫଳରେ ମୃତଦେହଟି ପଚିବା ଆରମ୍ଭ କରିଥିଲା । ଦୁଇ ସପ୍ତାହ ପୂର୍ବରୁ ମୃତଦେହ ପଡିଥିବା ଅନୁମାନ କରାଯାଉଛି । ଯେହେତୁ ଆପାର୍ଟମେଣ୍ଟର କାଠ କବାଟ, ଲୁହା ଗେଟ ଓ ବାଲକୋନି କବାଟ ସବୁ ବନ୍ଦ ଥିଲା । ତେଣୁ ଦୁର୍ବ୍ୟବହାର ହୋଇଥିବା କୌଣସି ସଙ୍କେତ ମିଳୁ ନାହିଁ ।”
ହୁମାଇରା ସେହି ଆପାର୍ଟମେଣ୍ଟରେ ଏକୁଟିଆ ରହୁଥିଲେ । ପୋଲିସ୍ ତାଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି । ସେ ପାକିସ୍ତାନୀ ଚ୍ୟାନେଲ ଆରି ର ରିୟଲିଟି ସୋ ‘ତମାସା ଘର’ ଏବଂ ‘ଜଲାଇବି’ ଫିଲ୍ମରେ ନଜର ଆସିଥିଲେ । 

ଅଧିକ ପଢ଼ନ୍ତୁ: ଅଭିନୟରେ ଯେତିକି ଦକ୍ଷ, ସେତିକି ଶିକ୍ଷିତ ଏହି ବି-ଟାଉନ ସେଲିବ୍ରିଟି

Pakistan Karachi Actresses
Advertisment
Advertisment