Advertisment

Nargis Fakhir-Ranjeet Viral Video: ପାଖାପାଖି ବସିଛନ୍ତି ଗ୍ଲାମର୍ ଗାର୍ଲ ନର୍ଗିସ୍-ରଞ୍ଜିତ; ଅଭିନେତ୍ରୀଙ୍କ କାନରେ କ’ଣ କହୁଛନ୍ତି ଅଭିନେତା

'ହାଉସ୍‌ଫୁଲ୍ ୫' ଟ୍ରେଲର ଲଞ୍ଚ୍‌ କାର୍ଯ୍ୟକ୍ରମର ଗୋଟିଏ ମୁହୂର୍ତ୍ତ ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଧ୍ୟାନ ଆକର୍ଷଣ କରିଛି। ତାହା ହେଉଛି ସେହି ସମୟର ଦୃଶ୍ୟ ଯେତେବେଳେ ନର୍ଗିସ ଫଖରୀ ଏବଂ ୮୩ ବର୍ଷୀୟ ବରିଷ୍ଠ ଅଭିନେତା ରଞ୍ଜିତ ଗଭୀର ଆଲୋଚନାରେ ମଗ୍ନ ଥିବା ଦେଖାଯାଇଥିଲା।

author-image
Pramod Behera
ଅଦ୍ୟତନ ହୋଇଛି
Nargis Fakhir-Ranjeet Viral Video

Nargis Fakhir-Ranjeet Viral Video

ବଲିଉଡ୍‌ର ସବୁଠାରୁ ପ୍ରିୟ କମେଡି ଫ୍ରାଞ୍ଚାଇଜ୍ 'ହାଉସ୍‌ଫୁଲ୍' ଏବେ ଏହାର ପଞ୍ଚମ ଭାଗ ସହିତ ଫେରିବାକୁ ପ୍ରସ୍ତୁତ। ଏଥର କିନ୍ତୁ ଏହା କେବଳ ହସ ନୁହେଁ ବରଂ ମର୍ଡର ମିଷ୍ଟ୍ରୀର ଏକ ଝଲକ ମଧ୍ୟ ଆଣିଛି। ଏହି ଫିଲ୍ମଟି ୬ ଜୁନ୍ ୨୦୨୫ରେ ସିନେମା ହଲରେ ମୁକ୍ତିଲାଭ କରିବ ଏବଂ ଟ୍ରେଲର୍‌ ଲଞ୍ଚ ହେବା ସହିତ, ସୋସିଆଲ ମିଡିଆରେ ଏହାକୁ ନେଇ ବହୁତ ଆଲୋଚନା ହେଉଛି।

Advertisment

୨୭ ମେ’ରେ ମୁମ୍ବାଇରେ ଅନୁଷ୍ଠିତ ଟ୍ରେଲର ଲଞ୍ଚ୍‌ କାର୍ଯ୍ୟକ୍ରମରେ ସମଗ୍ର ଷ୍ଟାର୍‌କାଷ୍ଟ୍‌ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅକ୍ଷୟ କୁମାର, ରିତେଶ ଦେଶମୁଖ, ନର୍ଗିସ୍ ଫାଖରୀ, ଚିତ୍ରାଙ୍ଗଦା ସିଂହଙ୍କ ସମେତ ବହୁ ବଡ ବଡ ତାରକା ଉପସ୍ଥିତ ଥିଲେ। ଘଟଣାର ପ୍ରତ୍ୟେକ ମୁହୂର୍ତ୍ତକୁ ଗଣମାଧ୍ୟମ କ୍ୟାମେରାରେ କଏଦ କରିଛି।

Advertisment

ଏହି କାର୍ଯ୍ୟକ୍ରମର ଗୋଟିଏ ମୁହୂର୍ତ୍ତ ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଧ୍ୟାନ ଆକର୍ଷଣ କରିଛି। ତାହା ହେଉଛି ସେହି ସମୟର ଦୃଶ୍ୟ ଯେତେବେଳେ ନର୍ଗିସ ଫଖରୀ ଏବଂ ୮୩ ବର୍ଷୀୟ ବରିଷ୍ଠ ଅଭିନେତା ରଞ୍ଜିତ ଗଭୀର ଆଲୋଚନାରେ ମଗ୍ନ ଥିବା ଦେଖାଯାଇଥିଲା। ଇନ୍‌ଷ୍ଟାଗ୍ରାମ୍‌ରେ ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ରଞ୍ଜିତ ନର୍ଗିସ୍‌ଙ୍କୁ ଗମ୍ଭୀରତାର ସହ କିଛି ବୁଝାଉଛନ୍ତି ଏବଂ ନର୍ଗିସ ତାଙ୍କୁ ପୂର୍ଣ୍ଣ ଧ୍ୟାନ ଦେଇ ଶୁଣୁଛନ୍ତି।

