/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749282609.jpg)
Filmmaker Manish Gupta
ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଚମକାଇଦେବା ଭଳି ଏକ ଖବର ଆସିଛି। ଜଣାଶୁଣା ଫିଲ୍ମ ନିର୍ମାତା ମନୀଷ ଗୁପ୍ତାଙ୍କ ବିରୋଧରେ ତାଙ୍କ ଡ୍ରାଇଭରଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ମୁମ୍ବାଇ ପୋଲିସର ଜଣେ ଅଧିକାରୀ ଶୁକ୍ରବାର କହିଛନ୍ତି ଯେ ଗୁରୁବାର ରାତିରେ ସାଗର ସଂଯୋଗ ବିଲଡିଂରେ ଥିବା ମନୀଷ ଗୁପ୍ତାଙ୍କ ବାସଭବନରେ ଏହି ଘଟଣା ଘଟିଛି।
ପୋଲିସ ଅଧିକାରୀ କହିଛନ୍ତି ଯେ ମନୀଷ ଗୁପ୍ତାଙ୍କ ଘରେ ତିନି ବର୍ଷ ଧରୋ କାମ କରୁଥିବା ଡ୍ରାଇଭର ରାଜିବୁଲ ଇସ୍ଲାମ୍ ଲସ୍କର (୩୨)ଙ୍କୁ ଛୁରାମାଡ କରିଛନ୍ତି। ଏହାକୁ ନେଇ ଫିଲ୍ମ ନିର୍ମାତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।
ଫିଲ୍ମ ନିର୍ମାତା ମନୀଷ ଗୁପ୍ତାଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୧୧୮(୨), ୧୧୫(୨) ଏବଂ ୩୫୨ ଅନୁଯାୟୀ ମାମଲା ରୁଜୁ କରାଯାଇଛି, ଯେଉଁଥିରେ ବିପଦପୂର୍ଣ୍ଣ ଅସ୍ତ୍ର ସାହାଯ୍ୟରେ ଗୁରୁତର ଆଘାତ କରିବା, ଶାନ୍ତି ଭଙ୍ଗ କରିବା ଉଦ୍ଦେଶ୍ୟରେ ଅପମାନ କରିବା ଏବଂ ଅନ୍ୟାନ୍ୟ ଅପରାଧ ଅନ୍ତର୍ଭୁକ୍ତ।
ଅଧିକ ପଢ଼ନ୍ତୁ:କିଙ୍ଗ୍ ଖାନ୍ଙ୍କ ନିଆରା ଇଚ୍ଛା, କହିଲେ ହେବେ କିଙ୍ଗ୍ କୋହଲି
ତଥାପି, ତାଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ଏ ବିଷୟରେ ଚଳଚ୍ଚିତ୍ର ପ୍ରଯୋଜକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।
ସମୟସୀମା ମଧ୍ୟରେ ଦରମା ନ ଦେବାର ଅଭିଯୋଗ:
ଏକ ରିପୋର୍ଟ ଅନୁଯାୟୀ, ଏଫ୍ଆଇଆର୍ରେ କୁହାଯାଇଛି ଯେ ଡ୍ରାଇଭର ରାଜିବୁଲ ଇସ୍ଲାମ୍ ଲସ୍କର୍ ତିନି ବର୍ଷ ଧରି ତାଙ୍କ ପାଖରେ କାମ କରୁଛନ୍ତି। ସେ ତାଙ୍କୁ ମାସିକ ୨୩,୦୦୦ ଟଙ୍କାରେ ଦରମାରେ ନିଯୁକ୍ତି ଦେଇଥିଲେ। କିନ୍ତୁ ଲସ୍କର ଅଭିଯୋଗ କରିଛି ଯେ ତାଙ୍କୁ ଠିକ୍ ସମୟରେ ଦରମା ଦିଆଯାଇ ନାହିଁ। ମେ ୩୦ ତାରିଖରେ, ମନୀଷ ଗୁପ୍ତା ତାଙ୍କୁ ପ୍ରାପ୍ୟ ନ ଦେଇ ଚାକିରିରୁ ବହିଷ୍କାର କରିଥିଲେ।
ରୋଷେଇ ଘର ଛୁରୀରେ ଆଘାତ:
ଟଙ୍କା ପାଇବା ପାଇଁ, ଲସ୍କର ପୁଣି ଥରେ ତାଙ୍କ ପାଖରେ କାମ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ସେ ତାଙ୍କ ଦରମା ପାଇ ନାହାନ୍ତି। ଏହାକୁ ନେଇ ଶୁକ୍ରବାର ରାତିରେ ମନୀଷ ଗୁପ୍ତାଙ୍କ ଭର୍ସୋଭା ବାସଭବନରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।
ଲସ୍କର ଅଭିଯୋଗ କରିଛନ୍ତି ଯେ ଯୁକ୍ତିତର୍କ ସମୟରେ ମନୀଷ ଗୁପ୍ତା ତାଙ୍କୁ ରୋଷେଇ ଘରର ଛୁରୀରେ ଆହତ କରିଥିଲେ, ଲସ୍କର ତୁରନ୍ତ ନିକଟସ୍ଥ କୁପର ହସ୍ପିଟାଲକୁ ଯାଇଥିଲେ ଏବଂ ଚିକିତ୍ସା ପରେ, ଭର୍ସୋଭା ପୋଲିସ ଷ୍ଟେସନରେ ଫିଲ୍ମ ନିର୍ମାତାଙ୍କ ବିରୁଦ୍ଧରେ ଏକ ଏଫ୍ଆଇଆର୍ ଦାଖଲ କରିଥିଲେ।
ମନୀଷ ଗୁପ୍ତା କିଏ:
ମନୀଷ ଗୁପ୍ତା ଜଣେ ପଟ୍ଟକଥା ଲେଖକ ଏବଂ ନିର୍ଦ୍ଦେଶକ। ସେ 'ଦି ଷ୍ଟୋନ୍ମ୍ୟାନ୍ ମର୍ଡର୍ସ' ଏବଂ '୪୨୦ ଆଇପିସି' ଭଳି ଫିଲ୍ମ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କର ଶେଷ ନିର୍ଦ୍ଦେଶନା ଫିଲ୍ମ ଥିଲା ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଆଇନ ଡ୍ରାମା 'ୱାନ୍ ଫ୍ରାଇଡେ ନାଇଟ୍', ଯେଉଁଥିରେ ରବିନା ଟଣ୍ଡନ ଏବଂ ମିଲିନ୍ଦ ସୋମନ ଅଭିନୟ କରି ଥିଲେ।
ସେ ପୂର୍ବରୁ ରାମ ଗୋପାଳ ବର୍ମାଙ୍କ ଟିମ୍ରେ ଲେଖକ ଭାବରେ କାମ କରିଥିଲେ ଏବଂ 'ଡି' ଏବଂ 'ସରକାର' ଭଳି ଫିଲ୍ମର ଚିତ୍ରନାଟ୍ୟ ଲେଖିଥିଲେ।
ଅଧିକ ପଢ଼ନ୍ତୁ:ମନୋରଞ୍ଜନ ଦୁନିଆରେ ପୁଣି ଏକ ଦୁଃଖ; ଚାଲିଗଲେ ‘ସାବଧାନ ଇଣ୍ଡିଆ’ର ଅଭିନେତା
Bhubaneswar Film Festival: ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ରେ ପ୍ରଦର୍ଶିତ ହେବ ୯ଟି ଭାଷାର କ୍ଲାସିକ ଚଳଚ୍ଚିତ୍ର

Forced For Physical Relation: ଅଭିନେତ୍ରୀଙ୍କ ଅଭିଯୋଗ; ଅସୁସ୍ଥତା ସତ୍ତ୍ୱେ ସ୍ୱାମୀ ବାଧ୍ୟ କରୁଥିଲେ ଶାରୀରିକ ସଂପର୍କ ପାଇଁ

Munmun Dutta:"ତାରକ ମେହଟା କା ଉଲଟା ଚଷମା"ରେ ବବିତା ଭୂମିକାରେ ଅଭିନୟ କରୁଥିବା ସୁନ୍ଦରୀ ଅଭିନେତ୍ରୀ ମୁନ୍ମୁନ୍ ଦତ୍ତାଙ୍କ ଫିଟନେସ୍ ମନ୍ତ୍ର

Preity Zinta: ପରାଜୟ ପରେ ଆଖିରେ ସିନା ଆସୁଛି ଲୁହ, ହୃଦୟରେ କିନ୍ତୁ ଅନେକ ସାହସ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)