ଅଧିକ ପଢ଼ନ୍ତୁ:ଆସିଲା 'ହାଉସଫୁଲ୍‌ ୫'ର ଟ୍ରେଲର୍‌; ହିରୋଇନଙ୍କ ସହ ଅକ୍ଷୟଙ୍କ ଡବଲ୍ ମିନିଙ୍ଗ ଜୋକ୍ସ

ତେବେ ଏହି ଭିଡିଓ ଭାଇରାଲ୍ ହେବା ପରେ ଲୋକେ ସନ୍ଦେହରେ ପଡିଯାଇଛନ୍ତି। ନର୍ଗିସ୍‌ଙ୍କୁ ରଞ୍ଜୀତ କ’ଣ କହୁଛନ୍ତି କେହି କିଛି ବୁଝିପାରୁ ନାହାନ୍ତି।

ନର୍ଗିସ୍ ଫଖରୀ ଏହି କାର୍ଯ୍ୟକ୍ରମରେ ଏକ ଫୁଲ ପକା ପ୍ରିଣ୍ଟେଡ୍ ୱାନ୍-ସୋଲ୍ଡର୍ ଡ୍ରେସ୍ ପିନ୍ଧିଥିଲେ, ଯେଉଁଥିରେ ଥାଇ-ହାଇ ସ୍ଲିଟ୍ ଷ୍ଟାଇଲ୍ ଥିଲା। ସେ ତାଙ୍କ ଲୁକ୍‌କୁ ସରଳ କରିବା ପାଇଁ, କେବଳ କଳା କାନଫୁଲ ପିନ୍ଧିଥିଲେ। ଏହି ସମୟରେ ରଞ୍ଜିତ ଏକ ଢାଉ ରଙ୍ଗର ପୋଷାକ ଏବଂ ମେରୁନ୍ ହେଡ୍‌ସ୍କାର୍ଫ ପିନ୍ଧିଥିଲେ।

ଏହି କାର୍ଯ୍ୟକ୍ରମ ସମୟରେ, ପ୍ରଯୋଜକ ସାଜିଦ ନାଡିଆଡ୍‌ୱାଲା ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି - ପ୍ରତ୍ୟେକ ଥିଏଟରରେ ଫିଲ୍ମର କ୍ଲାଇମାକ୍ସ ଭିନ୍ନ ହେବ। ସେ କହିଛନ୍ତି – ଯଦି ଆପଣମାନେ Gaity ରେ ଦେଖିବେ ତେବେ ଗୋଟିଏ ହତ୍ୟାକାରୀ ପାଇବେ, ଯଦି Galaxy ରେ, PVR ସ୍କ୍ରିନ୍ ୪ ରେ ଭିନ୍ନ ଏଣ୍ଡିଂ ଏବଂ ସ୍କ୍ରିନ୍ ୫ରେ ଏକ ସମ୍ପୂର୍ଣ୍ଣ ଭିନ୍ନ କ୍ଲାଇମାକ୍ସ ଦେଖିବେ! ଏହି ସୃଜନଶୀଳ ପରୀକ୍ଷଣ ଲୋକଙ୍କ ଉତ୍ସାହକୁ ଆହୁରି ବୃଦ୍ଧି କରିଛି।

ଅଧିକ ପଢ଼ନ୍ତୁ:ମୋଦିଙ୍କ ନେକ୍‌ଲେସ୍ ପିନ୍ଧି କାନ୍ସରେ ଚକ୍‌ମା ଦେଖାଇଲେ ଭାରତୀୟ ମଡେଲ୍; ରାତାରାତି ଭାଇରାଲ୍

Bollywood Akshay Kumar Housefull 5 Nargis Fakhri
Advertisment
Related Articles
Advertisment